Advertisment

ମୁଁ ରେସ୍‌ରେ ନ ଥିଲି-ସ୍ୱରୂପ ଦାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ  ବିଜେଡି ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱରୂପ। ନିଜ ଖୁସି ବ୍ୟକ୍ତ କରି ସ୍ୱରୂପ କହିଛନ୍ତି, ପ୍ରାର୍ଥୀ ହେବା ନେଇ ଆଦୌ ଜାଣିନଥିଲି କାରଣ ମୁଁ ରେସ୍‌ରେ ନ ଥିଲି। ଦଳ ସମସ୍ତ ଡାଟା ନେଇ ପୂରା ରଣକୌଶଳରେ ଲଢ଼େ। ସେମିତି ଡାଟା ନେଇ ଯୋଜନା ପ୍ରସ୍ତୁତ କରି ଦଳ ତାଙ୍କୁ ପ୍ରାର୍ଥୀ କରିଥିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବାଲେଶ୍ୱର ସଦର […]

ମୁଁ ରେସ୍‌ରେ ନ ଥିଲି-ସ୍ୱରୂପ ଦାସ

swarup

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ  ବିଜେଡି ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱରୂପ। ନିଜ ଖୁସି ବ୍ୟକ୍ତ କରି ସ୍ୱରୂପ କହିଛନ୍ତି, ପ୍ରାର୍ଥୀ ହେବା ନେଇ ଆଦୌ ଜାଣିନଥିଲି କାରଣ ମୁଁ ରେସ୍‌ରେ ନ ଥିଲି।

Advertisment

ଦଳ ସମସ୍ତ ଡାଟା ନେଇ ପୂରା ରଣକୌଶଳରେ ଲଢ଼େ। ସେମିତି ଡାଟା ନେଇ ଯୋଜନା ପ୍ରସ୍ତୁତ କରି ଦଳ ତାଙ୍କୁ ପ୍ରାର୍ଥୀ କରିଥିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଉପନିର୍ବାଚନକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ସରପ୍ରାଇଜ ଦେଲେ ବିଜେଡି ସୁପ୍ରିମୋ। ଆଦୌ ଆଲୋଚନାରେ ନ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ ଘୋଷଣା କଲେ। ଚର୍ଚ୍ଚାରେ ଅନେକ ନେତା ଥିଲେ ବି ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ସରପ୍ରାଇଜ କରିଛି ବିଜେଡି।

Advertisment

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପତ୍ନୀ ସୁଭାଷିନୀ ଜେନା , ଜୀବନ ପ୍ରଦୀପ ଦାସ, ଅରୁଣ ଦେ ପ୍ରମୁଖଙ୍କ ନାଁ ଚର୍ଚ୍ଚାରେ ଥିଲା। କେବଳ ସେତିକି ନୁହେଁ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ ବି ଏହି ଆସନ ପାଇଁ ପ୍ରମୁଖ ଦାବିଦାର ବୋଲି ଆଲୋଚନା ସରଗରମ ହେଉଥିଲା।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe