Advertisment

ଏକଲବ୍ୟ ପୁରସ୍କାର ପାଇବେ ସ୍ୱସ୍ତି ସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚାଇକେଲ୍ ଚାଳିକା ସ୍ୱସ୍ତି ସିଂହ। ୩୦ ତମ ଏକଲବ୍ୟ ପୁରସ୍କାର ପାଇଁ ତାଙ୍କ ନାଁ ଘୋଷଣା କରିଛି ଏକଲବ୍ୟ ପୁରସ୍କାର ଜୁରୀ କମିଟି। ସେହିପରି ଫୁଟବଲ ଖେଳାଳି ପ୍ୟାରୀ ଖାଖା ଏବଂ ଅନ୍ତର୍ଜାତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରା ଉପ ବିଜେତା ଭାବେ ସମ୍ମାନିତ ହେବେ। ସ୍ୱସ୍ତିଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ଦେଇ ପୁରସ୍କୃତ କରାଯିବ। ସେହିପରି ପ୍ୟାରୀ […]

ଏକଲବ୍ୟ ପୁରସ୍କାର ପାଇବେ ସ୍ୱସ୍ତି ସିଂହ

swasti

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚାଇକେଲ୍ ଚାଳିକା ସ୍ୱସ୍ତି ସିଂହ। ୩୦ ତମ ଏକଲବ୍ୟ ପୁରସ୍କାର ପାଇଁ ତାଙ୍କ ନାଁ ଘୋଷଣା କରିଛି ଏକଲବ୍ୟ ପୁରସ୍କାର ଜୁରୀ କମିଟି।

Advertisment

ସେହିପରି ଫୁଟବଲ ଖେଳାଳି ପ୍ୟାରୀ ଖାଖା ଏବଂ ଅନ୍ତର୍ଜାତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରା ଉପ ବିଜେତା ଭାବେ ସମ୍ମାନିତ ହେବେ। ସ୍ୱସ୍ତିଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ଦେଇ ପୁରସ୍କୃତ କରାଯିବ। ସେହିପରି ପ୍ୟାରୀ ଖାଖା ଏବଂ ଶିଳାନନ୍ଦ ଲାକ୍ରାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଏବଂ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯିବ। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତ୍ ମାନଙ୍କୁ ପ୍ରତିବର୍ଷ ଏହି ସମ୍ମାନ ଦେଉଛି ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ୍ ଟ୍ରଷ୍ଟ-ଇମ୍ପାକ୍ଟ।

୧୯୯୩ ମସିହାରୁ ପ୍ରତିଷ୍ଠିତ ଏକଲବ୍ୟ ସମ୍ମାନ ହେଉଛି ଓଡ଼ିଶାର ସବୁଠୁ ମର୍ଯ୍ୟଦାଜନକ କ୍ରୀଡ଼ା ସମ୍ମାନ। ଏବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା ଅବସରରେ ଇମ୍ପାକ୍ଟ ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଥିଲେ, ରାଜ୍ୟର ଉଦୀୟମାନ କ୍ରୀଡ଼ାବିତ୍ ମାନଙ୍କୁ ପ୍ରୋତ୍ସାହନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। କ୍ରୀଡ଼ା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଏବଂ ସ୍ୱାସ୍ଥ୍ୟସେବା ଆଦିକୁ ବି ପ୍ରୋତ୍ସାହିତ କରାଯାଉଛି। ଯାହା ଆଗକୁ ମଧ୍ୟ ଜାରି ରହିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe