Advertisment

ବିଜେଡି ବିଧାୟକଙ୍କ ପୁଅଙ୍କ ଉପସ୍ଥିତିରେ ଶପଥପାଠ, ଭୋଟ ନଦେଲେ ଭଗବାନ ଦେବେ ଦଣ୍ଡ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ହୋଇଥିବା ବେଳେ ବିଜେଡି ବିଧାୟକଙ୍କ ପୁଅଙ୍କ ଉପସ୍ଥିତିରେ ଚାଲିଛି ଶପଥପାଠ ଉତ୍ସବ। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଗାଁ ଲୋକଙ୍କୁ ଶପଥପାଠ କରାଯାଉଛି। ଆଉ ଭୋଟ୍‌ ନଦେଲେ ଭଗବାନ ଦଣ୍ଡ ଦେବେ ବୋଲି କୁହାଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର ବଡ଼ଦୁରାଲ ପଞ୍ଚାୟତରେ ଆସନ୍ତାକାଲି ହେବ ମତଦାନ। […]

author-image
Manoranjan Sial
ଅଦ୍ୟତନ ହୋଇଛି
ବିଜେଡି ବିଧାୟକଙ୍କ ପୁଅଙ୍କ ଉପସ୍ଥିତିରେ ଶପଥପାଠ, ଭୋଟ ନଦେଲେ ଭଗବାନ ଦେବେ ଦଣ୍ଡ

Malkangiri

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ହୋଇଥିବା ବେଳେ ବିଜେଡି ବିଧାୟକଙ୍କ ପୁଅଙ୍କ ଉପସ୍ଥିତିରେ ଚାଲିଛି ଶପଥପାଠ ଉତ୍ସବ। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଗାଁ ଲୋକଙ୍କୁ ଶପଥପାଠ କରାଯାଉଛି। ଆଉ ଭୋଟ୍‌ ନଦେଲେ ଭଗବାନ ଦଣ୍ଡ ଦେବେ ବୋଲି କୁହାଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି।

Advertisment

ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର ବଡ଼ଦୁରାଲ ପଞ୍ଚାୟତରେ ଆସନ୍ତାକାଲି ହେବ ମତଦାନ। ଏହା ପୂର୍ବରୁ ଆର୍ଥାତ ଆଜି ସକାଳେ ଏକ ଭିଡ଼ିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଚିତ୍ରକୋଣ୍ଡା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ବାକାଙ୍କ ଉପସ୍ଥିତିରେ ବଡ଼ଦୁଆଲ୍‌ ଗାଁ ଲୋକଙ୍କୁ ଶପଥପାଠ କରାଉଥିବା ଦେଖିବାକୁ ମିଳିଛି। ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଭୋଟ୍‌ ଦେବାକୁ ଶପଥପାଠ କରାଯାଉଛି। ଯଦି ଭୋଟ୍‌ ନଦେବେ, ତାହା ହେଲେ ଭଗବାନ ଦଣ୍ଡ ଦେବେ ବୋଲି କୁହାଯାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଭାଇରାଲ୍‌ ହେଉଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଛି।

ଭାଇରାଲ ଭିଡ଼ିଓରେ ଶୁଣିବାକୁ ମିଳୁଛି, “ବଡ଼ଦୁରାଲ ପଞ୍ଚାୟତର ଉନ୍ନତି ପାଇଁ ଗରିବ ଓ ଦୁଃଖୀର କାମ କରିବାକୁ ସମିତି ସଭ୍ୟ ଭାବରେ ଚୈତନ୍ୟ କିଶାନୀକୁ ଭୋଟ୍‌ ଦେଇ ବିଜୟୀ କରାଇବୁ। ତାଙ୍କୁ ଜିତାଇବା ପର୍ଯ୍ୟନ୍ତ ତାଙ୍କ ପଛରେ ରହିବୁ। ଭଗବାନଙ୍କ ନାଁରେ ଶପଥ କରୁଛୁ। ଏହାର ଖିଲାପ କଲେ ଭଗବାନଙ୍କ ଦ୍ୱାରା ଦଣ୍ଡ ପାଇବୁ।”

Advertisment

ତେବେ ଏ ନେଇ ଚିତ୍ରକୋଣ୍ଡା ବିଧାୟକ କିମ୍ୱା ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପ୍ରତିକ୍ରିୟା ମିଳିପାରିନି।

ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଥିବା ଭିଡ଼ିଓଟି କେଉଁଦିନ ଜଣାପଡ଼ିନାହିଁ। ତେବେ ଦୁଇରୁ ତିନି ଦିନ ତଳେ ବଡ଼ଦୁରାଲ ଗାଁରେ ହୋଇଥିବା ନିର୍ବାଚନୀ ସଭାର ବୋଲି ଆଲୋଚନା ହେଉଛି। କାରଣ ସେହି ସଭାରେ ବିଧାୟକଙ୍କ ପୁଅ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଭୋଟ୍‌ ଦେବା ପାଇଁ ଗାଁ ଲୋକଙ୍କୁ ଅପିଲ୍‌ କରିଥିଲେ।

Odisha Panchayat Election 2022