Advertisment

ସ୍ୱେଚ୍ଛାସେବୀ ନଳୀନପ୍ରଭାଙ୍କ ମୃତ୍ୟୁ ଘଟଣା: ଅଟୋ ଡ୍ରାଇଭର ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ନ୍ୟୁ ଫରେଷ୍ଟ ପାର୍କସ୍ଥିତ ସ୍ୱେଛାସେବୀ ନଳୀନପ୍ରଭା ଦାସଙ୍କ ମୃତ୍ୟୁ ଘଟଣାରେ ଫେରାର ଥିବା ଅଟୋ ଡ୍ରାଇଭରକୁ ପୁରୀ ଜିଲ୍ଲା ନିମାପଡରୁ ଧରିଛି ପୋଲିସ। ଗତକାଲି ରାତିରେ କମିଶନରେଟ ପୁଲିସ ଏନେଇ ଖବର ପାଇବା ପରେ ସେଠାକୁ ଏକ ସ୍ୱତନ୍ତ୍ର ଦଳ ଯାଇଥିଲା। ଆଜି ସନ୍ଦିଗ୍ଧ ଅଟୋଚାଳକକୁ ଆଣି ପଚରା ଉଚରା ଜାରି ରଖିଛି। ଅଟୋ ଚାଳକ ଧରାପଡିବା ପରେ ସେଚ୍ଛାସେବୀ ନଳୀନପ୍ରଭା ମୃତ୍ୟୁ ଘଟଣା ରହସ୍ୟ  ଫିଟିବ ବୋଲି  ଆଶା କରାଯାଉଛି।ତେବେ ଆଜି ନଳୀନଙ୍କ ଶବ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସ୍ୱେଚ୍ଛାସେବୀ ନଳୀନପ୍ରଭାଙ୍କ ମୃତ୍ୟୁ ଘଟଣା: ଅଟୋ ଡ୍ରାଇଭର ଅଟକ

nalini pravha-murder case

ଭୁବନେଶ୍ୱର: ଭୁବନେଶ୍ୱର ନ୍ୟୁ ଫରେଷ୍ଟ ପାର୍କସ୍ଥିତ ସ୍ୱେଛାସେବୀ ନଳୀନପ୍ରଭା ଦାସଙ୍କ ମୃତ୍ୟୁ ଘଟଣାରେ ଫେରାର ଥିବା ଅଟୋ ଡ୍ରାଇଭରକୁ ପୁରୀ ଜିଲ୍ଲା ନିମାପଡରୁ ଧରିଛି ପୋଲିସ। ଗତକାଲି ରାତିରେ କମିଶନରେଟ ପୁଲିସ ଏନେଇ ଖବର ପାଇବା ପରେ ସେଠାକୁ ଏକ ସ୍ୱତନ୍ତ୍ର ଦଳ ଯାଇଥିଲା। ଆଜି ସନ୍ଦିଗ୍ଧ ଅଟୋଚାଳକକୁ ଆଣି ପଚରା ଉଚରା ଜାରି ରଖିଛି। ଅଟୋ ଚାଳକ ଧରାପଡିବା ପରେ ସେଚ୍ଛାସେବୀ ନଳୀନପ୍ରଭା ମୃତ୍ୟୁ ଘଟଣା ରହସ୍ୟ  ଫିଟିବ ବୋଲି  ଆଶା କରାଯାଉଛି।ତେବେ ଆଜି ନଳୀନଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ଆସିବା ଆଶା କରାଯାଉଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି।

Advertisment

ସୂଚନାଯୋଗ୍ୟ ଯେ ,ଗତ ଶନିବାରଦିନ ନ୍ୟୁ ଫରେଷ୍ଟ ପାର୍କସ୍ଥିତ ଏକ ଭଡା ଘରୁ ନଳୀନପ୍ରଭାଙ୍କ ଗଳିତ ମୃତଶରୀର ଉଦ୍ଧାର କରାଯାଇଥିଲା। ଏହାପରେ ନଳୀନଙ୍କୁ ନେବାଆଣିବା କରିବା ଅଟୋଡ୍ରାଇଭରଙ୍କ ଫୋନ ବନ୍ଦ ଥିଲା। ତାଙ୍କ ଧରିବାର ପାଇଁ ପୁଲିସ ତନାଘନା ଚଳାଇଥିଲା। କେଉଁ କାରଣରୁ ନଳିନୀଙ୍କର ମୃତ୍ୟୁ ହୋଇଛି ତାହା ଅଟୋଚାଳକଙ୍କୁ ଜେରା ପରେ ଜଣାପଡିବ। ତେବେ ପୁଲିସ ନଳୀନଙ୍କ କେତେ ସଂପତ୍ତି ଥିଲା, ପରିବାର ଓ ପରିଚିତ ଲୋକଙ୍କ ସହ ସଂପର୍କ କିଭଳି ଥିଲା ସେ ଦିଗରେ ପୋଲିସ୍ ତଦନ୍ତ ଚଳାଇଛି। ଏହାଭିତରେ ପୋଲିସ ଜାଣିବାକୁ ପାଇଛି, ନଳିନୀ କିଛି ବ୍ୟକ୍ତିଙ୍କଠାରୁ ଟଙ୍କ। ଉଦ୍ଧାର ଆଣିଥିଲେ। ତେବେ ମୃତ୍ୟୁ ପରଠାରୁ ନଳିନୀଙ୍କ ମୋବାଇଲ ଫେ।ନ ନମିଳିବା ଏ ସବୁ ଦିଗ ଉପରେ ମଧ୍ୟ ପୋଲିସ୍ ଛାନ୍ ଭିନ୍ କରୁଛି। ନଳିନୀଙ୍କ ମୃତ୍ୟୁ ସ୍ୱାଭାବିକ ନା ଏକ ଯୋଜନା ବଦ୍ଧ ହତ୍ୟା, ଜାଣିବା ପାଇଁ ଆଉ କିଛି ସମୟ ଲାଗିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।