Advertisment

Vigilance Trap: ୧ ଲକ୍ଷ ମାଗିଥିଲେ ଭାରପ୍ରାପ୍ତ ତହସିଲଦାର, ୪୦ ହଜାର ଫାଇନାଲ୍‌ ହୋଇଥିଲା; ନେଲା ବେଳେ ଧରିଲା ଭିଜିଲାନ୍ସ

୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସୋରର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ। ଏହା ସହିତ ତାଙ୍କର ସହଯୋଗୀ ତଥା ସୋର ଟ୍ରକ ସଂଘର ଉପସଭାପତି ଦୟାନଦିଧି ଦାସଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ।

Vigilance
Advertisment

୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସୋରର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ। ଏହା ସହିତ ତାଙ୍କର ସହଯୋଗୀ ତଥା ସୋର ଟ୍ରକ ସଂଘର ଉପସଭାପତି ଦୟାନଦିଧି ଦାସଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ। ଦୟାନିଧିଙ୍କ ମାଧ୍ୟମରେ ଏହି ଲାଞ୍ଚ ଅର୍ଥ ନେଉଥିଲେ ଭାରପ୍ରାପ୍ତ ତହସିଲଦାର। 

Advertisment

ଅଭିଯୋଗ ଅନୁଯାୟୀ, ଫେବ୍ରୁଆରୀ ୧୧ ତାରିଖରେ ସୋରର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ୫ଟି ପଥର ବୋଝେଇ ଗାଡ଼ିକୁ ଜବତ କରି ତହସିଲ ଅଫିସ୍ ପରିସରକୁ ନେଇଥିଲେ। ଏହି ୫ଟି ଗାଡ଼ି ୪ ଜଣ ବ୍ୟକ୍ତିଙ୍କର ଓ ସେମାନେ ସମସ୍ତେ ସଂପର୍କୀୟ। ସେମାନଙ୍କ ମଧ୍ୟରୁ ଜଣେ ଫେବ୍ରୁଆରୀ ୧୨ ତାରିଖରେ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ଭେଟି ଗାଡ଼ିଗୁଡ଼ିକୁ ଛାଡ଼ି ଦେବାକୁ କହିଥିଲେ। 

ଏହା ପରେ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ତାଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ। ୧ ଲକ୍ଷ ଟଙ୍କା ଦେଲେ ସେ ଗାଡ଼ିଗୁଡ଼ିକୁ ମାଇନିଂ ଅଫିସ୍ ନପଠାଇ ଥାନାକୁ ପଠାଇ ଦେବେ ବୋଲି କହିଥିଲେ। ସେ ଏହା ବି କହିଥିଲେ ଯେ ଗାଡ଼ିଗୁଡ଼ିକୁ ଥାନାକୁ ପଠାଇ ଦେଲେ କେସ୍‌ ହେବ ଓ ଗାଡ଼ିଗୁଡ଼ିକୁ ଶୀଘ୍ର ଛାଡ଼ି ଦିଆଯିବ। ଏହା ସହିତ କୌଣସି ଫାଇନ୍‌ ପଡ଼ିବ ନାହିଁ ବୋଲି କହିଥିଲେ। 

Advertisment

ଅଭିଯୋଗକାରୀ ୧ ଲକ୍ଷ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ସେ ୪୦ ହଜାର ଟଙ୍କା ଦେଇପାରିବେ ବୋଲି କହିଥିଲେ। କିନ୍ତୁ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ରାଜି ହୋଇନଥିଲେ। 

ଏହା ପରେ ଫେବ୍ରୁଆରୀ ୧୭ ତାରିଖରେ ଅଭିଯୋଗକାରୀ ପୁଣି ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ଭେଟିଥିଲେ। ସେତେବେଳେ ସେ ଅଭିଯୋଗକାରୀଙ୍କୁ ସୋର ଟ୍ରକ ସଂଘ ଉପସଭାପତି ଦୟାନିଧି ଦାସଙ୍କୁ ଯାଇ ଭେଟିବାକୁ କହିଥିଲେ। ଏହା ପରେ ଅଭିଯୋଗକାରୀ ଦୟାନିଧିଙ୍କୁ ଭେଟିଥିଲେ ଓ ଉଭୟ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକଙ୍କ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ ୪୦ ହଜାର ଟଙ୍କା ଫାଇନାଲ ହୋଇଥିଲା। ଏହି ଟଙ୍କା ଦୟାନିଧିଙ୍କ ମାଧ୍ୟମରେ ନେବାକୁ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଅଭିଯୋଗକାରୀଙ୍କୁ କହିଥିଲେ। ଆଜି ସେ ଟଙ୍କା ନେବେ ବୋଲି ସ୍ଥିର ହୋଇଥିବା ବେଳେ ଗତକାଲି ଅଭିଯୋଗକାରୀ ଘଟଣା ସଂପର୍କରେ ବାଲେଶ୍ୱର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। 

ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଦୟାନିଧିଙ୍କ ଜରିଆରେ ସୋରର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ୪୦ ହଜାର ଟଙ୍କା ନେବା ବେଳେ ଧରାପଡ଼ିଛନ୍ତି।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe