Advertisment

ଭାଇରସ୍‌କୁ ଫୁ ! ଭାଇରାଲ ହେଉଛି ତହସିଲଦାରଙ୍କ ନାଗିନ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ନିୟମକୁ ଫୁ କରି ନାଚିଲେ ତହସିଲଦାର। ନାଗିନ୍‌ ଡ୍ୟାନ୍ସେର ଝୁମିଲେ। ବାଜା, ନାଚଗୀତରେ ବେଶ ଜମିଥିଲା ଆସର। କରୋନା କଟକଣାକୁ ବେଖାତିର କରି ଏମିତି ଏକ ଜମାଣିଆ ବରଯାତ୍ରୀ ରୋଷଣୀ ଦେଖିବାକୁ ମିଳିଥିଲା ଜଗତସିଂହପୁରର ଜଗନ୍ନାଥପୁର ଗ୍ରାମରେ । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଠାରେ ଗତ ଶୁକ୍ରବାର ରାତିରେ  ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ। ବାଜାବାଣ ଫୁଟାଇ […]

ଅଦ୍ୟତନ ହୋଇଛି
ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ ନାଚି ଫସିଗଲେ ଲେଡି ତହସିଲଦାର

hnm

Advertisment

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ନିୟମକୁ ଫୁ କରି ନାଚିଲେ ତହସିଲଦାର। ନାଗିନ୍‌ ଡ୍ୟାନ୍ସେର ଝୁମିଲେ। ବାଜା, ନାଚଗୀତରେ ବେଶ ଜମିଥିଲା ଆସର। କରୋନା କଟକଣାକୁ ବେଖାତିର କରି ଏମିତି ଏକ ଜମାଣିଆ ବରଯାତ୍ରୀ ରୋଷଣୀ ଦେଖିବାକୁ ମିଳିଥିଲା ଜଗତସିଂହପୁରର ଜଗନ୍ନାଥପୁର ଗ୍ରାମରେ । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଏଠାରେ ଗତ ଶୁକ୍ରବାର ରାତିରେ  ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ। ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ। ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ସାମିଲ ଥିବା ଦେଖିବାକୁ ମିଳିଥିଲା। ଏଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ବିଭିନ୍ନ ଭାବଭଙ୍ଗୀରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ନିୟମକୁ ବାଏଁ ବାଏଁ ଉଡ଼ାଇ ଦେଇ ସମସ୍ତେ ଧୂମଧାମରେ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା।
ବଜାର ଠାରୁ ବରଯାତ୍ରୀ ଦଳ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାଜାବାଣ, ଡିଜେ ବଜାଇ ଶୋଭାଯାତ୍ରା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା।ଖବର ପାଇ ତିର୍ତ୍ତୋଲ ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାତ୍ର କୌଣସି ଅଦୃଶ୍ୟ ଚାପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଫେରିଆସିଥିବା ଚର୍ଚ୍ଚା ହୋଇଛି। ସାଧାରଣ ଲୋକ ନିୟମ ଭାଙ୍ଗିଲେ ରାସ୍ତାଘାଟରେ ପୁଲିସ ମାଡମାରି ଗାଳିଗୁଲଜ କରି ଜୋରିମାନା ଆଦାୟ କରୁଥିବା ବେଳେ ଏଠାରେ ଚୁପ ରହିଲା କାହିଁକି ତାକୁ ନେଇ ଉଠିଛି ପ୍ରଶ୍ନ । ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe