ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ମହରମ୍ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପଡାରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବାହାରିଥିଲା ତାଜିଆ ଶୋଭାଯାତ୍ରା।
Advertisment
ସମ୍ବଲପୁରରେ ଏହି ପର୍ବର ରହିଛି ଏକ ନିଆରା ଓ ବିରଳ ପରମ୍ପରା। ଏଠାରେ ଏକ ହିନ୍ଦୁ ପରିବାର ପକ୍ଷରୁ ପୀଢି ପରେ ପୀଢି ପ୍ରାୟ ସାଢେ ତିନି ଶତାବ୍ଦୀ ଧରି ବାହାରୁଛି ତାଜିଆ ଶୋଭାଯାତ୍ରା। ମୋଦିପଡାର ପ୍ରତିହାରୀ ପରିବାର ପକ୍ଷରୁ ଏହି ଶୋଭାଯାତ୍ରା ବାହାରିଥାଏ। ପଡାର ଅନ୍ୟ ହିନ୍ଦୁ ସମ୍ପ୍ରଦାୟର ଲୋକେ ଏଥିରେ ସାମିଲ ହୋଇ ଖୁବ୍ ଆନନ୍ଦର ସହ ତାଜିଆ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି। ତାଜିଆ ଶୋଭାଯାତ୍ରା ସମୟରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଓ ଖେଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ପରିପ୍ରେକ୍ଷୀରେ ଅନ୍ୟ ପଡାରୁ ବାହାରୁଥିବା ତାଜିଆ ଶୋଭାଯାତ୍ରାରେ ବି ଅସ୍ତ୍ରଶସ୍ତ୍ର ଖେଳ ହେଉନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
