Advertisment

ଦୁନିଆ ନଦେଖିଲେ ନାହିଁ ହେଲେ ଦୁନିଆ ତାଙ୍କୁ ଦେଖୁଛି, ସେ ଅନନ୍ୟ ପ୍ରତିଭା

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ । ହେଲେ ଭଗବାନ ଦେଇଛନ୍ତି ସୁମଧୁର କଣ୍ଠ। ଗୀତ ଗାଇବା ସାଙ୍ଗକୁ ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ସେ ପାରଙ୍ଗମ। ଶ୍ରୋତାଙ୍କୁ ମତୁଆଲା କରୁଥିବା ଏହି ଅନନ୍ୟ ପ୍ରତିଭା ହେଉଛନ୍ତି, ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଦିବ୍ୟାଙ୍ଗ ଛାତ୍ର ପ୍ରେମାନନ୍ଦ ଶିକା। ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ହେଉଛନ୍ତି ପ୍ରେମାନନ୍ଦ। ତାଙ୍କ ଗୀତ ସଂଗୀତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ପ୍ରେମାନନ୍ଦଙ୍କର ଏହି ଗୀତକୁ ନେଇ ଏବେ […]

ଅଦ୍ୟତନ ହୋଇଛି
ଦୁନିଆ ନଦେଖିଲେ ନାହିଁ ହେଲେ ଦୁନିଆ ତାଙ୍କୁ ଦେଖୁଛି, ସେ ଅନନ୍ୟ ପ୍ରତିଭା

binika

Advertisment

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ । ହେଲେ ଭଗବାନ ଦେଇଛନ୍ତି ସୁମଧୁର କଣ୍ଠ। ଗୀତ ଗାଇବା ସାଙ୍ଗକୁ ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ସେ ପାରଙ୍ଗମ। ଶ୍ରୋତାଙ୍କୁ ମତୁଆଲା କରୁଥିବା ଏହି ଅନନ୍ୟ ପ୍ରତିଭା ହେଉଛନ୍ତି, ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଦିବ୍ୟାଙ୍ଗ ଛାତ୍ର ପ୍ରେମାନନ୍ଦ ଶିକା।

Advertisment

ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ହେଉଛନ୍ତି ପ୍ରେମାନନ୍ଦ। ତାଙ୍କ ଗୀତ ସଂଗୀତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ପ୍ରେମାନନ୍ଦଙ୍କର ଏହି ଗୀତକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେବା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି।

ପିଲାଦିନରୁ ସଙ୍ଗୀତ ପ୍ରତି ପ୍ରେମାନନ୍ଦଙ୍କର ରହିଛି ଅହେତୁକ ରୁଚି। ବିନା ତାଲିମରେ ହାର୍‌ମୋନିୟମ ଏବଂ ତବଲା ବଜାଇ ସେ ଗୀତ ଗାଉଛନ୍ତି। କେତେବେଳେ ପାଖ ପଡୋଶୀଙ୍କୁ ତ ଅନ୍ୟ କେତେବେଳେ ସାଙ୍ଗସାଥିଙ୍କୁ ଗୀତ ଶୁଣାଇ ମନ ମୋହିଥା’ନ୍ତି। ତାଙ୍କର ଏହି ପ୍ରତିଭାଙ୍କୁ ଆହୁରି ନିଖୁଣ କରିବାକୁ ସରକାରୀ ପ୍ରୋତ୍ସାହନ ଦାବି କରିଛନ୍ତି ତାଙ୍କ ପରିବାର ଲୋକେ। ଆର୍ଥିକ ସହାୟତା ସହ ସଂଗୀତ ଶିକ୍ଷା ମିଳିପାରିଲେ ପ୍ରେମାନନ୍ଦ ସଂଗୀତ ଜଗତରେ ଏକ ମାଇଲଖୁଣ୍ଟ ହୋଇପାରିବେ ବୋଲି ସମସ୍ତଙ୍କର ଆଶା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe