Advertisment

ରାଜଧାନୀ ଛାଡ଼ିଲେ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି

ଭୁବନେଶ୍ୱର: ଗତକାଲି ରାତିରୁ ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡର ସାଇ ମନ୍ଦିରରେ ବିଶ୍ରାମ କରୁଥିବା ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡ଼ି ମଙ୍ଗଳବାର ଅପରାହ୍ନରୁ ପୁଣି ଥରେ ଶ୍ରୀକ୍ଷେତ୍ର ଅଭିମୁଖ ଯାତ୍ରା କରିଛନ୍ତି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ ଏହି ଦିବ୍ୟଦାରୁଙ୍କ ଶଗଡ଼ିକୁ ଶ୍ରଦ୍ଧାଳୁମାନେ ପୁରୀ ଅଭିମୁଖେ ଟାଣିବା ଆରମ୍ଭ କରିଥିଲେ। ଦାରୁ ଶଗଡ଼ିକୁ ଦେଖିବା ପାଇଁ ଗତକାଲି ରାତିରୁ ଟଙ୍କପାଣି ରୋଡ୍ ସ୍ଥିତ ସାଇ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମି ଥିଲା। ଆଜି […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାଜଧାନୀ ଛାଡ଼ିଲେ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି

jagannath

ଭୁବନେଶ୍ୱର: ଗତକାଲି ରାତିରୁ ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡର ସାଇ ମନ୍ଦିରରେ ବିଶ୍ରାମ କରୁଥିବା ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡ଼ି ମଙ୍ଗଳବାର ଅପରାହ୍ନରୁ ପୁଣି ଥରେ ଶ୍ରୀକ୍ଷେତ୍ର ଅଭିମୁଖ ଯାତ୍ରା କରିଛନ୍ତି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ ଏହି ଦିବ୍ୟଦାରୁଙ୍କ ଶଗଡ଼ିକୁ ଶ୍ରଦ୍ଧାଳୁମାନେ ପୁରୀ ଅଭିମୁଖେ ଟାଣିବା ଆରମ୍ଭ କରିଥିଲେ। ଦାରୁ ଶଗଡ଼ିକୁ ଦେଖିବା ପାଇଁ ଗତକାଲି ରାତିରୁ ଟଙ୍କପାଣି ରୋଡ୍ ସ୍ଥିତ ସାଇ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମି ଥିଲା। ଆଜି ଦାରୁ ଶଗଡ଼ି ପିପିଲି ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ସୁରେଶ ମହାପାତ୍ର। ସେ କହିଛନ୍ତି ଯେ ଆଜି ବିଳମ୍ବିତ ରାତିରେ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି ପିପିଲିଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରାତିରେ ଦାରୁ ଶଗଡ଼ି ସେଠାରେ ବିଶ୍ରାମ ନେବେ। ସେଠାରୁ ଆସନ୍ତାକାଲି ଦାରୁ ଶଗଡ଼ି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବେ। ତେଇଶପୁର ଓ ବୀରଗୋବିନ୍ଦପୁର ଦେଇ ଦାରୁ ଶଗଡ଼ି ଆସନ୍ତାକାଲି ସନ୍ଧ୍ୟା ଅବା ରାତି ସୁଦ୍ଧା ପୁରୀରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି। ତା’ପର ଦିନ ଅର୍ଥାତ ମେ’ ୨୨ ତାରିଖରେ ଶ୍ରୀଜଗନ୍ନାଥଙ୍କ ଦାରୁଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କୋଇଳି ବୈକୁଣ୍ଠରେ ବିଜେ କରାଯିବ।

Advertisment

ଜୁନ୍ ୨ ତାରିଖରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ପଡୁଛି। ଏହା ପରେ ଶ୍ରୀଜୀଉମାନେ ଅଣସରକୁ ଚାଲି ଯିବେ। ଏହା ପରେ କୋଇଲି ବୈକୁଣ୍ଠ ପରିସରରେ ଥିବା ଦାରୁ ଭଣ୍ଡାରରେ ପାଂରପରିକ ରୀତିନୀତି ଓ ପୂଜାର୍ଚ୍ଚନା ପରେ ଗୁପ୍ତ ଭାବେ ଶ୍ରୀଜୀଉମାନଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।