Advertisment

ବିଶ୍ୱାସର ଅନ୍ଧଗଳି: ସାପ ବିଷ ଝାଡ଼ିବା ପାଇଁ ଗାଈକୁ ଝଡ଼ାଫୁଙ୍କା

ଅନୁଗୋଳ (ବିରଜା ଦାଶ): ଆଧୁନିକ ଯୁଗରେ ମଣିଷ ପାଦ ଥାପିଛି। ତଥାପି ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ମୁକୁଳି ପାରୁନି। ମୃତ ବ୍ୟକ୍ତିଙ୍କ ଜୀବନ ଫେରିଆସିବା ପାଇଁ ଗୁଣି ଗାରେଡ଼ି ଓ ମନ୍ତ୍ର ପାଠ କରାଯାଉଛି। ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏପରି ଘଟଣା ବାରମ୍ୱାର ଘଟୁଛି। ଗତ ମାସକ ଭିତରେ ଜିଲ୍ଲାରେ ଏମିତି ୩ଟି ଘଟଣା ଘଟିଛି। ଏଥର କିନ୍ତୁ ଘଟଣା ସାମାନ୍ୟ ଭିନ୍ନ। ସାପକାମୁଡ଼ାରେ ମୃତ ଗୋଟିଏ ଗାଈକୁ ଝଡ଼ାଫୁଙ୍କା କରିଛନ୍ତି […]

ବିଶ୍ୱାସର ଅନ୍ଧଗଳି: ସାପ ବିଷ ଝାଡ଼ିବା ପାଇଁ ଗାଈକୁ ଝଡ଼ାଫୁଙ୍କା

cow

Advertisment

ଅନୁଗୋଳ (ବିରଜା ଦାଶ): ଆଧୁନିକ ଯୁଗରେ ମଣିଷ ପାଦ ଥାପିଛି। ତଥାପି ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ମୁକୁଳି ପାରୁନି। ମୃତ ବ୍ୟକ୍ତିଙ୍କ ଜୀବନ ଫେରିଆସିବା ପାଇଁ ଗୁଣି ଗାରେଡ଼ି ଓ ମନ୍ତ୍ର ପାଠ କରାଯାଉଛି।

Advertisment

ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏପରି ଘଟଣା ବାରମ୍ୱାର ଘଟୁଛି। ଗତ ମାସକ ଭିତରେ ଜିଲ୍ଲାରେ ଏମିତି ୩ଟି ଘଟଣା ଘଟିଛି।

ଏଥର କିନ୍ତୁ ଘଟଣା ସାମାନ୍ୟ ଭିନ୍ନ। ସାପକାମୁଡ଼ାରେ ମୃତ ଗୋଟିଏ ଗାଈକୁ ଝଡ଼ାଫୁଙ୍କା କରିଛନ୍ତି ଜଣେ ଗୁଣିଆ।

Advertisment

ପୂରା ଘଟଣା ଏମିତି। ବାଗେଡିଆ ଗାଁର ବୁଲୁ ପ୍ରଧାନଙ୍କ ଗାଈ ନାଳ ପାଖକୁ ଚରିବାକୁ ଯାଇଥିଲା। ସେଠାରେ ତାକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏନେଇ ଜଗୁଆଳ ଗାଈର ମାଲିକଙ୍କୁ ଖବର ଦେଇଥିଲେ। ତେବେ ବୁଲୁ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଗାଈକୁ ଉଦ୍ଧାର କରି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନେବା ପରିବର୍ତ୍ତେ ଝଡ଼ାଫୁଙ୍କା କରିବା ସହିତ ମନ୍ତ୍ର ପାଠ କରାଇଥିଲେ। ମାତ୍ର ମୃତ ଗାଈର ଜୀବନ ଫେରି ନଥିଲା।

ପୂର୍ବରୁ ଜଣେ କନ୍‌ଷ୍ଟେବଳଙ୍କୁ ସାପ କାମୁଡ଼ିଥିଲା। ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଗୁଣିଆ ଆସି ତାଙ୍କୁ ଝଡ଼ାଫୁଙ୍କା କରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe