Advertisment

ଡିଭୋର୍ସ ପାଇଁ ୮ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ କି ଡିମ୍ପଲ୍? ଏବେ ରଖିଲେ ଉତ୍ତର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳି ଭିତରେ ଏବେ ସେମାନଙ୍କର ଏକ ଭାଇରାଲ୍ ଭିଡ଼ିଓକୁ ସବୁଠି ଚର୍ଚ୍ଚା। ଭିଡିଓରେ ତପସ୍ୱିନୀ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରୁଥିବା ଦେଖିବାକୁ ମିଳିଛି। ଏପରିକି ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ତିକ୍ତତା ଏବଂ ଉଚବାଚ ବି ହେଉଛି ଘଟଣାସ୍ଥଳରେ। ତେବେ ଏହି ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି। ଭାଇରାଲ ହେଉଥିବା ଭିଡିଓକୁ […]

ଅଦ୍ୟତନ ହୋଇଛି
ଡିଭୋର୍ସ ପାଇଁ ୮ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ କି ଡିମ୍ପଲ୍? ଏବେ ରଖିଲେ ଉତ୍ତର

tapaswini

Advertisment

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳି ଭିତରେ ଏବେ ସେମାନଙ୍କର ଏକ ଭାଇରାଲ୍ ଭିଡ଼ିଓକୁ ସବୁଠି ଚର୍ଚ୍ଚା। ଭିଡିଓରେ ତପସ୍ୱିନୀ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରୁଥିବା ଦେଖିବାକୁ ମିଳିଛି। ଏପରିକି ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ତିକ୍ତତା ଏବଂ ଉଚବାଚ ବି ହେଉଛି ଘଟଣାସ୍ଥଳରେ। ତେବେ ଏହି ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି।

Advertisment

ଭାଇରାଲ ହେଉଥିବା ଭିଡିଓକୁ ନେଇ ତପସ୍ୱିନୀ କହିଛନ୍ତି, ଘଟଣାଟି ବର୍ଷେ ତଳର। ଭିଡିଓରେ ମୋ ସ୍ୱାମୀ ଯାହାଙ୍କ ନାଁ କହୁଛନ୍ତି, ତାଙ୍କୁ ମୁଁ ଜାଣିନି। ମାସେ ହେଲା ମୁଁ ଏଠି ବସିଛି। ଯଦି ସେ ପିଲା ସହ ମୋର କିଛି ଖରାପ ସମ୍ପର୍କ ଥାନ୍ତା, ସେ କ’ଣ ମୋ ପାଖକୁ ଆସିନଥାନ୍ତା।

ତପସ୍ୱିନୀ କହିଛନ୍ତି, ସୁମିତଙ୍କ ପରିବାର ଲୋକେ ଆମ ଠାରୁ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ମୋର ଏମବିବିଏସ୍ କୋର୍ସ ପାଇଁ ମୋ ବାପା ସୁମିତଙ୍କୁ ବାପାଙ୍କୁ ୮ ଲକ୍ଷ ଦେଇଥିଲେ। କିନ୍ତୁ ସେ ଟଙ୍କାରେ ମୋର ଜଏନ୍ କରିବାରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଯେହେତୁ ସେମାନେ ବାରମ୍ବାର ଡିଭୋର୍ସ କଥା କହୁଥିଲେ, ତେଣୁ ମୁଁ କହିଲି ମୋତେ ୮ ଲକ୍ଷ ଦେଇ ଦିଅ ଓ ଡିଭୋର୍ସ ନିଅ। ତା’ଛଡ଼ା ଯଦି ମୋତେ ଡିଭୋର୍ସ ନେବାର ଥାନ୍ତା, ତାହେଲେ ୮ କୋଟି ଟଙ୍କା ଦେଲେ ବି ମୁଁ ନେବିନି।

Advertisment

ବାମମ୍ବାର ଡିଭୋର୍ସ କଥା କହିବାରୁ ମୋ ବାପା ଗାଈ ବିକି ସୁମିତଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ଡିଭୋର୍ସ ପାଇଁ ଯୋଜନା କରିଥିଲେ। ତେଣୁ ସେମାନେ ନେଇଥିବା ୮ ଲକ୍ଷ ଟଙ୍କା ପ୍ରଥମେ ଫେରାନ୍ତୁ ବୋଲି କହିଥିବା ନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି। ଆଉ ଏହି ଘଟଣା ବର୍ଷକ ତଳର ବୋଲି ତପସ୍ୱିନୀ କହିଛନ୍ତି। ତେବେ ଏନେଇ ସୁମିତ କିମ୍ବା ତାଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Dr.Sumit- Tapaswini Family Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe