Advertisment

ତପସ୍ୱିନୀ ଘୋଡ଼ାଇ ଦେଲେ ସିସିଟିଭି, ଷଡଯନ୍ତ୍ରର ଗନ୍ଧ ବାରିଲେ ଶ୍ୱଶୁର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ତପସ୍ୱିନୀ ତଥା ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ବାରମ୍ବାର ମୁହାଁମୁହିଁ ହେଉଥିବା ବେଳେ ଆଜି ଆସିଛି ଏକ ନୂଆ ଅଭିଯୋଗ । ବୋହୂ ତପସ୍ୱିନୀଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ। ତପସ୍ୱିନୀଙ୍କ ଗତିବିଧିରୁ ଷଡଯନ୍ତ୍ରର ଗନ୍ଧ ବାରି ହେଉଛି, ତେଣୁ ବିହିତ ପଦକ୍ଷେପ […]

author-image
Niharika Rout
ଅଦ୍ୟତନ ହୋଇଛି
ତପସ୍ୱିନୀ ଘୋଡ଼ାଇ ଦେଲେ ସିସିଟିଭି, ଷଡଯନ୍ତ୍ରର ଗନ୍ଧ ବାରିଲେ ଶ୍ୱଶୁର

tapaswini with pramila

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ତପସ୍ୱିନୀ ତଥା ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ବାରମ୍ବାର ମୁହାଁମୁହିଁ ହେଉଥିବା ବେଳେ ଆଜି ଆସିଛି ଏକ ନୂଆ ଅଭିଯୋଗ ।

Advertisment

ବୋହୂ ତପସ୍ୱିନୀଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ। ତପସ୍ୱିନୀଙ୍କ ଗତିବିଧିରୁ ଷଡଯନ୍ତ୍ରର ଗନ୍ଧ ବାରି ହେଉଛି, ତେଣୁ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ସେ ଅପିଲ୍‌ କରି ଜଣାଇଛନ୍ତି

ତପସ୍ୱିନୀ ବର୍ତ୍ତମାନ ସୁମିତଙ୍କ ଘର ବାରଣ୍ଡାରେ ରହୁଥିବା ବେଳେ ସେଠାରେ ଲାଗିଥିବା ସିସିଟିଭିକୁ ଘୋଡ଼ାଇ ରଖିଛନ୍ତି। ଫଳରେ ତପସ୍ୱିନୀଙ୍କ ଗତିବିଧୀ ଜାଣି ହେଉନି, ସେ କୌଣସି ଷଡଯନ୍ତ୍ର ରଚୁଥିବା ଅଭିଯୋଗ ଆଣିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ।

Advertisment

ଏନେଇ ସେ କହିଛନ୍ତି, ତପସ୍ୱିନୀ ଦାସ ମୋ’ ଘରେ ଜବରଦସ୍ତି ଗେଟ୍‌ ଭାଙ୍ଗି ପଶିଥିଲେ। ସେ ସେଠାରେ ରହୁଥିବା ବେଳେ ଏବେ ସେ ମୋ ବାରଣ୍ଡା ସିସିଟିଭିକୁ କଭର କରି ଦେଇଛନ୍ତି। କାହା ଅନୁମତିରେ ମୋ’ ସିସିଟିଭିକୁ ବନ୍ଦ କରାଯାଇଛି, ମୁଁଜାଣିପାରୁନି । ସେଥିରେ ଷଡଯନ୍ତ୍ରର ଗନ୍ଧ ଆସୁଛି। ଏନେଇ ବିହିତ ପଦକ୍ଷେପ ନିଅନ୍ତୁ। ସିସିଟିଭି ଦ୍ୱାରା ମୁଁ ତାଙ୍କ ଗତିବିଧୀ ଜାଣିପାରୁଥିଲି। ହେଲେ ସେ ଚେୟାର ଆଣି ତାକୁ ଘୋଡ଼ାଇ  ବନ୍ଦ କରି ଦେଇଛନ୍ତି। ତେଣୁ ମୁଁ ଭୟଭୀତ ହୋଇପଡ଼ିଛି। ତୁରନ୍ତ ବିହିତ ପଦକ୍ଷେପ ନେଇ ଏହାର ସମାଧାନ କରିବାକୁ ସେ ଏକ ଅଡିଓ ଜରିଆରେ ଅନୁରୋଧ କରିଛନ୍ତି।

ଅପରପକ୍ଷେ, ଏହାର ଜବାବ ଦେବାକୁ ଯାଇ ପ୍ରମିଳା ତ୍ରିପାଠୀ କହିଛନ୍ତି, ତପସ୍ୱିନୀ ଗ୍ୟାରେଜ ଘରେ ରହୁଛି। ସେହିଠାରେ ସେ ଖାଉଛି, ଶୋଉଛି ସବୁ କରୁଛି। ତେଣୁ ସିସିଟିଭି ରହିଲେ ସେ କିପରି ଚଳପ୍ରଚଳ କରିବ । ତା’ର ଇଜ୍ଜତ ବୋଲି କିଛି ଅଛି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ୱଶୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ତପସ୍ୱିନୀ କହିଛନ୍ତି, ମୁଁ କି ମୋ ପରିବାର ଲୋକ କିମ୍ବା ପ୍ରମିଳା ତ୍ରିପାଠୀ କେହି ବି ଗେଟ୍‌ରେ ହାତ ଲଗାଇନୁ  । ଉତ୍ତ୍ୟକ୍ତ ମହିଳା ଆସି ଗେଟ୍‌ ଭାଙ୍ଗି ଆମକୁ ଭିତରେ ପଶାଇଲେ। ତେଣୁ କରି ଆମେ ଗେଟ୍‌ ଭାଙ୍ଗିଛୁ ବୋଲି ସେ ପ୍ରମାଣ ଦିଅନ୍ତୁ। ଶ୍ୱଶୁର ଘର ଲୋକ ମୋତେ ଗ୍ରହଣ ନ କରିବା ଯାଏ ଏଠାରେ ବସି ରହିବି ବୋଲି ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି ତପସ୍ୱିନୀ।

ସୂଚନାଯୋଗ୍ୟ, ତପସ୍ୱିନୀ ଦୀର୍ଘ ଦିନ ହେବ ତାଙ୍କ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସି ରହିଥିଲେ। ହେଲେ ଦୁଇ ଦିନ ତଳେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ତପସ୍ୱିନୀଙ୍କ ଶ୍ୱଶୁର ଘର ଗ୍ରିଲ ଭାଙ୍ଗି ତାଙ୍କୁ ଘର ଭିତରେ ପଶାଇଥିଲେ। ସେବେଠୁ ପ୍ରମିଳା ତ୍ରିପାଠୀଙ୍କ ସହ ନିଜ ଶ୍ୱଶୁର ଘର ଗ୍ୟାରେଜ୍ ରୁମ୍‌ରେ ରହୁଛନ୍ତି ତପସ୍ୱିନୀ। ଅପରପକ୍ଷେ, ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ତାଙ୍କ ଶ୍ୱଶୁର ଘର ନିକଟ ଅଞ୍ଚଳରେ ୧୪୪ ଧାରା ଲଗାଯାଇଛି। ଏଥିଯୋଗୁ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ ହୋଇଥିବା ବେଳେ ଉକ୍ତ ବାଟ ଦେଇ ସାଧାରଣ ଲୋକଙ୍କ ଯାତାୟତକୁ ବାରଣ କରାଯାଇଛି।

Dr.Sumit- Tapaswini Family Conflict