Advertisment

ପୁଣି ଶ୍ୱଶୁର ଘର ଆଗରେ ଧାରଣା ଦେଲେ ତପସ୍ୱିନୀ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ତୁଟୁନି ତପସ୍ୱିନୀ ଓ ଡାକ୍ତର ସୁମିତ ସାହୁଙ୍କ ଦାମ୍ପତ୍ୟ କଳି। ପୁଣି ଥରେ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ସେ ବ୍ରହ୍ମାନଗର ସ୍ଥିତ ଶାଶୁଘର ଆଗରେ ଧାରଣାରେ ବସିଛନ୍ତି। କିଛି ଦିନ ତଳେ ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କୁ ଏକାଠି ରହିବା ପାଇଁ ବ୍ରହ୍ମପୁର SDJM କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରିଛନ୍ତି ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ […]

ପୁଣି ଶ୍ୱଶୁର ଘର ଆଗରେ ଧାରଣା ଦେଲେ ତପସ୍ୱିନୀ

Tapaswini Dash

Advertisment

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ତୁଟୁନି ତପସ୍ୱିନୀ ଓ ଡାକ୍ତର ସୁମିତ ସାହୁଙ୍କ ଦାମ୍ପତ୍ୟ କଳି। ପୁଣି ଥରେ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ସେ ବ୍ରହ୍ମାନଗର ସ୍ଥିତ ଶାଶୁଘର ଆଗରେ ଧାରଣାରେ ବସିଛନ୍ତି।

Advertisment

କିଛି ଦିନ ତଳେ ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କୁ ଏକାଠି ରହିବା ପାଇଁ ବ୍ରହ୍ମପୁର SDJM କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରିଛନ୍ତି ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି।

ଏପଟେ SDJM କୋର୍ଟରେ ଅନ୍ୟ ଏକ ପିଟିସନ ଦାଖଲ କରିବା ସହ ତପସ୍ୱିନୀ ଦର୍ଶାଇଛନ୍ତି ଯେ, ସେ ଆସିକା ଗେଷ୍ଟହାଉସ ଛାଡ଼ିସାରିଛନ୍ତି। ଏବେ ସେ କେଉଁଠି ରହିବେ? ତେଣୁ ତାଙ୍କୁ ସୁମିତଙ୍କ ଘରେ ରହିବାକୁ ଅନୁମତି ଦିଆଯାଉ ବୋଲି ତପସ୍ୱିନୀ ପିଟିସନ୍‌ରେ ଦର୍ଶାଇଛନ୍ତି।

Advertisment

ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe