Advertisment

ସ୍ୱାମୀଙ୍କ ପତ୍ତା ପାଉନାହାନ୍ତି, ଏସ୍‌ଡିଜେଏମ୍‌ କୋର୍ଟରେ ପିଟିସନ୍‌ ଦାଖଲ କଲେ ତପସ୍ୱିନୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଜଟିଳ ହେଉଛି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ ଜୀବନ। ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ। ହେଲେ ତାହା ହୋଇନଥିଲା। ଅଷ୍ଟମ ଦିନରେ […]

ଅଦ୍ୟତନ ହୋଇଛି
ସ୍ୱାମୀଙ୍କ ପତ୍ତା ପାଉନାହାନ୍ତି, ଏସ୍‌ଡିଜେଏମ୍‌ କୋର୍ଟରେ ପିଟିସନ୍‌ ଦାଖଲ କଲେ ତପସ୍ୱିନୀ

Tapaswani

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଜଟିଳ ହେଉଛି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ ଜୀବନ। ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ। ହେଲେ ତାହା ହୋଇନଥିଲା।

Advertisment

ଅଷ୍ଟମ ଦିନରେ ସୁମିତ ପତ୍ନୀ ତପସ୍ୱିନୀଙ୍କୁ ଛାଡ଼ି ପଳାଇ ଗଲେ। ଯାହା ଯାଇଛନ୍ତି ଯେ ଯାଇଛନ୍ତି। ଆଉ ଫେରିନାହାନ୍ତି। ହଜିଲା ସ୍ୱାମୀଙ୍କ ଫେରିବା ରାସ୍ତାକୁ ଚାହିଁ ଚାହିଁ ଆଜି ପୁଣି ଥରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ। ଡାକ୍ତର ସୁମିତ ସାହୁ କୋର୍ଟଙ୍କ ନିର୍ଦ୍ଦେଶକକୁ ଅବମାନନା କରିଛନ୍ତି ବୋଲି ତପସ୍ୱିନୀ ପିଟିସନ୍‌ରେ ଦର୍ଶାଇଛନ୍ତି।

ପିଟିସନ୍‌ ଦାଖଲ କରିବା ପରେ ତପସ୍ୱିନୀ କହିଛନ୍ତି, କୋର୍ଟ ନିର୍ଦ୍ଦେଶ ମୁତାମକ ସେ(ସୁମିତ) ମୋ ସହିତ ରହିବେ ଓ ମୋ’ ଦାୟିତ୍ୱ ନେବେ କଥା। କିନ୍ତୁ ଗତ ଚାରି ଦିନ ହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରିଛନ୍ତି। ମୋତେ ଛାଡି କେଉଁ ଆଡେ ଚାଲି ଯାଇଛନ୍ତି। ମୁଁ ଏବେ କେମିତି ଅଛି? କଣ ଖାଉଛି? ସେକଥା ଜମାରୁ ବୁଝୁନାହାନ୍ତି। ତେଣୁ ବାଧ୍ୟହୋଇ ପୁଣି ଥରେ ଏସ୍‌ଡିଜେଏମ୍‌ରେ ପିଟିସନ୍‌ ଦାଖଲ କରିଛି। ଏହା ପରେ ଏସ୍‌ଡିଜେଏମ୍‌ ଯାହା ନିର୍ଦ୍ଦେଶ ଦେବେ, ତାହା ମୁଁ ପାଳନ କରିବି ବୋଲି ତପସ୍ୱିନୀ କହିଛନ୍ତି।

Advertisment

ତପସ୍ୱିନୀ ଆହୁରି କହିଛନ୍ତି, ଛାଡ଼ପତ୍ର ମାମଲାରେ ଫ୍ୟାମଲି କୋର୍ଟରେ ହାଜର ହେବା ପାଇଁ ଆଜି ତାରିଖ ଥିଲା। ହେଲେ ସୁମିତ ଆସିଲେ ନାହିଁ। ମୁଁ ଯାଇ ଦସ୍ତଖତ ମାରି ଆସିଲି ବୋଲି ତପସ୍ୱିନୀ କହିଛନ୍ତି।

ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe