Advertisment

ଡାକ୍ତର ସୁମିତଙ୍କ ଘରେ ରହିବେ ତପସ୍ୱିନୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ୪୪ ଦିନ ଧରି ଚାଲିଥିବା ଆଇନ୍‌ଗତ ଲଢ଼େଇର ଯବନିକା ପଡ଼ିଛି। ସଫଳ ହୋଇଛି ତପସ୍ୱିନୀଙ୍କ ତପସ୍ୟା। ଶାଶୁ ଘର ଅର୍ଥାତ ସ୍ୱାମୀ ଡକ୍ତର ସୁମିତ ସାହୁଙ୍କ ଘରେ ରହିବେ ତପସ୍ୱିନୀ। ଆଜି ଗଞ୍ଜାମ ଜିଲ୍ଲା ଜଜ୍‌ କୋର୍ଟ ଏହି ରାୟ ଦେଇଛନ୍ତି। ସେପଟେ ସୁମିତଙ୍କ ଓକିଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବେ। ଚଳିବା ପାଇଁ ତାଙ୍କୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ତିନି ଦିନ ଧରି ବସିଛନ୍ତି ବୋହୂ; ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶ୍ୱଶୁର ଓ ସ୍ୱାମୀ

Sumit-and-Dimpal

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ୪୪ ଦିନ ଧରି ଚାଲିଥିବା ଆଇନ୍‌ଗତ ଲଢ଼େଇର ଯବନିକା ପଡ଼ିଛି। ସଫଳ ହୋଇଛି ତପସ୍ୱିନୀଙ୍କ ତପସ୍ୟା। ଶାଶୁ ଘର ଅର୍ଥାତ ସ୍ୱାମୀ ଡକ୍ତର ସୁମିତ ସାହୁଙ୍କ ଘରେ ରହିବେ ତପସ୍ୱିନୀ। ଆଜି ଗଞ୍ଜାମ ଜିଲ୍ଲା ଜଜ୍‌ କୋର୍ଟ ଏହି ରାୟ ଦେଇଛନ୍ତି। ସେପଟେ ସୁମିତଙ୍କ ଓକିଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ।

Advertisment

କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବେ। ଚଳିବା ପାଇଁ ତାଙ୍କୁ ସୁମିତ ମାସିକ ୧୭୦୦୦ ଟଙ୍କା ପ୍ରଦାନ। ତପସ୍ୱିନୀ ସେହି ଟଙ୍କା ଗ୍ରହଣ କରିବା ପରେ ଗୋଟିଏ ରିସିଟ୍‌ ସୁମିତଙ୍କୁ ପ୍ରଦାନ କରିବେ। ସୁମିତ ତାଙ୍କୁ ମାସର ୧୦ ତାରିଖ ସୁଦ୍ଧା ପ୍ରଦାନ କରିବେ। ଡାକ୍ତର ସୁମିତ କିମ୍ୱା ତାଙ୍କ ପରିବାର ହେଉ ବା ତପସ୍ୱିନୀ କିମ୍ୱା ତାଙ୍କ ପରିବାର କାହାକୁ ଆକ୍ଷେପ ପ୍ରତିଆକ୍ଷେପ କରିବେ ନାହିଁ। ଉଭୟ ପରିବାର ପକ୍ଷରୁ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। କୋର୍ଟଙ୍କ ରାୟର କପି ବ୍ରହ୍ମପୁର ଏସ୍‌ପି, ସବ୍‌ କଲେକ୍ଟର, ପ୍ରୋଟେକସନ୍‌ ଅଫିସରଙ୍କ ପାଖକୁ ପଠାଇ ଦିଆଯାଇଛି। ସେମାନେ ତପସ୍ୱିନୀଙ୍କ ରହିବା ବ୍ୟବସ୍ଥା କରିବେ ବୋଲି ଆଇନ୍‌ଜୀବୀ ଶ୍ରୀ ପଟ୍ଟନାୟକ କହିଛନ୍ତି। କୋର୍ଟଙ୍କ ରାୟ ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

ଜଣେ ବିବାହିତ ମହିଳା ତାଙ୍କ ସ୍ୱାମୀ ପାଖରେ ରହିବାର ଆଇନ୍‌ଗତ ବ୍ୟବସ୍ଥା ରହିଛି। ସେହି ବ୍ୟବସ୍ଥା ଅନୁଯାୟୀ, ତଳ କୋର୍ଟଙ୍କଠାରୁ ନିରାଶ ହୋଇ ତପସ୍ୱିନୀ ଜିଲ୍ଲା ଜଜ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ବିଚାରପତି ତପସ୍ୱିନୀଙ୍କୁ ତାଙ୍କ ଶାଶୂ ଘରେ ରହିବା ପାଇଁ ରାୟ ଦେଇଛନ୍ତି।

Advertisment

ସେପଟେ କୋର୍ଟଙ୍କ ରାୟ ଶୁଣିବା ପରେ ଖୁସିରେ କାନ୍ଦି ପକାଇଲେ ତପସ୍ୱିନୀ। ଧର୍ମର ଜୟ ହୋଇଛି, ସତ୍ୟର ଜୟ ହୋଇଛି କହିଲେ ତପସ୍ୱିନୀ।ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ ବୋଲି ତପସ୍ୱିନୀ କହିଛନ୍ତି।

ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ,ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ।

ଶେଷରେ ସ୍ୱାମୀ ଓ ସ୍ତ୍ରୀଙ୍କ କଳି କୋର୍ଟରେ ପହଞ୍ଚିଥିଲା। SDJM ମାମଲାକୁ ବିଚାର କରି ଡାକ୍ତର ସୁମିତ ଓ ତପସ୍ୱିନୀ ୭ ଦିନ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘରଠାରୁ ବାହାରେ ରହିବା ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଉଭୟ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ୭ ଦିନ ଧରି ରହିଥିଲେ। ହେଲେ କଳି ସମାଧାନ ହୋଇନଥିଲା। ୭ ଦିନ ପରେ ହଠାତ୍‌ ସୁମିତ କେଉଁ ଆଡ଼େ ଚାଲି ଯାଇଥିଲେ। ଯାହାକୁ ନେଇ ତପସ୍ୱିନୀ ଥାନାରେ ଅଭିଯୋଗ କରିଥିଲେ।

Dr.Sumit- Tapaswini Family Conflict