Advertisment

ବଧୂ ବେଶରେ ବିଦାୟ ନେଲେ ତପୁ ମିଶ୍ର...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଲାଲ ଟହ ଟହ ମନ୍ଦାର ଭଳି ଚେହେରାରେ ସେଇ ଚମକ। ମଥାରେ ଝଟକୁ ଥିଲା ନାଲି ସିନ୍ଦୂର। ଓଠରେ ନାଲି ଲିପଷ୍ଟିକ। ଆଖିରେ କଜଳ ଆଉ କପାଳରେ ଟିପି ଟିପି ଚନ୍ଦନ। ପାଦରେ ଅଳତା ସାଙ୍ଗକୁ ନାଲି ଶାଢ଼ିରେ ବେଶ ଅଦ୍ଭୁତ ଲାଗୁଥିଲେ ଥିଲେ ତପୁ। ଆଉ ଯୁଇର ଶେଜରେ ଚିର ନିଦ୍ରାରେ ଶୋଇଯାଇଥିଲେ ସେ । ଆଜି ଅନ୍ତିମ ବିଦାୟ ବେଳେ ଏମିତି ନବ ବଧୂରେ ତପୁ ମିଶ୍ରଙ୍କୁ ବିଦାୟ ଦିଆଯାଇଥିଲା।  ଅତି […]

author-image
Tapas Behera
ଅଦ୍ୟତନ ହୋଇଛି
ବଧୂ ବେଶରେ ବିଦାୟ ନେଲେ ତପୁ ମିଶ୍ର...

njm

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଲାଲ ଟହ ଟହ ମନ୍ଦାର ଭଳି ଚେହେରାରେ ସେଇ ଚମକ। ମଥାରେ ଝଟକୁ ଥିଲା ନାଲି ସିନ୍ଦୂର। ଓଠରେ ନାଲି ଲିପଷ୍ଟିକ। ଆଖିରେ କଜଳ ଆଉ କପାଳରେ ଟିପି ଟିପି ଚନ୍ଦନ। ପାଦରେ ଅଳତା ସାଙ୍ଗକୁ ନାଲି ଶାଢ଼ିରେ ବେଶ ଅଦ୍ଭୁତ ଲାଗୁଥିଲେ ଥିଲେ ତପୁ। ଆଉ ଯୁଇର ଶେଜରେ ଚିର ନିଦ୍ରାରେ ଶୋଇଯାଇଥିଲେ ସେ । ଆଜି ଅନ୍ତିମ ବିଦାୟ ବେଳେ ଏମିତି ନବ ବଧୂରେ ତପୁ ମିଶ୍ରଙ୍କୁ ବିଦାୟ ଦିଆଯାଇଥିଲା।  ଅତି ଶୋକାକୁଳ ପରିବେଶରେ ଓଲିଉଡ୍‌ର ଏଭର ଗ୍ରୀ ଗାୟିକାଙ୍କୁ ବିଦାୟ ଦିଆଯାଇଥିଲା।  ଆକାଶରେ ତାରା ହୋଇଗଲେ ଓଲିଉଡ ତାରକା ଗାୟିକା ତପୁ ମିଶ୍ର।  କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ କୋଭିଡ ପରବର୍ତ୍ତୀ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତକାଲି ରାତିରେ ଇହଲିଳା ସମ୍ବରଣ କରିଥିଲେ ତପୁ। ଆଜି ଭୁବେନେଶ୍ୱର ସତ୍ୟନଗର ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ମହମାରୀ କରୋନା କାଳରେ ତପୁ ମିଶ୍ରଙ୍କ ଭଳି ଜଣେ ଭର୍ସାଟାଇଲ ସିଙ୍ଗରକୁ ହରାଇ ଓଲିଉଡ ଜଗତ ଶୋକରେ ବୁଡ଼ିଛି।  ତପୁଙ୍କ ପରଲୋକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି  ଶୋକ  ପ୍ରକାଶ କରିଛନ୍ତି ।

Advertisment

ଯାହାଙ୍କ ସୁମଧୁର ସ୍ୱର ଶୁଣି ଶ୍ରୋତା ବିଭୋର ହେଉଥିଲେ, ନିଇତି ପ୍ରେମରେ ପଡ଼ୁଥିଲେ ସେ ଯେ ଦିନେ ଏମିତି ଅବେଳାରେ ଝଡି ପଡ଼ିବ କିଏ ଜାଣିଥିଲା ।  ଯାହାକୁ କାହାର ଚେହେରା ଆଉ ଇଶାରା ଶୁଆଇ ଦେଉ ନଥିଲା ସେ ଏବେ ଚିର ନିଦ୍ରାରେ । ସବୁ ଦିନ ପାଇଁ ଶୋଇଯାଇଛନ୍ତି ।  ଏହି କଠୋର ସତ୍ୟକୁ ଗ୍ରହଣ କରିବାକୁ ସମସ୍ତେ ନାରାଜ ସତ,  କିନ୍ତୁ ସତ କହୁଛି ସତ୍ୟ ନଗର ସ୍ମଶାନର ଏ ଚିତ୍ର  । ଗତକାଲି କୋଭିଡ୍ ପରବର୍ତ୍ତୀ ଜଟିଳତାରେ ନିଧନ ପରେ ଏ ହେଉଛି ଆଜିର ଚିତ୍ର ।  ଆତ୍ମୀୟ, ପ୍ରଶଂସକ, ଶୁଭେଚ୍ଛୁଙ୍କ ଗହଣରେ ଚାଲିଛି  ତପୁ ମିଶ୍ରଙ୍କ ଅନ୍ତିମ ସଂସ୍କାର ।  ଆଉ ଏ ହେଉଛି ପଞ୍ଚଭୂତରେ ତପୁ ଲୀନ ହେବା ବେଳର । ଓଡ଼ିଶାର ଲୋକପ୍ରିୟ ମେଲୋଡିୟସ ସିଙ୍ଗରଙ୍କ ନିଧନରେ ନିସ୍ତବ୍ଧ  ହୋଇଯାଇଛନ୍ତି ହଜାର ହଜାର ଶ୍ରୋତା । ତପୁଙ୍କ ଏମିତି ଅସମୟରେ ଚାଲିଯିବା ସଂଗୀତ ଦୁନିଆ ପାଇଁ ବଡ଼ କ୍ଷତି ହୋଇଥିବା ବେଳେ ଶୋକର ଛାୟା ଖେଳିଯାଇଛି।  ଯିଏ ତାଙ୍କ ଅତି ପାଖରୁ ଜାଣନ୍ତି, ଚିହ୍ନନ୍ତି ଓ ବୁଝନ୍ତି ସେମାନେ କୁହନ୍ତି ତପୁଙ୍କ ଗୀତ ଯେମିତି ମିଠା ତାଙ୍କ ସ୍ୱାଭାବ ମଧ୍ୟ ସେମିତି  ମିଷ୍ଟଭାଷୀ, ମେଳାପୀ ଓ ସ୍ନେହୀ ମଣିଷଟିଏ । ଓଲିଉଡକୁ ଅଲବିଦା କହିଥିବା ତପୁ କିନ୍ତୁ ସବୁଦିନ ତାରକାଟିଏ ଭାବେ ସମସ୍ତଙ୍କ ମନରେ ରହିବେ ନିଶ୍ଚୟ।

ଓଡ଼ିଶାର ଘରେ ଘରେ ଅତି ପରିଚିତ ଥିଲେ ତପୁ ମିଶ୍ର ।  ପ୍ରେମ, ବିରହ, ମେଲୋଡି, ଭଜନ- ସଂଗୀତର ସବୁ ବର୍ଗର ଗୀତ ଗାଇ ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିଥିଲେ  । ୧୬ ବର୍ଷରୁ ସଂଗୀତ ଯାତ୍ରା କରିଥିବା ତପୁ  ୧୯୯୫ ମସିହାରେ ଓଡ଼ିଆ ସିନେମା କୁଳ ନନ୍ଦନରୁ ଆରମ୍ଭ କରିଥିଲେ ଫିଲ୍ମ କ୍ୟାରିଅର।  ପ୍ରାୟ ୧୬୦ଟି ଓଡ଼ିଆ ଫିଲ୍ମ ଗୀତ, ୨୨ଟି ବଙ୍ଗଳା ଗୀତ ଏବଂ ଅନେକ ଭଜନ ଗାଇଛନ୍ତି । ତରଙ୍ଗ ସିନେ ପ୍ରଡକ୍ସନର ଯାତ୍ରାରେ ସହଯାତ୍ରୀ ହୋଇ ତପୁ ଦେଇଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍ ସଙ୍ଗ।  ତରଙ୍ଗ ସିନେ ପ୍ରଡକ୍ସନର ପ୍ରଥମ ଫିଲ୍ମ ଇସ୍କ ତୁ ହି ତୁର ଟାଇଟଲ ଗୀତ ଗାଇ ଦର୍ଶକ ଓ ଶ୍ରୋତାଙ୍କୁ ପ୍ରେମରେ ପକାଇଥିଲେ ତପୁ  । ସମ୍ମାନ ଯେତିକି ତପୁଙ୍କୁ ମିଳିଛି ସ୍ୱିକୃତି  ବି ସେତିକି।  ଆଜି ତାଙ୍କର ଅବର୍ତ୍ତମାନରେ ସମସ୍ତେ ମର୍ମାହତ ।

Advertisment

ଦୁଇ ବର୍ଷ ତଳେ ୨୦୧୮ ଡିସେମ୍ବର ୧୨ ତାରିଖରେ ନୂଆ ସଂସାର ଆରମ୍ଭ କରିଥିଲେ ତପୁ ମିଶ୍ର।  ସୋନପୁରର ବ୍ୟବସାୟୀ ତଥା ଅଭିନେତା ଦୀପକ ପୁଜାହାରୀଙ୍କୁ ବିବାହ କରିଥିଲେ।  ଏବେ କିନ୍ତୁ ସେ ଜୀବନ ଯାତ୍ରାରେ ଅଭିନୟ ସାରି ଅସ୍ତ ହୋଇଯାଇଛନ୍ତି।  ଏବେ ସମସ୍ତେ ତପୁଙ୍କ ଆତ୍ମାର ସଦଗତି କାମନା କରୁଛନ୍ତି ।

Corona Death In Odisha Tapu Mishra