Advertisment

ଶ୍ରୀମନ୍ଦିର ପାଣ୍ଠି ଟାର୍ଗେଟ ୧୦୦୦ କୋଟି, ବଜେଟ୍ ୨୦୨ କୋଟି

ପୁରୀ (ଓଡ଼ିଶା ରିପୋର୍ଟର): ବଢ଼ିବ ଶ୍ରୀମନ୍ଦିରର ଆୟ। ଏଥିପାଇଁ ଚାଲିଛି ବ୍ୟାପକ ଯୋଜନା। ପଥର କ୍ୱାରୀ ଲିଜ୍ ଲଗାଇ ଶ୍ରୀମନ୍ଦିରର ଆୟ ବୃଦ୍ଧି କରାଯିବାକୁ ଯୋଜନା ହୋଇଛି। ଚଳିତ ଆର୍ଥିକ ବର୍ଷରେ ପଥର କ୍ୱାରୀରୁ ୧୦ କୋଟି ଆଦାୟ ହେବା ନେଇ ଯୋଜନା ରହିଥିବା ବେଳେ ଏବେ ଶ୍ରୀମନ୍ଦିର ପାଣ୍ଠି ପ୍ରାୟ ୬୫୦ କୋଟିରୁ ଅଧିକ ରହିଛି। ଆସନ୍ତା ବର୍ଷ ସୁଦ୍ଧା ଶ୍ରୀମନ୍ଦିର ପାଣ୍ଠି ୭୫୦ କୋଟିକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି। ୨୦୨୩ ରଥ ପୂର୍ବରୁ […]

୭୫ କୋଟିର ୟୁସି ଦେଇନି ଶ୍ରୀମନ୍ଦିର ପ୍ରଶାସନ, ଭକ୍ତ ନଚଢ଼ିବା ପାଇଁ ୨ ବର୍ଷରେ ଦଇତାପତିଙ୍କୁ ୩ କୋଟି

Puri JagannathTemple

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ବଢ଼ିବ ଶ୍ରୀମନ୍ଦିରର ଆୟ। ଏଥିପାଇଁ ଚାଲିଛି ବ୍ୟାପକ ଯୋଜନା। ପଥର କ୍ୱାରୀ ଲିଜ୍ ଲଗାଇ ଶ୍ରୀମନ୍ଦିରର ଆୟ ବୃଦ୍ଧି କରାଯିବାକୁ ଯୋଜନା ହୋଇଛି। ଚଳିତ ଆର୍ଥିକ ବର୍ଷରେ ପଥର କ୍ୱାରୀରୁ ୧୦ କୋଟି ଆଦାୟ ହେବା ନେଇ ଯୋଜନା ରହିଥିବା ବେଳେ ଏବେ ଶ୍ରୀମନ୍ଦିର ପାଣ୍ଠି ପ୍ରାୟ ୬୫୦ କୋଟିରୁ ଅଧିକ ରହିଛି।

Advertisment

ଆସନ୍ତା ବର୍ଷ ସୁଦ୍ଧା ଶ୍ରୀମନ୍ଦିର ପାଣ୍ଠି ୭୫୦ କୋଟିକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି। ୨୦୨୩ ରଥ ପୂର୍ବରୁ ଶ୍ରୀମନ୍ଦିର ପାଣ୍ଠି ୧ ହଜାର କୋଟି ପାଇଁ ଟାର୍ଗେଟ ରଖାଯାଇଛି। ଏନେଇ ଆଜି ଶ୍ରୀମନ୍ଦିର ବାର୍ଷିକ ବଜେଟ ମିଟିଂ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

୧ ହଜାର କୋଟି ପାଣ୍ଠି ଟାର୍ଗେଟ ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ। ବ୍ୟାଙ୍କ ସୁଧରୁ ବେଶି ଟଙ୍କା  ଆସୁନଥିବାରୁ ଅନ୍ୟ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଛଡା ବିଭିନ୍ନ ପ୍ରମୁଖ ସ୍ଥାନରେ ହୁଣ୍ଡି ସ୍ଥାପନ କରାଯିବ। ଏୟାରପୋର୍ଟ, ରେଳ ଷ୍ଟେସନରେ ଶ୍ରୀମନ୍ଦିର ହୁଣ୍ଡି ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Advertisment

ସେହିପରି ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବ୍ କମିଟି। ବଜେଟରେ ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଛି। ସେହିପରି ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟବରାଦ କରାଯାଇଛି। ସେବାୟତଙ୍କ ସହାୟତା ପାଇଁ ୫ କୋଟି ବ୍ୟୟବରାଦ କରାଯାଇଛି । ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ହୋଇଛି।

୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହୋଇଛି। ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ । ଖଣି ଖାଦାନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ।  ଭକ୍ତଙ୍କ ଦାନ ଅର୍ଥ ବଢାଇବା ପାଇଁ ବ୍ୟବସ୍ଥା କରାଯିବ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe