Advertisment

ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟକ ତରୁଣାକନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗଳ୍ପ ସଂକଳନ ଭାସ୍ୱତୀ ଲାଗି ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ । ମୋଟ ୨୪ଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ ମଧ୍ୟରେ ତରୁଣକାନ୍ତିଙ୍କ ନାଁ ରହିଛି । ୨୦୧୦ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିବା ତରୁଣକାନ୍ତି ଜଣେ ସୁସାହିତ୍ୟକ ଭାବେ ମଧ୍ୟ ଜଣାଶୁଣା। […]

ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର

6790

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟକ ତରୁଣାକନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗଳ୍ପ ସଂକଳନ ଭାସ୍ୱତୀ ଲାଗି ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ ।

Advertisment

ମୋଟ ୨୪ଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ ମଧ୍ୟରେ ତରୁଣକାନ୍ତିଙ୍କ ନାଁ ରହିଛି । ୨୦୧୦ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିବା ତରୁଣକାନ୍ତି ଜଣେ ସୁସାହିତ୍ୟକ ଭାବେ ମଧ୍ୟ ଜଣାଶୁଣା।  ସେ ୨୦୦ରୁ ଅଧିକ ଗଳ୍ପ ଓ ୧୮ଟି ଗଳ୍ପ ସଂକଳନ ରଚନା କରିଛନ୍ତି । ପୂର୍ବରୁ ତାଙ୍କ ସାହିତ୍ୟ କୃତି ଲାଗି ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରଳା ପୁରସ୍କାର ମଧ୍ୟ ପାଇଛନ୍ତି।

ଖୁବ୍‌ କମ୍‌ ବୟସରୁ ଲେଖାଲେଖି ଆରମ୍ଭ କରିଥିବା ଶ୍ରୀ ମିଶ୍ରଙ୍କର ପ୍ରଥମ ଗଳ୍ପ ମାତ୍ର ୧୪ ବର୍ଷ ବୟସରେ ଆସନ୍ତାକାଲିରେ ପ୍ରକାଶ ପାଇଥିଲା। ବିଜେବି ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ୧୯୬୮ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଗଳ୍ପ ସଂକଳନ।

Advertisment

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନ ସମେତ ଶ୍ରୀ ମିଶ୍ର ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ। ତାଙ୍କ କାହାଣୀରେ ଗଭୀର ମାନବୀୟ ସମ୍ବେଦନା, କରୁଣା ଓ ପ୍ରେମ ଦେଖିବାକୁ ମିଳେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe