Advertisment

ପିଲାମାନଙ୍କୁ ମାଗଣାରେ ଅନ୍‌ଲାଇନରେ ପାଠ ପଢ଼ାଇବ ଟିସିଏସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ ଶିକ୍ଷା ପାଇଁ ଚୁକ୍ତି ହୋଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ୍‌ ମଧ୍ୟରେ ଆଜି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି। ଏହାଦ୍ୱାରା ରାଜ୍ୟର ୨୧୪ ଆଦର୍ଶ ସ୍କୁଲ ଓ ୧୦୧ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥା କରାଯିବ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢ଼ିପାରିବେ। ଅନଲାଇନ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍‌। ସୂଚନାରୁ ପ୍ରକାଶ, ମହାମାରୀ କରୋନା […]

author-image
Manoranjan Sial
ଅଦ୍ୟତନ ହୋଇଛି
ପିଲାମାନଙ୍କୁ ମାଗଣାରେ ଅନ୍‌ଲାଇନରେ ପାଠ ପଢ଼ାଇବ ଟିସିଏସ୍‌

tcs

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ ଶିକ୍ଷା ପାଇଁ ଚୁକ୍ତି ହୋଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ୍‌ ମଧ୍ୟରେ ଆଜି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି। ଏହାଦ୍ୱାରା ରାଜ୍ୟର ୨୧୪ ଆଦର୍ଶ ସ୍କୁଲ ଓ ୧୦୧ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥା କରାଯିବ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢ଼ିପାରିବେ। ଅନଲାଇନ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍‌।

Advertisment

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଶୁଡି ପଡ଼ିଛି। ବିଶେଷ କରି ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବେଶୀ ଅସୁବିଧାରେ ପଡ଼ିଛନ୍ତି। ଦୁର୍ଗମ ଓ ଗ୍ରାମାଞ୍ଚଳରେ ନେଟ୍‌ୱର୍କ ପାଉନଥିବାରୁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିପାରୁ ନାହାନ୍ତି। ଯାହାକୁ ନେଇ ଅଭିଭାବକଙ୍କ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବ୍ୟବସ୍ଥା ପରେ ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ି ପାରିବେ।

ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ ଅନ୍‌ଲାଇନ୍‌ ପାଠ ପଢ଼ାଇବା ପାଇଁ ଭିତ୍ତିଭୂମି ନଥିବା ବେଳେ ଟିସିଏସ୍‌ କିପରି ପିଲାମାନଙ୍କୁ ଶିକ୍ଷା ଦେବ, ତାହା ଉପରେ ସମସ୍ତଙ୍କର ନଜର ରହିଛି। ସବୁ ଯୋଜନା ପରି ଏହା ସରକାରୀ ଫାଇଲ୍‌ ଭିତରେ ଚାପି ହୋଇ ରହିଯିବନି ତ?

Advertisment