Advertisment

ନିଶାରେ ଟଳମଳ ଶିକ୍ଷକ କ୍ଲାସ୍‌ରେ ପଶିଲେ, କୁନିକୁନି ପିଲାଙ୍କୁ ଗୋରୁଗାଈ ପରି ପିଟିଲେ

ପାରଳାଖେମୁଣ୍ଡି(ଆଦର୍ଶ ଦାସ ):  ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହା ଶିକ୍ଷାର ମନ୍ଦିର ହୋଇଥିବା ବେଳେ ଏଠାରେ ପିଲାଙ୍କ ଭବିଷ୍ୟତ ଗଢ଼ା ଯାଇଥାଏ। ହେଲେ ବିଭିନ୍ନ ସମୟରେ ସ୍କୁଲ ପରିସର ଭିତରେ କୋମଳମତି ଶିଶୁଙ୍କ ଉପରେ ଛାତିଥରା ନିର୍ଯାତନା ଦିଆଯାଉଥିବା କଥା ସାମନାକୁ ଆସୁଛି। ଏପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଡେଙ୍ଗେସଖାଲ ଗାଁରୁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ଦାୟିତ୍ୱ ଶିକ୍ଷକଙ୍କ କାନ୍ଧରେ ନ୍ୟସ୍ତ ଥିବା ବେଳେ ଏଠାରେ ଶିକ୍ଷକ […]

ଅଦ୍ୟତନ ହୋଇଛି
ନିଶାରେ ଟଳମଳ ଶିକ୍ଷକ କ୍ଲାସ୍‌ରେ ପଶିଲେ, କୁନିକୁନି ପିଲାଙ୍କୁ ଗୋରୁଗାଈ ପରି ପିଟିଲେ

teacher

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ ):  ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହା ଶିକ୍ଷାର ମନ୍ଦିର ହୋଇଥିବା ବେଳେ ଏଠାରେ ପିଲାଙ୍କ ଭବିଷ୍ୟତ ଗଢ଼ା ଯାଇଥାଏ। ହେଲେ ବିଭିନ୍ନ ସମୟରେ ସ୍କୁଲ ପରିସର ଭିତରେ କୋମଳମତି ଶିଶୁଙ୍କ ଉପରେ ଛାତିଥରା ନିର୍ଯାତନା ଦିଆଯାଉଥିବା କଥା ସାମନାକୁ ଆସୁଛି।

Advertisment

ଏପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଡେଙ୍ଗେସଖାଲ ଗାଁରୁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ଦାୟିତ୍ୱ ଶିକ୍ଷକଙ୍କ କାନ୍ଧରେ ନ୍ୟସ୍ତ ଥିବା ବେଳେ ଏଠାରେ ଶିକ୍ଷକ କିନ୍ତୁ ନିଶାରେ ଟଳମଳ। ଏପରିକି ନିଶାସକ୍ତ ଅବସ୍ଥାରେ କୁନି କୁନି ଶିଶୁଙ୍କୁ ଗୋରୁଗାଈ ପରି ପିଟିବାକୁ ପଛାଇ ନ ଥିବା ଅଭିଯୋଗ ହୋଇଛି। ପୁଲିସ୍‌ ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖି ପଚରାଉ଼ଚରା କରୁଛି।

ଡେଙ୍ଗେସଖାଲ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ଗତକାଲି ଅପରାହ୍ନ ୩ରେ ମଦ୍ୟପାନ କରି ସ୍କୁଲକୁ ଯାଇଥିଲେ । ସେଠାରେ କ୍ଲାସରୁମ୍‌ରେ ପଶି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।  ତେବେ ଉତ୍ତର ଦେଇନପାରିବାରୁ ଛାତ୍ରଛାତ୍ରୀଙ୍କୁ ବାଡ଼ିରେ ନିର୍ଧୂମ ମାଡ଼ ମାରିଥିଲେ ଶିକ୍ଷକଜଣକ ।

Advertisment

ଛାତ୍ରଛାତ୍ରୀଙ୍କ ଚିତ୍କାର ଶୁଣି ଜଣେ ଅଭିଭାବକ ଭିତରକୁ ପଶି ଯାଇଥିଲେ। ଛାତ୍ରଛାତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ସେ ସେମାନଙ୍କଠାରୁ ସବୁ କଥା ବୁଝିଥିଲେ। ଏହାପରେ ଅନ୍ୟମାନଙ୍କ ସାହାଯ୍ୟରେ ଆହତ  ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଅଡ଼ବା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଉଛି।  ଡେଙ୍ଗେସଖାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏ ନେଇ ଥାନାରେ ଅଭିଯୋଗ କରିବା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe