Advertisment

ଦିଦିଙ୍କ ସାବୁନ ଲଗାଇ ମାଡ଼ ଖାଇଲେ ୧୪ ପିଲା, ପିଠିରେ ଦାଗ ବସିଛି

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ରାଗିଗଲେ ଦିଦି। ପିଲାଙ୍କୁ ମହଙ୍ଗା ପଡ଼ିଲା ଦିଦିଙ୍କ ସାବୁନ ଲଗାଇବା। ଏଥିରେ ଦିଦି ରାଗରେ ପଞ୍ଚମ ହୋଇ ପିଲାଙ୍କୁ ପିଟିଛନ୍ତି। ଦିଦିଙ୍କ ବେତ ପାହାରରେ ୧୪ ଜଣ ହଷ୍ଟେଲ ଛାତ୍ର ଆହତ ହୋଇଛନ୍ତି। ଏମିତିକି ପିଲାମାନଙ୍କ ପିଠିରେ ଦାଗ ରହିଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଡଙ୍ଗରା ପ୍ରାଥମିକ ବିଦ୍ୟାଳୟରୁ ଏମିତି ଅଭିଯୋଗ ଆସିଛି। ଶିକ୍ଷୟତ୍ରୀଙ୍କ ସାବୁନ ବ୍ୟବହାର କରିବା , ବୋତଲରୁ ପାଣି ପିଇବାରୁ ଶିକ୍ଷୟତ୍ରୀ ଜଣକ ରାଗିଯାଇ ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

ଦିଦିଙ୍କ ସାବୁନ ଲଗାଇ ମାଡ଼ ଖାଇଲେ ୧୪ ପିଲା, ପିଠିରେ ଦାଗ ବସିଛି

dd

Advertisment

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ରାଗିଗଲେ ଦିଦି। ପିଲାଙ୍କୁ ମହଙ୍ଗା ପଡ଼ିଲା ଦିଦିଙ୍କ ସାବୁନ ଲଗାଇବା। ଏଥିରେ ଦିଦି ରାଗରେ ପଞ୍ଚମ ହୋଇ ପିଲାଙ୍କୁ ପିଟିଛନ୍ତି। ଦିଦିଙ୍କ ବେତ ପାହାରରେ ୧୪ ଜଣ ହଷ୍ଟେଲ ଛାତ୍ର ଆହତ ହୋଇଛନ୍ତି। ଏମିତିକି ପିଲାମାନଙ୍କ ପିଠିରେ ଦାଗ ରହିଯାଇଛି।

Advertisment

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଡଙ୍ଗରା ପ୍ରାଥମିକ ବିଦ୍ୟାଳୟରୁ ଏମିତି ଅଭିଯୋଗ ଆସିଛି।

ଶିକ୍ଷୟତ୍ରୀଙ୍କ ସାବୁନ ବ୍ୟବହାର କରିବା , ବୋତଲରୁ ପାଣି ପିଇବାରୁ ଶିକ୍ଷୟତ୍ରୀ ଜଣକ ରାଗିଯାଇ ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାଡ଼ ମାରିଥିବା ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ସୁପ୍ରଭା ସାହୁ।

Advertisment

ମାଡ଼ ଖାଇଥିବା ଛାତ୍ରମାନେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।

ତେବେ ଏ ନେଇ ମାଡ଼ ମାରିଥିବା ଶିକ୍ଷୟିତ୍ରୀ ନିଜ ଭୁଲକୁ ସ୍ୱୀକାର କରିବା ସହ ସାବୁନ ଲଗାଇବା ଓ ପାଣି ପିଇବା ପାଇଁ ନୁହେଁ, ଛାତ୍ରମାନେ ବିଶୃଙ୍ଖଳା ହେଉଥିଲେ ବୋଲି ମାଡ଼ ମାରିଛନ୍ତି ବୋଲି କହିଛନ୍ତି।

ସ୍କୁଲ କାମରେ ବାହାରକୁ ଯିବା ପରେ ଏପରି ଘଟଣା ହୋଇଛି ଏବଂ ଶିକ୍ଷୟିତ୍ରୀ ଜଣକ ଯାହା କରିଛନ୍ତି, ତାହା ଭୁଲ ବୋଲି ପ୍ରଧାନଶିକ୍ଷକ ପ୍ରତିକ୍ରିୟା ଦେଇ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe