ସ୍କୁଲରେ ପାଠ ପଢ଼ାଉଥିବା ବେଳେ ଟଳି ପଡ଼ିଲେ ଶିକ୍ଷକ। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପକାରୀ ପଂଚାୟତର ଗଞ୍ଜୁ ଗାଁ ପ୍ରାଥମିକ ବିଦ୍ୟାଳୟରେ।
ମୃତ ଶିକ୍ଷକଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ। ତାଙ୍କୁ ୫୦ ବର୍ଷ ହୋଇଥିଲା। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ। ସେ ଗଞ୍ଜୁ ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିଲେ।
ଆଜି ସକାଳେ ଛାତ୍ରଛାତ୍ରୀଙ୍କୁ ପ୍ରାର୍ଥନା କରାଇ ପ୍ୟାରେଡ କରାଇବା ପରେ ଶ୍ରେଣୀ ଗୃହକୁ ଆସି ପାଠ ପଢ଼ାଇ ଥିଲେ। ପାଠ ପଢ଼ାଉ ଥିବା ବେଳେ ତଳେ ପଡ଼ି ଯାଇଥିଲେ। ତାଙ୍କର ଚେତା ନଥିଲା। ଘଟଣା ସଂପର୍କରେ ସ୍କୁଲର ଶିକ୍ଷୟିତ୍ରୀ ଗାଁ ଲୋକଙ୍କୁ ଖବର ଦେଇଥିଲେ।
ଗାଁର କିଛି ଲୋକ ପହଞ୍ଚି ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କୁ ବାଲନ୍ଦାପଡ଼ା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ହୃଦଘାତରୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ଏହି ଖବର ପାଇବା ପରେ CRCC, ABEO ଓ BEO ପ୍ରମୁଖ ବାଲାନ୍ଦାପଡ଼ା ଡାକ୍ତରଖାନାରେ ପହଞ୍ଚିଥିଲେ। ତା’ପରେ କୃଷ୍ଣଚନ୍ଦ୍ର ସାହୁଙ୍କ ଘର ଲୋକଙ୍କୁ ଖବର ଦିଆଯାଇଥିଲା। ତା’ ସହିତ ଗୋଚ୍ଛାପଡ଼ା ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି।
ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସ୍କୁଲ ଛାତ୍ରଛାତ୍ରୀ, ଅନ୍ୟ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/05/teacher-2026-02-05-17-05-57.jpg)