Advertisment

ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷକ ନିଲମ୍ବିତ

ମୋହନା (ମିହିର ଯତି): ମଦ ପିଇ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଗଜପତି ଜିଲ୍ଲା ଲଦିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା। ଶୁକ୍ରବାର ମୋହନା ବିଇଓ ତାଙ୍କୁ ନିଲମ୍ବନ କରିଛନ୍ତି। ଜଗଦୀଶ ବେହେରାଙ୍କ ଘର ଡେଙ୍ଗେସଖାଲ ଗାଁରେ। ଗତ ଗୁରୁବାର ସେ ମଦ ପିଇ ନିଜ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେହି ସମୟରେ ପିଲାଙ୍କର ଖେଳ ଛୁଟି ଥିଲା। ପିଲାମାନେ ପଡ଼ିଆରେ ଖେଳୁଥିବା ସମୟରେ ଜଗଦୀଶ ସେମାନଙ୍କୁ ଶ୍ରେଣୀ […]

ଅଦ୍ୟତନ ହୋଇଛି
ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷକ ନିଲମ୍ବିତ

teacher-2

Advertisment

ମୋହନା (ମିହିର ଯତି): ମଦ ପିଇ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଗଜପତି ଜିଲ୍ଲା ଲଦିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା। ଶୁକ୍ରବାର ମୋହନା ବିଇଓ ତାଙ୍କୁ ନିଲମ୍ବନ କରିଛନ୍ତି।

Advertisment

ଜଗଦୀଶ ବେହେରାଙ୍କ ଘର ଡେଙ୍ଗେସଖାଲ ଗାଁରେ। ଗତ ଗୁରୁବାର ସେ ମଦ ପିଇ ନିଜ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେହି ସମୟରେ ପିଲାଙ୍କର ଖେଳ ଛୁଟି ଥିଲା। ପିଲାମାନେ ପଡ଼ିଆରେ ଖେଳୁଥିବା ସମୟରେ ଜଗଦୀଶ ସେମାନଙ୍କୁ ଶ୍ରେଣୀ ଗୃହକୁ ଡାକି ନେଇଥିଲେ। ସେହି ସ୍କୁଲରେ  ଜଗଦୀଶଙ୍କର ଦୁଇ ଛୁଆ ପଢ଼ୁଥିବାରୁ ଅନ୍ୟ ଶିକ୍ଷକଙ୍କର ତାଙ୍କ ଉପରେ ସନ୍ଦେହ ହୋଇ ନଥିଲା। ନିଜ ଛୁଆଙ୍କୁ ସେ ଦେଖାକରିବାକୁ ଆସିଥିବା ସେମାନେ ଭାବିଥିଲେ।

ହେଲେ ଜଗଦୀଶ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହକୁ ଡାକି  ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ମଦ ପିଇ ଟଳମଳ ହୋଇ ପ୍ରଶ୍ନ ପଚାରୁଥିବା ଦେଖି ପିଲାମାନେ ହସି ଦେଇଥିଲେ। ଏହା ଦେଖି ଜଗଦୀଶ ରାଗି ଯାଇଥିଲେ ଓ ଛାତ୍ରଛାତ୍ରୀଙ୍କୁ ବାଡ଼ିରେ ନିର୍ଧୂମ ପିଟିଥିଲେ।

Advertisment

ଛାତ୍ରଛାତ୍ରୀଙ୍କ କାନ୍ଦ ଶୁଣି ସ୍କୁଲ ନିକଟରେ ଥିବା ଜଣେ ଅଭିଭାବକ ଶ୍ରେଣୀ ଗୃହକୁ ପଶି ଯାଇଥିଲେ। ପିଲାଙ୍କୁ କାହିଁକି ପିଟୁଛନ୍ତି ବୋଲି ସେ ଜଗଦୀଶଙ୍କୁ  ପଚାରିଥିଲେ। ଏହା ମଧ୍ୟରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ମଧ୍ୟ ଶ୍ରେଣୀ ଗୃହରେ ପହଞ୍ଚି ଜଗଦୀଶଙ୍କ ଉପରେ ବିରକ୍ତ ହୋଇଥିଲେ। ପରେ ସେ ସେଠାରୁ ପଳାଇ ଯାଇଥିଲେ। ଜଣେ ଅଭିଭାବକ ଅଟୋ ଯୋଗେ ପିଲାମାନଙ୍କୁ ନେଇ ଅଡ଼ବା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା।

ଘଟଣା ସଂପର୍କରେ ଡେଙ୍ଗେସଖାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଶିକ୍ଷକ ଜଗଦୀଶ ବେହେରାଙ୍କୁ ପଚରାଉଚରା କରିଥିଲା ଓ ପରେ ତାଙ୍କୁ ଛାଡ଼ି ଦେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe