ପିଲାଙ୍କୁ ଗୋରୁଗାଈ ଭଳି ଛେଚିଲେ, ଛାତ୍ରୀଙ୍କ ଚୁଟି ଧରି ଝିଙ୍କିଲେ: ସସପେଣ୍ଡ ହେଲେ

ଆନନ୍ଦପୁର(ମୁନା ସିଂ):ସୀମା ଟପିଲା ଶିକ୍ଷକଙ୍କ ବର୍ବରତା। ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଗୋରୁ ଗାଈ ଭଳି ପିଟିଲେ ସାର୍। ଆଉ ଖବର ପ୍ରସାରଣ ପରେ ସାର ସସପେଣ୍ଡ। ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ବିଇଓ । କେନ୍ଦୁଝର ହରିଚନ୍ଦନପୁର ବ୍ଲକର ପିଟାଟାଗଂର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରତି ନାରାୟଣ ରାଉତ ପିଲାଙ୍କୁ ନିର୍ଦ୍ଧୁମ ପିଟିଛନ୍ତି ।  ଶିକ୍ଷକଙ୍କ ରାଗ ଏତେ ଯେ, ମାଡ଼ ମାରିବା ବେଳେ ବାଡ଼ି ଭାଙ୍ଗି ଯିବା ପରେ ବି ଶାନ୍ତ ପଡ଼ୁ […]

b-9081

Puspanjali Panda
  • Published: Monday, 20 January 2020
  • , Updated: 20 January 2020, 08:23 PM IST

ଆନନ୍ଦପୁର(ମୁନା ସିଂ):ସୀମା ଟପିଲା ଶିକ୍ଷକଙ୍କ ବର୍ବରତା। ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଗୋରୁ ଗାଈ ଭଳି ପିଟିଲେ ସାର୍। ଆଉ ଖବର ପ୍ରସାରଣ ପରେ ସାର ସସପେଣ୍ଡ। ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ବିଇଓ । କେନ୍ଦୁଝର ହରିଚନ୍ଦନପୁର ବ୍ଲକର ପିଟାଟାଗଂର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରତି ନାରାୟଣ ରାଉତ ପିଲାଙ୍କୁ ନିର୍ଦ୍ଧୁମ ପିଟିଛନ୍ତି ।  ଶିକ୍ଷକଙ୍କ ରାଗ ଏତେ ଯେ, ମାଡ଼ ମାରିବା ବେଳେ ବାଡ଼ି ଭାଙ୍ଗି ଯିବା ପରେ ବି ଶାନ୍ତ ପଡ଼ୁ ନାହାନ୍ତି । ପିଲା ଯେତେ ନେହୁରା ହେଲେ ବି ଫରକ୍ ପଡିନଥିଲା।  ଏ ନେଇ ଶିକ୍ଷକଙ୍କୁ ପଚାରିବାରୁ ସେ ବି ଦେଇଛନ୍ତି ଅଜବ ଉତ୍ତର। ପିଲା ପାଠ ପଢ଼ୁନାହାନ୍ତି, ଯେତେ କହିଲେ ବି ଶୁଣୁନାହାନ୍ତି, ତେଣୁ ପିଟିଲେ।

Related story