Advertisment

ବିଜେଡି ପ୍ରାର୍ଥୀ ହୋଇଛନ୍ତି ସ୍ତ୍ରୀ, ନିର୍ବାଚନ ପ୍ରଚାର କରୁଥିଲେ ଶିକ୍ଷକ ସ୍ୱାମୀ!

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପେଶା ଶିକ୍ଷକ କିନ୍ତୁ ନିଶା ରାଜନୀତି। ପାଠପଢା ଛାଡି ପଲିଟିକ୍ସ କରୁଥିଲେ ଶିକ୍ଷକ! ବିଜେଡିରେ ପ୍ରତିଦ୍ୱନ୍ଦିତା କରୁଥିବା ତାଙ୍କ ପତ୍ନୀ ପାଇଁ ପ୍ରଚାର କରି ନିଲମ୍ୱନ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାପାଳ ତାଙ୍କୁ ଚାକିରିରୁ ନିଲମ୍ୱିତ କରିଛନ୍ତି। ବଲାଙ୍ଗିର ୧୭ ନମ୍ୱର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ହେଉଛନ୍ତି ଲିପିକା ପଧାନ। ତାଙ୍କ ସ୍ୱାମୀ ହେଉଛନ୍ତି ତରଣୀସେନ ପଧାନ। ସେ ଲୁକାପଡା ପ୍ରାଥମିକ ସ୍କୁଲର ଶିକ୍ଷକ। ସରକାରୀ ଚାକିରିରେ ଥାଇ ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ […]

ବିଜେଡି ପ୍ରାର୍ଥୀ ହୋଇଛନ୍ତି ସ୍ତ୍ରୀ, ନିର୍ବାଚନ ପ୍ରଚାର କରୁଥିଲେ ଶିକ୍ଷକ ସ୍ୱାମୀ!

TaraniSen padhan

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପେଶା ଶିକ୍ଷକ କିନ୍ତୁ ନିଶା ରାଜନୀତି। ପାଠପଢା ଛାଡି ପଲିଟିକ୍ସ କରୁଥିଲେ ଶିକ୍ଷକ! ବିଜେଡିରେ ପ୍ରତିଦ୍ୱନ୍ଦିତା କରୁଥିବା ତାଙ୍କ ପତ୍ନୀ ପାଇଁ ପ୍ରଚାର କରି ନିଲମ୍ୱନ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାପାଳ ତାଙ୍କୁ ଚାକିରିରୁ ନିଲମ୍ୱିତ କରିଛନ୍ତି।

Advertisment

ବଲାଙ୍ଗିର ୧୭ ନମ୍ୱର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ହେଉଛନ୍ତି ଲିପିକା ପଧାନ। ତାଙ୍କ ସ୍ୱାମୀ ହେଉଛନ୍ତି ତରଣୀସେନ ପଧାନ। ସେ ଲୁକାପଡା ପ୍ରାଥମିକ ସ୍କୁଲର ଶିକ୍ଷକ। ସରକାରୀ ଚାକିରିରେ ଥାଇ ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରି ସେ ସୋଶାଲ୍‌ ମିଡ଼ିଆରେ ନିଜ ସ୍ତ୍ରୀଙ୍କ ପାଇଁ ଡିଜିଟାଲ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ବଲାଙ୍ଗିର ଉପ-ଜିଲ୍ଲାପାଳ ଲମ୍ୱୋଧର ଧରୁଆ ଘଟଣାର ତଦନ୍ତ କରିଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟକୁ ଆଧାର କରି ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଶିକ୍ଷକ ତରଣୀସେନ ପଧାନଙ୍କୁ କାର୍ଯ୍ୟରୁ ନିଲମ୍ୱନ କରିଛନ୍ତି।

Advertisment
Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe