Advertisment

‘୧୦ କି.ମି ଭିତରେ ଖାତା ଦେଖିବାକୁ ବ୍ୟବସ୍ଥା କରାଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ। ଏଥିସହ ୧୦ କିମି ଭିତରେ ଖାତା ଦେଖିବାକୁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ। ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, “ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯିବ। ଆବଶ୍ୟକ ପଡ଼ିଲେ ମୂଲ୍ୟାୟନ କେନ୍ଦ୍ର ବଢ଼ାଯିବ। ମୂଲ୍ୟାୟନ […]

‘୧୦ କି.ମି ଭିତରେ ଖାତା ଦେଖିବାକୁ ବ୍ୟବସ୍ଥା କରାଯିବ’

samir

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ। ଏଥିସହ ୧୦ କିମି ଭିତରେ ଖାତା ଦେଖିବାକୁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ। ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।

Advertisment

ସେ ଆହୁରି କହିଛନ୍ତି, “ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯିବ। ଆବଶ୍ୟକ ପଡ଼ିଲେ ମୂଲ୍ୟାୟନ କେନ୍ଦ୍ର ବଢ଼ାଯିବ। ମୂଲ୍ୟାୟନ ସମୟରେ କୋଭିଡ୍ ଗାଇଡ୍‌ଲାଇନ୍ ଅନୁପାଳନ କରାଯିବ। ସୋମବାର ବୈଠକରେ ନିଷ୍ପତ୍ତି ହେବ। ୨୦ରୁ ଖାତାଦେଖା ଆରମ୍ଭ ହେବ।”

ସୂଚନାଯୋଗ୍ୟ, ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ ହାଇକୋର୍ଟ ଗତକାଲି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ଓଷ୍ଟା ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର କରି ହାଇକୋର୍ଟ ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲକ୍‌ଡାଉନ୍‌ କଟକଣା ମାନିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ଖାତା ଦେଖା ବେଳେ ସାମାଜିକ ଦୂରତ୍ୱ ମାନବାକୁ କୁହାଯାଇଥିଲା। ଏମିତିକି ୧୦ କିମି ଦୂରରୁ ଖାତା ମୂଲ୍ୟାୟନ କରିବାକୁ ଆସୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe