Advertisment

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ: ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର କନିଷ୍ଠ ଶିକ୍ଷକ

ଗତବର୍ଷ ଅକ୍ଟୋବର୧୫ତାରିଖରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ହେବାପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତିଶ୍ରୁତି ମିଳିଥିଲା

Teacher

Teacher

Advertisment

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ତାକୁ ପୂରଣ କରିନଥିବାରୁ ଆଜି ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତିି । ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ତାକୁ ପାଳନ କରୁନଥିବା ଓ ଶିକ୍ଷକମାନଙ୍କ ସହ ପ୍ରତାରଣା କରୁଛନ୍ତି ବୋଲି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଅଭିଯୋଗ କରିଛି ।

Advertisment

ବିଭିନ୍ନ ଜିଲ୍ଲାରୁ ଆଜି ହଜାର ହଜାର କନିଷ୍ଠ ଶିକ୍ଷକ ଭୁବନେଶ୍ୱରରେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏ ସମ୍ପର୍କରେ ଶିକ୍ଷକ ସଂଘର ସଭାପତି ଅକ୍ଷୟ କୁମାର ପାଢ଼ୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତବର୍ଷ ଅକ୍ଟୋବର୧୫ତାରିଖରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ହେବାପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତିଶ୍ରୁତି ମିଳିଥିଲା । ଏପରିକି ସେହି ୧୫ ତାରିଖ କ୍ୟାବିନେଟ ବୈଠକ ପୂର୍ବରୁ ସରକାରଙ୍କ ତରଫରୁ କନିଷ୍ଠ ଶିକ୍ଷକମାନଙ୍କୁ ଫୋନ ଯୋଗେ ୭ ଦିନ ଭିତରେ ବିଭାଗୀୟ ଆଦେଶନାମା ବାହାରିବ ବୋଲି ଅବଗତ କରାଯାଇଥିଲା ।

୨୦୨୨ ଅକ୍ଟୋବର ୧୫ତାରିଖରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ଏଥିରେ ୫୭ ହଜାର କର୍ମଚାରୀ ଚୁକ୍ତିଭିତ୍ତିକ ଉଚ୍ଛେଦ ହେଲେ କିନ୍ତୁ ଏହି ଘୋଷଣାରୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ବାଦ୍ ପଡ଼ିଯାଇଥିଲେ । ପରେ ୨୦୨୨ ଅକ୍ଟୋବର ୨୬ତାରିଖରେ ମୁଖ୍ୟ ସଚିବ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସହ ବୈଠକ ପରେ କନିଷ୍ଠ ଶିକ୍ଷକମାନଙ୍କ ଦାବିକୁ ଖୁବଶୀଘ୍ର କ୍ୟାବିନେଟରେ ଗୃହୀତ କରାଯାଇ ଘୋଷଣା ହେବ ବୋଲି ପ୍ରତିଶ୍ରୁତି ମିଳିଲା । ଏପରିକି ଦୁଇଟା ଉପନିର୍ବାଚନ ସମୟରେ କନିଷ୍ଠ ଶିକ୍ଷକମାନଙ୍କ ଦାବିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିଲା ଏବଂ ୨୦୨୨ରିଖ ଡିସେମ୍ବର ୧୪ରେ ମୁଖ୍ୟ ସଚିବଙ୍କ ଅଫିସ୍ ଭିତରେ ଆଲୋଚନା ହେଲା । କିନ୍ତୁ ସ୍କିମ୍‌ରେ କର୍ମଚାରୀ ସଂଖ୍ୟା ଅଧିକ ଓ କେନ୍ଦ୍ରୀୟ ସ୍କିମ ବୋଲି ଭିତ୍ତିହୀନ କଥା କହି ନିୟମିତ କରିବାକୁ ସରକାର ମନା କରିଦେଲେ ।

Advertisment

ଏବେ ଯେଉଁ ୫୭ ହଜାର କର୍ମଚାରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ କଲେ ସେଥିରେ ମଧ୍ୟ ପୂର୍ବରୁ କେନ୍ଦ୍ର ରାମସା ସ୍କିମରୁ ହାଇସ୍କୁଲ୍ ଶିକ୍ଷକ, ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସ୍କିମରୁ ନର୍ସିଂ ଅଫିସର ଓ ପଞ୍ଚାୟତ ଜଳଯୋଗାଣ ବିଭାଗର ଡିପ୍ଲୋମାଧାରୀ ମାନଙ୍କୁ ନିୟମିତ ଘୋଷଣା ସହ ୬ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ସାମିଲ୍ କରିଛନ୍ତି । ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣାକୁ ୬ ମାସ ବିତିଯାଇଥିଲେ ମଧ୍ୟ ଦାବି ଦୁଇଟି ପୂରଣ ହୋଇପାରିି ନାହିଁ । କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଚୁକ୍ତିଭିତ୍ତିକ ଉଚ୍ଛେଦ କରିବା ଏବଂ ଚୁକ୍ତିଭିତ୍ତିକ ଅବଧି କାର୍ଯ୍ୟକୁ ମୂଳ ଚାକିରିରେ ସାମିଲ କରିବା ଭଳି ଦୁଇଦଫା ଦାବି ନେଇ ସଂଘ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଦାବି ପୂରଣ କରିନାହାନ୍ତି । ତେଣୁ ବାଧ୍ୟ ହୋଇ ରାଜ୍ୟର ହଜାର ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ସଭାପତି ଶ୍ରୀ ପାଢୀ ଚେତାବନୀ ଦେଇଛନ୍ତିି ।

Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe