ସ୍କୁଲରେ ପଢ଼ାଉଛନ୍ତି ‘ମେଣ୍ଟାଲ ଶିକ୍ଷକ’!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସ୍କୁଲଗୁଡ଼ିକରେ ପାଠ ପଢ଼ାଉଛନ୍ତି ଶତାଧିକ ମେଣ୍ଟାଲ୍‌ ଶିକ୍ଷକ! ଏକଥା ଅମେ କହୁନୁ କି ସରକାର କହୁନାହାନ୍ତି। କହୁଛନ୍ତି ଖୋଦ ଶିକ୍ଷକମାନେ। ବଦଳି ପାଇଁ ନିଜକୁ ମେଣ୍ଟାଲ୍‌ (୫୦ ପ୍ରତିଶତ ମାନସିକ ଅନଗ୍ରସର) ଦର୍ଶାଇ ୨୦୭ ଶିକ୍ଷକ ଆବେଦନ କରିଛନ୍ତି। ଯାହା ରଜ୍ୟ ସରକାରଙ୍କ ଅକଲ ଗୁଡୁମ କରିଦେଇଛି। ସରକାର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ୍ ବୋର୍ଡକୁ ଚିଠି ଲେଖିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ୫୦ ପ୍ରତିଶତ ମାନସିକ ଅନଗ୍ରସର […]

school

Manoranjan Sial
  • Published: Friday, 27 September 2019
  • , Updated: 27 September 2019, 05:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସ୍କୁଲଗୁଡ଼ିକରେ ପାଠ ପଢ଼ାଉଛନ୍ତି ଶତାଧିକ ମେଣ୍ଟାଲ୍‌ ଶିକ୍ଷକ! ଏକଥା ଅମେ କହୁନୁ କି ସରକାର କହୁନାହାନ୍ତି। କହୁଛନ୍ତି ଖୋଦ ଶିକ୍ଷକମାନେ। ବଦଳି ପାଇଁ ନିଜକୁ ମେଣ୍ଟାଲ୍‌ (୫୦ ପ୍ରତିଶତ ମାନସିକ ଅନଗ୍ରସର) ଦର୍ଶାଇ ୨୦୭ ଶିକ୍ଷକ ଆବେଦନ କରିଛନ୍ତି। ଯାହା ରଜ୍ୟ ସରକାରଙ୍କ ଅକଲ ଗୁଡୁମ କରିଦେଇଛି। ସରକାର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ୍ ବୋର୍ଡକୁ ଚିଠି ଲେଖିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ୫୦ ପ୍ରତିଶତ ମାନସିକ ଅନଗ୍ରସର ଥିବା ବ୍ୟକ୍ତି ଶିକ୍ଷକତା ପାଇଁ ଯୋଗ୍ୟ କି? ସ୍କୁଲ୍‌ରେ ସେମାନେ କେମିତି ପାଠ ପଢ଼ାଉଛନ୍ତି? ଏଭଳି ଶିକ୍ଷକଙ୍କୁ ବଦଳି ନା ବିରତି ଦରକାର? ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ସରକାରଙ୍କ ନିୟମ ଅନୁସାରେ- କ୍ୟାନସର୍, ପାରାଲିଟିକ୍ ଷ୍ଟ୍ରୋକ୍, ରେନାଲ୍ ଫେଲୁଅର୍, ଥାଲାସେମିଆ, ସ୍ନାୟୁ ରୋଗ କିମ୍ବା ଅନ୍ୟ ରୋଗ ସହ ୫୦ ପ୍ରତିଶତରୁ ଅଧିକ ମାନସିକ ଅକ୍ଷମତା ଥିଲେ ବଦଳି ପାଇଁ ଆବେଦନ କରିପାରିବେ। ସମୁଦାୟ ୫୭୦ ଜଣ ଶିକ୍ଷକ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ବଦଳି ପାଇଁ ଆବେଦନ କରିଛନ୍ତି। ସେଥିରୁ ୨୦୭ ଜଣ ନିଜକୁ ମାନସିକ ଅନଗ୍ରସର ଦର୍ଶାଇଛନ୍ତି।

ତେବେ ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଏହି ତାଲିକାକୁ ମେଡିକାଲ୍ ବୋର୍ଡକୁ ପଠାଇଛି ଶିକ୍ଷା ବିଭାଗ। ୫୦ ପ୍ରତିଶତ ମାନସିକ ଅନଗ୍ରସର ଶିକ୍ଷକଙ୍କୁ ସରକାର କେମିତି ଚାକିରିରେ ରଖି ଦରମା ଦେଉଛନ୍ତି? ଏନେଇ ଶିକ୍ଷାବିତ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ବେଳେ ବିଭାଗୀୟ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ମେଡିକାଲ୍ ବୋର୍ଡ ରିପୋର୍ଟ ଆସିବା ପରେ ସେ ସଂପର୍କରେ ସରକାର ନିଷ୍ପତ୍ତି ନିଆଯିବ।

ଶିକ୍ଷକମାନେ ସତରେ କଣ ମେଣ୍ଟାଲ୍‌? ସେ ସମ୍ପର୍କରେ ପରଖିବା ପାଇଁ ଓଡ଼ିଶା ପ୍ରତିନିଧିର ଟିମ୍‌ ବଲାଙ୍ଗିର ଜିଲ୍ଲା ଅଲଣ୍ଡା ୟୁପି ସ୍କୁଲ୍‌ ପହଞ୍ଚିଥିଲେ। ସେତେବେଳେ ପିଲାଙ୍କୁ ‘ଜନ୍ମଭୂମି’ କବିତା ପଢ଼ାଉଥିଲେ ବଦଳି ପାଇଁ ଆବେଦନକାରୀ ଶିକ୍ଷକ ରମାକାନ୍ତ ସାହୁ। ତାଙ୍କୁ ମାନସିକ ଅନଗ୍ରସରତା ସଂପର୍କରେ ପଚାରିବାରୁ ସେ ଦୌଡ଼ି ପଲାଇ ଯାଇଥିଲେ।

ସେହିପରି ଭଦ୍ରକ ଜିଲ୍ଲା ତିହିଡ଼ି ନୂଆସାହି ପ୍ରୋଜେକ୍ଟ ସ୍କୁଲ୍‌ର ଶିକ୍ଷକ ଭରତ ଚନ୍ଦ୍ର ମଲ୍ଲିକ ମଧ୍ୟ ବଦଳି ପାଇଁ ଆବେଦନ କରିଛନ୍ତି। ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କିଛି ଜାଣିନଥିବା କହିଥିଲେ।

Related story