ହକି ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ମୁମ୍ବାଇରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ନୂଆ ଜର୍ସି ପିନ୍ଧିଛନ୍ତି। ଜର୍ସି ଉନ୍ମୋଚନ ଉତ୍ସବରେ ଟିମ୍‌ ଇଣ୍ଡିଆର କ୍ୟାପଟେନ ପି.ଆର୍‌. ଶ୍ରୀଜେଶଙ୍କ ସହ ଅନ୍ୟ ଖେଳାଳିମାନେ ଉପସ୍ଥିତ ଥିଲେ। ପୂର୍ବତନ ଅଧିନାୟକମାନେ ମଧ୍ୟ ଉପସ୍ଥିତ ରହି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ, ଅଜିତ ପାଲ ସିଂ, ଧନରାଜ ପିଲ୍ଲେ, […]

hocky

Manoranjan Sial
  • Published: Friday, 07 September 2018
  • , Updated: 07 September 2018, 03:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ମୁମ୍ବାଇରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ନୂଆ ଜର୍ସି ପିନ୍ଧିଛନ୍ତି।

ଜର୍ସି ଉନ୍ମୋଚନ ଉତ୍ସବରେ ଟିମ୍‌ ଇଣ୍ଡିଆର କ୍ୟାପଟେନ ପି.ଆର୍‌. ଶ୍ରୀଜେଶଙ୍କ ସହ ଅନ୍ୟ ଖେଳାଳିମାନେ ଉପସ୍ଥିତ ଥିଲେ। ପୂର୍ବତନ ଅଧିନାୟକମାନେ ମଧ୍ୟ ଉପସ୍ଥିତ ରହି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ, ଅଜିତ ପାଲ ସିଂ, ଧନରାଜ ପିଲ୍ଲେ, ସର୍ଦ୍ଦାର ସିଂ, ଅଶୋକ କୁମାରଙ୍କ ପରି ହକି ଲିଜେଣ୍ଡମାନେ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ।

ବିଶିଷ୍ଟ ଫ୍ୟାଶନ ଡିଜାଇନର ନରେନ୍ଦ୍ର କୁମାର ଏହି ଜର୍ସିର ଡିଜାଇନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହକି ବିଶ୍ୱକପ ଖେଳାଯିବ।

Related story