Advertisment

ରାଜ୍ୟରେ ବଢ଼ୁଛି ଶୀତ, ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ଶୀତର ପ୍ରକୋପ ଯୋଗୁ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ରାଜ୍ୟରେ ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ତେବେ ସୋନପୁର ସହରରେ ସର୍ବନିମ୍ନ ତାପମାତ୍ର ୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ […]

ଅଦ୍ୟତନ ହୋଇଛି
ରାଜ୍ୟରେ ବଢ଼ୁଛି ଶୀତ, ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

winter

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ଶୀତର ପ୍ରକୋପ ଯୋଗୁ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ।

Advertisment

ରାଜ୍ୟରେ ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ତେବେ ସୋନପୁର ସହରରେ ସର୍ବନିମ୍ନ ତାପମାତ୍ର ୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ର ୧୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୬ ଡିଗ୍ରୀ, ଭବାନୀପାଟଣା ୧୨.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩ ଡିଗ୍ରୀ, କେନ୍ଦୁଝରରେ ୧୩.୮ ଡିଗ୍ରୀ, ବାରିପଦାରେ ୧୪.୨ ଡିଗ୍ରୀ,
ବଲାଙ୍ଗିରରେ ୧୪.୬ ଡିଗ୍ରୀ, ସମ୍ବଲପୁରରେ ୧୪.୭ ଡିଗ୍ରୀ, କଟକରେ ୧୬.୮ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୮ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Winter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe