ରାଜ୍ୟରେ ୪୧ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି ଖରା। ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିବା ବେଳେ ବଲାଙ୍ଗିରରେ ପାରଦ ସର୍ବାଧିକ ୪୧ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ଏହା ସହିତ ବଲାଙ୍ଗିର ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ବାରିପଦାରେ ଆଜି ଦିନର ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୦.୫, ତାଳଚେରରେ ୪୦.୨, ସୋନପୁର ଓ ଅନୁଗୋଳରେ ୪୦.୧ ଏବଂ […]

Heat Wave

Jitendra Garnayak
  • Published: Monday, 28 March 2022
  • , Updated: 28 March 2022, 10:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି ଖରା। ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିବା ବେଳେ ବଲାଙ୍ଗିରରେ ପାରଦ ସର୍ବାଧିକ ୪୧ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ଏହା ସହିତ ବଲାଙ୍ଗିର ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି।

ବାରିପଦାରେ ଆଜି ଦିନର ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୦.୫, ତାଳଚେରରେ ୪୦.୨, ସୋନପୁର ଓ ଅନୁଗୋଳରେ ୪୦.୧ ଏବଂ ବୌଦ୍ଧରେ ୪୦ ଡିଗ୍ରୀ ସେଲ୍‌ସିୟସ ରହିଥିଲା। ସେହିପରି କଟକ ଓ ଭୁବନେଶ୍ୱରର ତାପମାତ୍ର ୩୭.୨ ଡିଗ୍ରୀ ରହିଥିଲା।

ବାଲେଶ୍ୱରରେ ଆଜି ଦିନର ତାପମାତ୍ରା ସର୍ବାଧିକ ୩୪.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଚାନ୍ଦବାଲିରେ ୩୭.୮, ପାରାଦୀପରେ ୩୨.୨, ଗୋପାଳପୁରରେ ୩୦.୭, ପୁରୀ ୩୨.୬, ଝାରସୁଗୁଡ଼ାରେ ୩୯.୬, କେନ୍ଦୁଝରଗଡ଼ରେ ୩୭.୨, ସମ୍ବଲପୁରରେ ୩୯.୨, ସୁନ୍ଦରଗଡ଼ରେ ୩୯.୫, ହୀରାକୁଦରେ ୩୮.୧, ଭବାନୀପାଟଣାରେ ୩୯.୬, କୋରାପୁଟରେ ୩୭.୨, ଫୁଲବାଣୀରେ ୩୭.୮, ମାଲକାନଗିରିରେ ୩୯, ଦାରିଙ୍ଗବାଡ଼ିରେ ୩୫.୫, ନୟାଗଡ଼ରେ ୩୮, ଛତ୍ରପୁରରେ ୩୮, ପାରଳାଖେମୁଣ୍ଡିରେ ୩୭, ରାୟଗଡ଼ାରେ ୩୭.୬, ଭଦ୍ରକରେ ୩୮ ଓ ଯାଜପୁରରେ ୩୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ଉତ୍ତର-ପଶ୍ଚିମରୁ ଶୁଷ୍କ ଓ ଉତ୍ତପ୍ତ ବାୟୁର ପ୍ରବାହ ଯୋଗୁ ୨ ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ। ସେଥିପାଇଁ ମାର୍ଚ୍ଚ ୩୧ ପାଇଁ ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଦିଆଯାଇଛି। ସେହିଭଳି ଏପ୍ରିଲ୍ ୧ ପାଇଁ ବୌଦ୍ଧ, ଅନୁଗୋଳ, କଳାହାଣ୍ଡି, ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related story