ବାଲୁଗାଁ (ଶକ୍ତିକାନ୍ତ ମାହାପାତ୍ର): ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ହସ୍ପିଟାଲ୍ରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତର ରୋଗୀକୁ ମୃତ ଘୋଷଣା କରିଥିବାବେଳେ ପରିବାର ଲୋକେ ରୋଗୀଙ୍କର ମୃତ୍ୟୁ ହୋଇନାହିଁ ଏବଂ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଯୁକ୍ତି କରିଥିଲେ। ତେବେ ରୋଗୀଙ୍କର ମୃତ୍ୟୁ ହୋଇ ସାରିଥିବାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ଜିଦ୍ ଧରିବାରୁ ସମ୍ପୃକ୍ତ ଡାକ୍ତରଙ୍କୁ ସମ୍ପର୍କୀୟମାନେ ମାଡ଼ ମାରିବା ସହ ଜୋରଜବରଦସ୍ତ ମୃତଦେହ ଡାକ୍ତରଖାନାରୁ ନେଇଯାଇଥିବା ବାଣପୁର ଥାନାରେ ଅଭିଯୋଗ ହୋଇଛି।
ମୃତକ ହେଉଛନ୍ତି ବାଣପୁର ଥାନା ଖୁଣ୍ଟପଲ୍ଲୀ ଗାଁର ସୁଶାନ୍ତ ସାହୁ।
ସୁଶାନ୍ତଙ୍କୁ ବିଦ୍ୟୁତ୍ ଆଘାତ ଲାଗିବାରୁ ଚିକିତ୍ସା ପାଇଁ ତାଙ୍କୁ ବାଣପୁର ହସ୍ପିଟାଲ୍ ଅଣାଯାଇଥିଲା। ତେବେସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।