Advertisment

ଏକା ପହଞ୍ଚିଲା ‘ବିବାହିତ’ ବର, ପୁଲିସ ଜିମାରେ ଦେଲେ କନ୍ୟାପକ୍ଷ

କଣ୍ଟାବାଞ୍ଜି( ଓଡ଼ିଶା ରିପୋର୍ଟର): ବାଣ ବାଜା ଧରି ବାହା ହେବାକୁ ଏକ ପହଞ୍ଚିଲା ବର। ସାଙ୍ଗରେ କେହି ବରଯାତ୍ରୀ ନ ଥିଲେ। ଏନେଇ କନ୍ୟା ଘର ଲୋକଙ୍କ ସନ୍ଦେହ ଉପୁଜିଥିଲା। ବରକୁ ଅଟକ ରଖି ପଚରାଉଚରା କରିବା ପରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ପରେ ବରକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ କନ୍ୟାପକ୍ଷ ଲୋକ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଚାଉଳସୁଖା ଗାଁରେ। ପୁଲିସ ବର ବେଶରେ ଆସିଥିବା ଯୁବକ […]

ଅଦ୍ୟତନ ହୋଇଛି
ଏକା ପହଞ୍ଚିଲା ‘ବିବାହିତ’ ବର, ପୁଲିସ ଜିମାରେ ଦେଲେ କନ୍ୟାପକ୍ଷ

Bride

Advertisment

କଣ୍ଟାବାଞ୍ଜି( ଓଡ଼ିଶା ରିପୋର୍ଟର): ବାଣ ବାଜା ଧରି ବାହା ହେବାକୁ ଏକ ପହଞ୍ଚିଲା ବର। ସାଙ୍ଗରେ କେହି ବରଯାତ୍ରୀ ନ ଥିଲେ। ଏନେଇ କନ୍ୟା ଘର ଲୋକଙ୍କ ସନ୍ଦେହ ଉପୁଜିଥିଲା। ବରକୁ ଅଟକ ରଖି ପଚରାଉଚରା କରିବା ପରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ପରେ ବରକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ କନ୍ୟାପକ୍ଷ ଲୋକ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଚାଉଳସୁଖା ଗାଁରେ। ପୁଲିସ ବର ବେଶରେ ଆସିଥିବା ଯୁବକ ଲକ୍ଷ୍ମୀକାନ୍ତ ତିଓ୍ୱାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ଚାଉଳସୁଖା ଗାଁର ଜଣେ ବ୍ୟକ୍ତିଙ୍କର ଝିଅ ବିବାହ ଥିଲା। ଲକ୍ଷ୍ମୀକାନ୍ତଙ୍କ ସହ ତାଙ୍କ ଝିଅର ବିବାହ ସ୍ଥିର ହୋଇଥିଲା। ଗତକାଲି ରାତିରେ ଲକ୍ଷ୍ମୀକାନ୍ତ ବର ବେଶରେ ଏକ ଗାଡ଼ିରେ ଦୁଇରୁ ତିନି ଜଣ ବାଜା ବାଲାଙ୍କୁ ଧରି ପହଞ୍ଚିଥିଲେ କନ୍ୟାଘରେ। ବରକୁ କନ୍ୟା ଘର ଲୋକେ ଏକା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କ ମନରେ ସନ୍ଦେହ ଉପୁଜିଥିଲା। ପରେ କନ୍ୟାପକ୍ଷ ଲୋକେ ବାହାଘର କରିବାକୁ ରାଜି ହୋଇନଥିଲେ, ବରକୁ ଅଟକ ରଖି ପଚରାଉଚରା କରିଥିଲେ। ପଚରାଉଚରା ବେଳେ ବର ପୂର୍ବରୁ ବିବାହିତ ବୋଲି ଜଣାପଡ଼ିଥିଲା। ପରେ ଗ୍ରାମବାସୀ ବରକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ।

ଝିଅର ମାଆ କହିଛନ୍ତି, ଲକ୍ଷ୍ମୀକାନ୍ତ ସ୍କୁଲର ପ୍ରଧାନଶିକ୍ଷକ ଅଛି ବୋଲି ମୋତେ କହିଥିଲା, ନକଲି ସୁନା ଓ କିଛି ମିଠା ନେଇ ବର ଏକା ବିବାହ କରିବାକୁ ଆସିଥିଲା। କିଛି  ଜିନିଷ ପତ୍ର ଦରକାର ନାହିଁ ବୋଲି କହିଥିଲା। ସକ୍ଷମ ଅନୁସାରେ ଟଙ୍କା ଦେବାକୁ କହିଥିଲା।

Advertisment
Extra Marital Affair
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe