Advertisment

ବିଜେପି ଜିତିଲା ବୋଲି ରାଗିଲା ପ୍ରଶାସନ! ଭାଙ୍ଗିଲା ଗଣେଶ ମଣ୍ଡପ ହାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।  ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି। କାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ  ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ଅଭିଯୋଗ ହୋଇଛି। ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଛି।  ଉତ୍ତ୍ୟକ୍ତ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବିଜେପି ଜିତିଲା ବୋଲି ରାଗିଲା ପ୍ରଶାସନ! ଭାଙ୍ଗିଲା ଗଣେଶ ମଣ୍ଡପ ହାଟ

BBSR

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।  ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି। କାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ  ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ଅଭିଯୋଗ ହୋଇଛି।

Advertisment

ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଛି।  ଉତ୍ତ୍ୟକ୍ତ ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ଲକ୍ଷ୍ମୀସଗାର ଗୋଲେଇ ଛକ ନିକଟରେ କଟକ -ପୁରୀ ରୋଡର ଝାରପଡା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଛନ୍ତି। ଆନ୍ଦୋଳନ ବେଳେ ପୁଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛନ୍ତି।

ଖବର ପାଇ ବିଜେପି ନେତା ସୁନୀତି ମୁଣ୍ଡ୍‌, ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ସ୍ଥାନୀୟ ଲୋକଙ୍କ ସମର୍ଥନରେ ସେଠାରେ ପହଞ୍ଚିଛନ୍ତି।

Advertisment

[caption id="attachment_725855" align="aligncenter" width="650"]BBSR ଘଟଣାସ୍ଥଳରେ ବିଜେପି ନେତା ବାବୁ ସିଂହ ଉପସ୍ଥିତ ଅଛନ୍ତି[/caption]

ବାବୁ ସିଂହ କହିଛନ୍ତି, “୩୩ ନମ୍ବର ୱାର୍ଡରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ରଖି ଏପରି କରୁଛି।  ନିର୍ବାଚନ ରେଜଲ୍ଟ ବାହାରିବା ଦିନ ଗୋଟିଏ ଦୋକାନ ଭାଙ୍ଗି ଦିଅଯାଇଥିଲା। ଆଜି ସବୁ ଦୋକାନ ଭଙ୍ଗା ଯାଇଛି। ସରକାର  ଯଦି ଲୋକଙ୍କ ପେଟକୁ ଦାନା ଦେଇପାରିବନି, ତାହାହେଲେ ସେମାନଙ୍କ ଦୋକାନକୁ ଭାଙ୍ଗିବାକୁ କିଏ ଅଧିକାର ଦେଲା?”

[caption id="attachment_725856" align="aligncenter" width="650"]BBSR ଉଚ୍ଛେଦ ବେଳର ଦୃଶ୍ୟ[/caption]

ଜଣେ ବ୍ୟବସାୟୀ କହିଛନ୍ତି, “ଆମେ ଦଶ ବର୍ଷ ହେବ ଦୋକାନ କରି ପେଟ ପୋଷୁଥିଲୁ। ବିଜେଡି  ଆକ୍ରୋଶ ମୂଳକ ଭାବେ ଏପରି କରୁଛି। ଏହି ହାଟକୁ ଭାଙ୍ଗିଦେଲେ ଭୟରେ ଆମେ  ବିଜେପିକୁ ଆଉ ଭୋଟ ଦେବୁନି ବୋଲି ସେମାନେ ଭାବୁଛନ୍ତି। ଆମକୁ ଭୟଭୀତ କରିବାକୁ ସେମାନେ ଏପରି କରୁଛନ୍ତି।

ବିଜେଡି ଗୁଣ୍ଡାରାଜ ଚଲାଇଛି। ବିଧାୟକ ଅନନ୍ତ ନାରାୟଣ ଜେନା ପୁଲିସ ବାଲାକୁ ଟଙ୍କା ଦେଇ ଖେଳ କରୁଛନ୍ତି। ହାଟ ଭାଙ୍ଗିବା ପୂର୍ବରୁ ଆମକୁ କୌଣସି ନୋଟିସ୍ କରି ନାହାନ୍ତି। ଗତକାଲି ରାତି ୯ଟା ସମୟରେ ମାଇକ୍‌ରେ ପ୍ରଚାର କରାଯାଇଥିଲା। ଆଜି ସକାଳେ  ବିଏମ୍‌ସି ଆସି ଆମ ଦୋକାନକୁ ଭାଙ୍ଗି ଦେଇଛି।”

ଆଉ ଜଣେ ବ୍ୟବସାୟୀ କହିଛନ୍ତି, ମୋ ଚିକେନ ଦୋକାନକୁ ଭାଙ୍ଗିଦେଲେ। ଆମେ କେମିତି ବଞ୍ଚିବୁ, କେମିତି ରହିବୁ। ନବୀନ ଆମ ଉପରେ ଅନ୍ୟାୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।