Advertisment

ଗାଁରେ ପହଞ୍ଚିଲା ଏସ୍‌ଆଇଙ୍କ ମୃତଦେହ, ତୀବ୍ର ଉତ୍ତେଜନା

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌-ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତଦେହ ଆଜି ସକାଳେ ପୈତୃକ ଗାଁ ନିରକାରାପୁରର ପାଣ୍ଡଵପାଟଣାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ୱାଗତିକାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ନିରକାରାପୁର କଲେଜ ଛକରେ ଧାରଣାରେ ବସିଛନ୍ତି। ଏହାସହ ଖୋର୍ଦ୍ଧା-ପୁରୀ ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୁଲିସ ପହଞ୍ଚି ଲୋକଙ୍କୁ […]

ଅଦ୍ୟତନ ହୋଇଛି
ଗାଁରେ ପହଞ୍ଚିଲା ଏସ୍‌ଆଇଙ୍କ ମୃତଦେହ, ତୀବ୍ର ଉତ୍ତେଜନା

deadbody

Advertisment

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌-ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତଦେହ ଆଜି ସକାଳେ ପୈତୃକ ଗାଁ ନିରକାରାପୁରର ପାଣ୍ଡଵପାଟଣାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ୱାଗତିକାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ନିରକାରାପୁର କଲେଜ ଛକରେ ଧାରଣାରେ ବସିଛନ୍ତି। ଏହାସହ ଖୋର୍ଦ୍ଧା-ପୁରୀ ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

Advertisment

ଗ୍ରାମବାସୀଙ୍କ କହିବା ଅନୁସାରେ, ସ୍ୱାଗତିକାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ପରିବାର ଭରଣପୋଷଣ କରୁଥିଲେ। ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ। ସ୍ୱାଗତିକାଙ୍କ ପରିବାରର ଜଣଙ୍କୁ଼ ଚାକିରି ଦେବା ସହ ତାଙ୍କ ମା’ଙ୍କୁ ପେନ୍‌ସନ୍‌ ଦିଆଯାଉ। ଏହାସହ ଆଇଆଇସିଙ୍କୁ ନିଲମ୍ବନ କରିବା ସହ ଗିରଫ କରାଯାଉ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଦାବି କରିଛନ୍ତି। ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗତକାଲି ସ୍ୱାଗତିକାଙ୍କ ମା’ ଓ ଭାଇ ଜି. ଉଦୟଗିରି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ।

ଗତ ଶନିବାର ସ୍ୱାଗତିକାଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଥିଲା। ପରେ ତାଙ୍କ ପରିବାର ଲୋକେ  ସ୍ୱାଗତିକାଙ୍କ ମୃତ୍ୟୁ ପାଇଁ ଆଇଆଇସି ଦାୟୀ ବୋଲି ଜି. ଉଦୟଗିରି ଏସଡିପିଓଙ୍କୁ ଭେଟି ଅଭିଯୋଗ କରିଥିଲେ।  ଆଜି ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe