Advertisment

ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀକୁ ପିଟିଥିଲେ, ସ୍ତ୍ରୀ ଏତଲା ଦେବାରୁ ପିଟି ମାରିଦେଲେ

ଆସିକା (ମନୋଜ ମୁନି): ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଗୋରୁଗାଈ ପରି ପିଟି ଥିଲେ ଗାଁ ଲୋକେ। ଏହାକୁ କୋଉ ସ୍ତ୍ରୀ ବା ସହିବ ! ତେଣୁ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ତାହା ତାଙ୍କ ପାଇଁ କାଳ ହେଲା। କାହିଁକି ଏତଲା ଦେଲୁ କହି ତାତିଗଲେ ଗ୍ରାମବାସୀ ଓ ଭୁଲିଗଲେ ହିତାହିତ ଜ୍ଞାନ। ନିରୀହ ମହିଳା ଜଣଙ୍କୁ ପିଟି ପିଟି ମାରି ଦେଲେ ଗ୍ରାମବାସୀ। ଏପରି ଅମାନବୀୟ କାଣ୍ଡ ଘଟିଛି ଗଞ୍ଜାମ […]

ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀକୁ ପିଟିଥିଲେ, ସ୍ତ୍ରୀ ଏତଲା ଦେବାରୁ ପିଟି ମାରିଦେଲେ

police

Advertisment

ଆସିକା (ମନୋଜ ମୁନି): ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଗୋରୁଗାଈ ପରି ପିଟି ଥିଲେ ଗାଁ ଲୋକେ। ଏହାକୁ କୋଉ ସ୍ତ୍ରୀ ବା ସହିବ ! ତେଣୁ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ତାହା ତାଙ୍କ ପାଇଁ କାଳ ହେଲା। କାହିଁକି ଏତଲା ଦେଲୁ କହି ତାତିଗଲେ ଗ୍ରାମବାସୀ ଓ ଭୁଲିଗଲେ ହିତାହିତ ଜ୍ଞାନ। ନିରୀହ ମହିଳା ଜଣଙ୍କୁ ପିଟି ପିଟି ମାରି ଦେଲେ ଗ୍ରାମବାସୀ। ଏପରି ଅମାନବୀୟ କାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଝୁନୁ ନାହାକ।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଁର ଜଣେ ବ୍ୟକ୍ତି ଦେହରେ ପ୍ରେତାତ୍ମା ଲାଗିଥିଲା। ଗାଁର ଯୁଧିଷ୍ଠର ନାହାକଙ୍କ ସମେତ  ୪ ଜଣ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ସେ ଗ୍ରାମବାସୀଙ୍କୁ କହିଥିଲା। ଯୁଧିଷ୍ଠିରଙ୍କ ସହ ଅନ୍ୟମାନଙ୍କ ନାଁ ମଧ୍ୟ କହିଥିଲା। ଆଉ ଗ୍ରାମବାସୀ ଏହାକୁ ବିଶ୍ୱାସ କରିଥିଲେ। ତା’ପରେ ଗାଁରେ ସଭା ବସିଥିଲା। ଯୁଧିଷ୍ଠରଙ୍କ ସମେତ ଅନ୍ୟ ୩ଜଣଙ୍କୁ ସଭାରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ସେମାନେ ମଧ୍ୟ ସଭାରେ ଉପସ୍ଥିତ ହୋଇଥିଲେ।

ସେଠାରେ ଗ୍ରାମବାସୀ ଓ  ଉକ୍ତ ୪ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଯୁଧିଷ୍ଠର ଓ ଅନ୍ୟ ୩ ଜଣଙ୍କୁ  ନିର୍ଧୂମ ପିଟିଥିଲେ। ଗ୍ରାମବାସୀଙ୍କ ଏହି କାର୍ଯ୍ୟକୁ ଯୁଧିଷ୍ଠିରଙ୍କ ପତ୍ନୀ ଗ୍ରହଣ କରିପାରିନଥିଲେ। ସେ କବିସୂର୍ଯ୍ୟନଗର ଥାନା ପୁଲିସ୍‌କୁ ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ପହଞ୍ଚି ଯୁଧିଷ୍ଠିର ଓ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

Advertisment

ଏହାପରେ ଗ୍ରାମବାସୀ ଝୁନୁଙ୍କ ଘରେ ପଶି ପୂରା ପରିବାରକୁ ଆକ୍ରମଣ କରିଥିଲେ।  ୨ ପୁଅ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଝୁନୁ ରହି ଯାଇଥିଲେ। କାହିଁକି ଥାନାରେ ଅଭିଯୋଗ କଲୁ ବୋଲି କହି ଗ୍ରାମବାସୀ ତାଙ୍କୁ ନିସ୍ତୁକ ପିଟିଥିଲେ। ଘଟଣାସ୍ଥଳରେ ଝୁନୁଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ୨ ପୁଅ ଘରକୁ ଫେରି ମା’ର ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଗାଁରେ ପହଞ୍ଚି ୮ଜଣ ପୁରୁଷ ସହ ୫୦ରୁ ଅଧିକ ମହିଳାଙ୍କୁ ଉଠାଇ ନେଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ଏସଡିପିଓଙ୍କ ସମେତ ୩ଟି ଥାନାର ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe