Advertisment

ବାରମ୍ବାର ଗିରଫ ଧମକ ଦେଉଥିଲା ପୁଲିସ, ଝୁଲି ପଡିଲେ ନାବାଳିକା

ପାରାଦୀପ(ରମାକାନ୍ତ ନାୟକ): ବାରମ୍ବାର ପୁଲିସର ଗିରଫ ଧମକ ଭୟରେ ବେକରେ ଦଉଡି ଲଗାଇ ଝୁଲିପଡିଲେ ନାବାଳିକା।ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ହାବେଳି ଗାଁରୁ। ପୁଲିସର ଗିରଫ ଧମକ ଯୋଗୁ ଆତ୍ମହତ୍ୟା କରିଥିବାନେଇ ମୃତକଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ମୃତଦେହ ରଖି ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ବାଲିଭଉଁରୀ-ଶିଖରଘାଟ ରାସ୍ତା ଅବରୋଧ କରିଛନ୍ତି। ସୂଚନା ମୁତାବକ, ପଞ୍ଚାୟତ ନିର୍ବାଚନ ପୂର୍ବ ରାତିରେ ପୁଲିସ ଗ୍ରାମବାସୀ ଖଣ୍ଡଯୁଦ୍ଧ ହୋଇଥିଲା। ଏହାପର ଠାରୁ ଗିରଫଦାରୀ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବାରମ୍ବାର ଗିରଫ ଧମକ ଦେଉଥିଲା ପୁଲିସ, ଝୁଲି ପଡିଲେ ନାବାଳିକା

suicide

ପାରାଦୀପ(ରମାକାନ୍ତ ନାୟକ): ବାରମ୍ବାର ପୁଲିସର ଗିରଫ ଧମକ ଭୟରେ ବେକରେ ଦଉଡି ଲଗାଇ ଝୁଲିପଡିଲେ ନାବାଳିକା।ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ହାବେଳି ଗାଁରୁ। ପୁଲିସର ଗିରଫ ଧମକ ଯୋଗୁ ଆତ୍ମହତ୍ୟା କରିଥିବାନେଇ ମୃତକଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ମୃତଦେହ ରଖି ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ବାଲିଭଉଁରୀ-ଶିଖରଘାଟ ରାସ୍ତା ଅବରୋଧ କରିଛନ୍ତି।

Advertisment

ସୂଚନା ମୁତାବକ, ପଞ୍ଚାୟତ ନିର୍ବାଚନ ପୂର୍ବ ରାତିରେ ପୁଲିସ ଗ୍ରାମବାସୀ ଖଣ୍ଡଯୁଦ୍ଧ ହୋଇଥିଲା। ଏହାପର ଠାରୁ ଗିରଫଦାରୀ ଭୟରେ ନାବାଳିକାର ବାପା ମା' ଘର ଛାଡି ଆତ୍ମଗୋପନ କରିଥିଲେ। ନିର୍ବାଚନ ଗଣ୍ଡଗୋଳକୁ ନେଇ ଉକ୍ତ ବାପା, ମା' ନାଁରେ ପୁଲିସ ମାମଲା କରିଥିଲା। ଏହି ମାମଲାରେ ପୁଲିସ ନାବାଳିକାର ବାପା ମାଆଙ୍କୁ ଖୋଜୁଥିଲା।

ଅଭିଯୋଗ ମୁତାବକ, ଏହି ବାହାନାରେ ବାରମ୍ବାର ଘରକୁ ଆସି ପୁଲିସ ଉକ୍ତ ନାବାଳିକାଙ୍କୁ ଭୟ ଦେଖାଇବା ସହ ନିର୍ଯାତନା ଦେଉଥିଲା। ଗତକାଲି ରାତିରେ ମଧ୍ୟ ପୁଲିସ ଘରକୁ ଆସିଲା। ରାତି ଅଧରେ ପୁଲିସ ଘରକୁ ଆସି କବାଟ ବାଡେଇଥିଲା। ସକାଳେ ଆସି ତୁମକୁ ଉଠାଇନେବୁ ବୋଲି କହିଥିଲା ପୁଲିସ।  ପୁଲିସ ଏଭଳି ଜୁଲମ ସହି ନପାରି ଡରିଯାଇ ନାବାଳିକା ଜଣକ ଗତ ରାତିରେ ହିଁ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସମ୍ପର୍କୀୟ ଓ ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ସେପଟେ ଏହି ଅଭିଯୋଗ ନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଗତ ୩ ତାରିଖ ଠାରୁ ପୋଲିସ କେବେ ସେହି ଗାଁକୁ ଯାଇନି କହିଛନ୍ତି ଏସ୍‌ଡିପିଓ।

Advertisment
Corrupt Police Suicide