/odisha-reporter/media/post_attachments/uploads/2020/07/Cuttack-cancer-Hospital-123000.jpg)
Cuttack-cancer-Hospital
କଟକ (ପ୍ରଭାତ ବିଷୋୟୀ): କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର ବେଳେ ଗତକାଲି କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ଏହି କ୍ୟାନ୍ସର ହସ୍ପିଟାଲରୁ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୭ ଜଣ ରୋଗୀ ଓ ଜଣେ ରୋଗୀଙ୍କ ସମ୍ପର୍କୀୟ। ତେବେ ରାତିରେ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଉତ୍ତେଜନା ଦେଖାଦେଇଥିଲା।
ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍କୁ ନେବା ପାଇଁ ବସ୍ ଆସିଥିଲା। ହେଲେ ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ କୋଭିଡ୍ ହସ୍ପିଟାଲ ଯିବା ପାଇଁ ରାଜି ହୋଇ ନଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ସେମାନଙ୍କୁ ନେବା ପାଇଁ ଆସିଥିବା ସ୍ୱାସ୍ଥ୍ୟ କର୍ମୀ ଓ ବସ୍ ଡ୍ରାଇଭର ଭୟରେ ସେଠାରୁ ଫେରାର ହୋଇଯାଇଥିଲେ। ଏହାପରେ ପୁଲିସ୍ ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷ ପ୍ରାୟ ୪ ଘଣ୍ଟା ବୁଝାସୁଝା କରିବା ପରେ ସେମାନେ କୋଭିଡ୍ ହସ୍ପିଟାଲ ଯାଇଥିଲେ। ଏବେ ସୋଶାଲ୍ ମିଡିଆରେ ଗତକାଲି ରାତିର ଘଟଣା ଭାଇରାଲ୍ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
