କରୋନା ପଜିଟିଭଙ୍କୁ କୋଭିଡ୍ ହସ୍ପିଟାଲ୍‌ ସ୍ଥାନାନ୍ତର ବେଳେ ଉତ୍ତେଜନା

କଟକ (ପ୍ରଭାତ ବିଷୋୟୀ): କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ବେଳେ ଗତକାଲି କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ଏହି କ୍ୟାନ୍ସର ହସ୍ପିଟାଲରୁ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୭ ଜଣ ରୋଗୀ ଓ ଜଣେ ରୋଗୀଙ୍କ ସମ୍ପର୍କୀୟ। ତେବେ ରାତିରେ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଉତ୍ତେଜନା ଦେଖାଦେଇଥିଲା। ସେମାନଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ନେବା […]

Cuttack-cancer-Hospital

Jyoshna Pradhan
  • Published: Sunday, 05 July 2020
  • , Updated: 05 July 2020, 10:25 AM IST

କଟକ (ପ୍ରଭାତ ବିଷୋୟୀ): କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ବେଳେ ଗତକାଲି କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ଏହି କ୍ୟାନ୍ସର ହସ୍ପିଟାଲରୁ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୭ ଜଣ ରୋଗୀ ଓ ଜଣେ ରୋଗୀଙ୍କ ସମ୍ପର୍କୀୟ। ତେବେ ରାତିରେ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଉତ୍ତେଜନା ଦେଖାଦେଇଥିଲା।

ସେମାନଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ନେବା ପାଇଁ ବସ୍ ଆସିଥିଲା। ହେଲେ ପଜିଟିଭ୍‌ ଚିହ୍ନଟ ହୋଇଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ କୋଭିଡ୍ ହସ୍ପିଟାଲ ଯିବା ପାଇଁ ରାଜି ହୋଇ ନଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ସେମାନଙ୍କୁ ନେବା ପାଇଁ ଆସିଥିବା ସ୍ୱାସ୍ଥ୍ୟ କର୍ମୀ ଓ ବସ୍ ଡ୍ରାଇଭର ଭୟରେ ସେଠାରୁ ଫେରାର ହୋଇଯାଇଥିଲେ।  ଏହାପରେ ପୁଲିସ୍ ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷ  ପ୍ରାୟ ୪ ଘଣ୍ଟା ବୁଝାସୁଝା କରିବା ପରେ ସେମାନେ କୋଭିଡ୍ ହସ୍ପିଟାଲ ଯାଇଥିଲେ।  ଏବେ ସୋଶାଲ୍ ମିଡିଆରେ ଗତକାଲି ରାତିର ଘଟଣା ଭାଇରାଲ୍ ହେଉଛି।

Related story