Advertisment

ବିଜେଡି ସମର୍ଥକଙ୍କ 'ଦାଦାଗିରି' ଯୋଗୁ ବ୍ରହ୍ମଗିରି ଅଶାନ୍ତ

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ଆଜି କେତେକ ବିଜେଡି ସମର୍ଥକଙ୍କ ‘ଦାଦାଗିରି’ ଯୋଗୁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ତିନି ଦିନ ଧରି ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କ ସହିତ ସବ୍‌କଲେକ୍ଟର ଓ ପିଡି ଡିଆର୍‌ଡିଏ ଆଜି ଆଲୋଚନା କରୁଥିଲେ। ଏହି ସମୟରେ ବିଜେଡି ସମର୍ଥକମାନେ ସେଠାରେ ଧସେଇ ପଶି ଆଲୋଚନାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। ଏପରିକି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।  ବ୍ରହ୍ମଗିରି ବିଧାୟକ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ କେତେକ ସରପଞ୍ଚ […]

ଅଦ୍ୟତନ ହୋଇଛି
ବିଜେଡି ସମର୍ଥକଙ୍କ 'ଦାଦାଗିରି' ଯୋଗୁ ବ୍ରହ୍ମଗିରି ଅଶାନ୍ତ 

brahamagiri

Advertisment
ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ଆଜି କେତେକ ବିଜେଡି ସମର୍ଥକଙ୍କ 'ଦାଦାଗିରି' ଯୋଗୁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଉତ୍ତେଜନା ସୃଷ୍ଟି ହୋଇଛି।
Advertisment
ସୂଚନା ଅନୁଯାୟୀ, ତିନି ଦିନ ଧରି ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କ ସହିତ ସବ୍‌କଲେକ୍ଟର ଓ ପିଡି ଡିଆର୍‌ଡିଏ ଆଜି ଆଲୋଚନା କରୁଥିଲେ। ଏହି ସମୟରେ ବିଜେଡି ସମର୍ଥକମାନେ ସେଠାରେ ଧସେଇ ପଶି ଆଲୋଚନାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। ଏପରିକି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। 
ବ୍ରହ୍ମଗିରି ବିଧାୟକ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ କେତେକ ସରପଞ୍ଚ ଓ ସମିତି ସଭ୍ୟଙ୍କ କ୍ଷେତ୍ରରେ ପକ୍ଷପାତିତା କରୁଥିବାର ପ୍ରତିବାଦରେ ଗତ ୩ ଦିନ ଧରି କେତେକ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ବ୍ଲକ ଅଫିସ୍‌ ଆଗରେ ଧାରଣା ଦେଉଛନ୍ତି।
Advertisment
ଆଜି ସବ୍‌କଲେକ୍ଟର ଓ ପିଡି ଡିଆର୍‌ଡିଏ ଘଟଣାସ୍ଥଳରେ ପହଞ୍ଚି ଧାରଣା ଦେଇଥିବା ସରପଞ୍ଚ ଓ ସମିତି ସଭ୍ୟାଙ୍କ ସହିତ ଆଲୋଚନା କରୁଥିଲେ। ଏହି ସମୟରେ କେତେଜଣ ବିଜେଡି ସମର୍ଥିକ ସେଠାରେ ପହଞ୍ଚି ଧାରଣାକାରୀଙ୍କୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଧସ୍ତାଧସ୍ତି ହୋଇଥିଲା।  ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ପରିସ୍ଥିତି ଆୟତ୍ତ ବାହାରକୁ ଯାଉଥିବା ଦେଖି ପୁଲିସ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ବର୍ତ୍ତମାନ ବ୍ରହ୍ମଗିରି ଓ ଆଖପାଖ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe