Advertisment

ଅବକାରୀ କର୍ମଚାରୀ ହଟହଟା, ଚଢ଼ାଉ କରିବାକୁ ଯାଇ ଛେଚା ଖାଇଲେ

ଜଳେଶ୍ୱର(ଅଜିତ ଦାସ ): ମଦ ଭାଟି ଉପରେ ଚଢ଼ାଉ କରିବା ସହ ବେଆଇନ ମଦ କାରବାରକୁ ଧରପଗଡ଼ କରିବାକୁ ଯାଇ ହଟହଟା ହେଲେ ଅବକାରୀ କର୍ମଚାରୀ। ମଦ ମାଫିଆଙ୍କ ଆକ୍ରମଣର ମୁକାବିଲା କରି ନ ପାରି ପଛଘୁଞ୍ଚା ଦେଲେ ଅବକାରୀ କର୍ମଚାରୀ। ଶେଷରେ ଛତ୍ରଭଙ୍ଗା ଦେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଲେ। ଏପରି ଘଟଣା ଆଜି ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାରେ ଘଟିଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ କମର୍ଦ୍ଦା ଥାନା ଶଗଡ଼ା ସାହି ଓ ବାଲିମରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଅବକାରୀ କର୍ମଚାରୀ ହଟହଟା, ଚଢ଼ାଉ କରିବାକୁ ଯାଇ ଛେଚା ଖାଇଲେ

raid

ଜଳେଶ୍ୱର(ଅଜିତ ଦାସ ): ମଦ ଭାଟି ଉପରେ ଚଢ଼ାଉ କରିବା ସହ ବେଆଇନ ମଦ କାରବାରକୁ ଧରପଗଡ଼ କରିବାକୁ ଯାଇ ହଟହଟା ହେଲେ ଅବକାରୀ କର୍ମଚାରୀ। ମଦ ମାଫିଆଙ୍କ ଆକ୍ରମଣର ମୁକାବିଲା କରି ନ ପାରି ପଛଘୁଞ୍ଚା ଦେଲେ ଅବକାରୀ କର୍ମଚାରୀ। ଶେଷରେ ଛତ୍ରଭଙ୍ଗା ଦେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଲେ। ଏପରି ଘଟଣା ଆଜି ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାରେ ଘଟିଛି।

Advertisment

ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ କମର୍ଦ୍ଦା ଥାନା ଶଗଡ଼ା ସାହି ଓ ବାଲିମରେ ଆଜି ସକାଳୁ ଅବକାରୀ ଟିମ୍ ଚଢ଼ାଉ କରିଥିଲା ।   ଜଳେଶ୍ୱରର ସାଟେଲାଇଟ ଥାନା, ଭୋଗରାଇ ଅବକାରୀ ବିଭାଗ, ବାଲେଶ୍ୱର ମୋବାଇଲ ସ୍କ୍ୱାର୍ଡ ସହ ପଶ୍ଚିମବଙ୍ଗ ଅବକାରୀ ବିଭାଗ ପକ୍ଷରୁ ଏହି ୨ଟି ସ୍ଥାନ ଉପରେ  ମିଳିତ ଭାବେ ଚଢ଼ାଉ ହୋଇଥିଲା। ଏନେଇ ସ୍ଥାନୀୟ କମର୍ଦ୍ଦା ପୁଲିସ୍‌କୁ କିଛି ସୂଚନା ଦିଆଯାଇ ନ ଥିଲା।

[caption id="attachment_789332" align="aligncenter" width="650"]raid ଚଢ଼ାଉରେ ସାମିଲ କର୍ମଚାରୀ ।[/caption]

Advertisment

ଶଗଡ଼ାରେ ଏକ ବେଆଇନ ମଦ ଭାଟି ଉପରେ ଚଢ଼ାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ବାଲିଆରେ ଜଣେ ମହିଳା ମଦ, ଗଞ୍ଜେଇ, ବ୍ରାଉନସୁଗର ବିକ୍ରି କରୁଥିବା ଖବର ପାଇ ସେଠାରେ ଚଢ଼ାଉ କରିଥିଲା ଅବକାରୀ ଟିମ୍‌ । ସେଠାରୁ ସମ୍ପୃକ୍ତ ମହିଳାଙ୍କୁ ଅବକାରୀ କର୍ମଚାରୀ କାବୁ କରିଥିବା ବେଳେ ସୀମାନ୍ତ ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ଲୋକ ଅତର୍କିତ ଭାବେ ମାଡ଼ି ଆସିଥିଲେ।

[caption id="attachment_789333" align="aligncenter" width="650"]pic ଉତ୍ତ୍ୟକ୍ତ ଲୋକେ ଅବକାରୀ ବିଭାଗ ଗାଡ଼ିକୁ ଭଙ୍ଗାରୁଜା କରୁଛନ୍ତି।[/caption]

କିଛି ସମୟ ପାଇଁ ଘଟଣାସ୍ଥଳ ଋଣକ୍ଷେତ୍ରରେ ପରିଣତ ହୋଇଗଲା। ଉଭୟ ପକ୍ଷ ମୁହାଁମୁହିଁ ହେଲେ। ହେଲେ ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହୋଇ ନ ପାରି ପଛଘୁଞ୍ଚା ଦେଇଥିଲେ ଅବକାରୀ କର୍ମଚାରୀ। ଏପରିକି ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ପିଟିଥିଲେ। ସ୍ଥାନୀୟ ଲୋକଙ୍କ ଉଗ୍ର ରୂପ ଦେଖି ଅବକାରୀ କର୍ମଚାରୀ ଛତ୍ରଭଙ୍ଗ ଦେଇଥିଲେ। ହେଲେ ସେମାନେ ଯାହାକୁ ଗିରଫ କରିଥିଲେ ତାକୁ ବି ସ୍ଥାନୀୟ ଲୋକେ ଛଡ଼ାଇ ଆଣିଥିଲେ।

ଆଗକୁ ପୁଣି ଥରେ ଯୋଜନାବଦ୍ଧ ଭାବେ ଚଢ଼ାଉ ହେବ ବୋଲି ଅବକାରୀ ବିଭାଗ ଅଧିକାରୀ କହିଛନ୍ତି।

ଚଢ଼ାଉ ବେଳେ ଅବକାରୀ କର୍ମଚାରୀ ପ୍ରାୟ ୩ ହଜାର ଲିଟରରୁ ଅଧିକ ମହୁଲି ମଦ ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଲକ୍ଷ ଟଙ୍କା ଅଧିକ ଟଙ୍କା ହେବ। ଅବକାରୀ  କର୍ମଚାରୀ ମଦ ତିଆରିରେ ବ୍ୟବହୃତ ସରଞ୍ଜାମକୁ ଜବତ କରିଥିବା ଜଣାଯାଇଛି।