ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ଆଦିବାସୀଙ୍କ ମେଳି ଦେଖିବାକୁ ମିଳିଛି। ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗଡମା, କୁଟଲାରୀ ଗାଁ ଓ ବାଘପଦା ଅଞ୍ଚଳର ଶତାଧିକ ଆଦିବାସୀ ସାତ ଦିନ ତଳେ ସେହି ଅଞ୍ଚଳର ଅନୁସୂଚିତ ଜାତି ଲୋକଙ୍କ ପଟ୍ଟା ଜମିରେ ଜୋର ଜବରଦସ୍ତ ଚାଷ କରିଥିଲେ। ଯାହାର ଏକ ଭିଡିଓ ଏବେ ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି। ଫଳରେ ସେହି ଅଞ୍ଚଳରେ ଏବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଏ ନେଇ ଅଞ୍ଚଳର ଅନୁସୂଚିତ ଲୋକେ ଆଦିବାସୀଙ୍କ ବିରୁଦ୍ଧରେ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ କରିଛନ୍ତି। ବ୍ରହ୍ମଣୀ ଗାଁ ପୁଲିସ୍ ଅଭିଯୋଗ ପାଇବା ପରେ ଉକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି। ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଜଣାଯାଇଛି। ଅନ୍ୟପଟେ ଦାରିଙ୍ଗବାଡ଼ି ତହସିଲଦାର ନୀତିଶ ତ୍ରିପାଠୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ
ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।
Crime
କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ମାଡ଼ି ବସିଲା ପୁଲିସ
ଗୋଟିଏ ବ୍ୟାଗ ଖୁଣ୍ଟାରୁ ନେଇ ଭୁବନେଶ୍ୱରରେ ପହଞ୍ଚାଇଲେ ମାଲିକ ସେମାନଙ୍କୁ ୫ଶହ ଟଙ୍କା ଦେଉଥିବା କହିଛନ୍ତି ଗିରଫ ଅଭିଯୁକ୍ତ।
Crime
ଏମ୍ସରୁ ମିଳିଲା ରୋଗୀଙ୍କ ଝୁଲନ୍ତା ମୃତଦେହ
ଦିଲୀପ ଗତ ଡିସେମ୍ବର ୫ ତାରିଖରେ AIIMS ଅର୍ଥୋପେଡିକ ୱାର୍ଡରେ ଭର୍ତ୍ତି ହୋଇଥିଲେ।
Crime
ମହାନଦୀରେ ଭାସୁଛି ରେଭେନ୍ସାର ପୂର୍ବତନ ପ୍ରଫେସରଙ୍କ ମୃତଦେହ
ଆଜି ସକାଳେ ବୈଷ୍ଣବଙ୍କ ମୃତଦେହ ମହାନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।
Crime
ପୂର୍ବ ଶତ୍ରୁତା ନେଲା ଉଗ୍ରରୂପ; ଚିକେନ ଦୋକାନକୁ ବୋମାମାଡ଼
ଅଭିଯୁକ୍ତ ସେକ୍ ଜୁନେଦ ଓରଫ ଗୋରାକୁ ପୁଲିସ ଗିରଫ କରିଛି।