Advertisment

ମୁହାଁମୁହିଁ ହେଲେ ଅନୁସୂଚିତ ଜାତି-ଆଦିବାସୀ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ଆଦିବାସୀଙ୍କ ମେଳି ଦେଖିବାକୁ ମିଳିଛି।  ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗଡମା, କୁଟଲାରୀ ଗାଁ ଓ ବାଘପଦା ଅଞ୍ଚଳର ଶତାଧିକ ଆଦିବାସୀ ସାତ ଦିନ ତଳେ ସେହି ଅଞ୍ଚଳର ଅନୁସୂଚିତ ଜାତି ଲୋକଙ୍କ ପଟ୍ଟା ଜମିରେ ଜୋର ଜବରଦସ୍ତ ଚାଷ କରିଥିଲେ। ଯାହାର ଏକ ଭିଡିଓ ଏବେ ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି। ଫଳରେ ସେହି ଅଞ୍ଚଳରେ ଏବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏ ନେଇ ଅଞ୍ଚଳର […]

ମୁହାଁମୁହିଁ ହେଲେ ଅନୁସୂଚିତ ଜାତି-ଆଦିବାସୀ

baliguda

Advertisment

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ଆଦିବାସୀଙ୍କ ମେଳି ଦେଖିବାକୁ ମିଳିଛି।  ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗଡମା, କୁଟଲାରୀ ଗାଁ ଓ ବାଘପଦା ଅଞ୍ଚଳର ଶତାଧିକ ଆଦିବାସୀ ସାତ ଦିନ ତଳେ ସେହି ଅଞ୍ଚଳର ଅନୁସୂଚିତ ଜାତି ଲୋକଙ୍କ ପଟ୍ଟା ଜମିରେ ଜୋର ଜବରଦସ୍ତ ଚାଷ କରିଥିଲେ। ଯାହାର ଏକ ଭିଡିଓ ଏବେ ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି। ଫଳରେ ସେହି ଅଞ୍ଚଳରେ ଏବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Advertisment

ଏ ନେଇ ଅଞ୍ଚଳର ଅନୁସୂଚିତ ଲୋକେ ଆଦିବାସୀଙ୍କ ବିରୁଦ୍ଧରେ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ କରିଛନ୍ତି। ବ୍ରହ୍ମଣୀ ଗାଁ ପୁଲିସ୍‌ ଅଭିଯୋଗ ପାଇବା ପରେ ଉକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି। ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଜଣାଯାଇଛି। ଅନ୍ୟପଟେ ଦାରିଙ୍ଗବାଡ଼ି ତହସିଲଦାର ନୀତିଶ ତ୍ରିପାଠୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe