Advertisment

ପାଟିତୁଣ୍ଡ ପରେ ଚିହ୍ନଟ ହେଲା ସୀମା, ଆନ୍ଧ୍ର ଅଧିକାରୀ ମାନିବେ ତ?

ଦୁଇ ମାସ ତଳେ ରାୟଗଡା ବ୍ଲକ୍‌ ଦୁର୍ଗାପାଡୁ ପଞ୍ଚାୟତର ସୀମାବର୍ତ୍ତୀ ଗାଁ ପାଲମ୍‌ତୁଳସୀ ଦେଇ ଆନ୍ଧ୍ରପ୍ରଦେଶର ସରକାର ରାସ୍ତା ନିର୍ମାଣ କରୁଥିଲା। ଯାହାକୁ ଗାଁ ଲୋକେ ବିରୋଧ କରିଥିଲେ। ଗାଁ ଲୋକଙ୍କ ବିରୋଧକୁ ଖାତିର କରିନଥିଲେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ।

ଅଦ୍ୟତନ ହୋଇଛି
Kalyansingpur

Kalyansingpur

Advertisment

ଓଡ଼ିଶା ଭିତରେ ପଶି ଜବରଦସ୍ତି ରାସ୍ତା ନିର୍ମାଣ କରୁଥିଲା ଆନ୍ଧ୍ରପ୍ରଦେଶର ସରକାର। ଉତ୍ତେଜନା ଓ ଗଣ୍ଡଗୋଳ ପରେ ଆଜି ବସିଥିଲା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ସ୍ତରୀୟ ବୈଠକ। ବହୁ ଆଲୋଚନା ପରେ ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ସୀମା ଷ୍ଟୋନ୍‌ ଦେଖାଇଥିଲେ। ଯାହାଦ୍ୱାରା ଦୀର୍ଘ ଦିନରୁ ଦେଖାଯାଇଥିବା ବିବାଦ ସମାଧାନ ହେଲା ବୋଲି ଚର୍ଚ୍ଚା ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଆଜି ଚିହ୍ନଟ ହୋଇଥିବା ସୀମାକୁ ଆନ୍ଧ୍ର ସରକାରୀ ଅଧିକାରୀ ମାନିବେ ତ?

Advertisment

ଦୁଇ ମାସ ତଳେ ରାୟଗଡା ବ୍ଲକ୍‌ ଦୁର୍ଗାପାଡୁ ପଞ୍ଚାୟତର ସୀମାବର୍ତ୍ତୀ ଗାଁ ପାଲମ୍‌ତୁଳସୀ ଦେଇ ଆନ୍ଧ୍ରପ୍ରଦେଶର ସରକାର ରାସ୍ତା ନିର୍ମାଣ କରୁଥିଲା। ଯାହାକୁ ଗାଁ ଲୋକେ ବିରୋଧ କରିଥିଲେ। ଗାଁ ଲୋକଙ୍କ ବିରୋଧକୁ ଖାତିର କରିନଥିଲେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ। ପରବର୍ତ୍ତୀ ସମୟରେ ରାୟଗଡା ତହସିଲଦାର ତାପସ ରାଉତ, ବ୍ଲକ୍‌ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ, ଚାଷୀ ଏକତା ପରିଷଦର ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା କାମ ବନ୍ଦ କରିଥିଲେ।

ସୀମା ନିର୍ଦ୍ଧାରଣ ପାଇଁ ଉଭୟ ସରକାରୀ କର୍ମଚାରୀଙ୍କୁ ନେଇ ଜାନୁଆରୀ ୩୧ ତାରିଖରେ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା। ନିର୍ଦ୍ଧାରିତ ଦିନ ଓଡ଼ିଶାର ସରକାର ଅଧିକାରୀ ସୀମା ଅଞ୍ଚଳରେ ପହଞ୍ଚି ଥିଲେ। କିନ୍ତୁ ଆନ୍ଧ୍ରପ୍ରଦେଶର ସରକାର ତରଫରୁ କୌଣସି ଅଧିକାରୀ ଆସିନଥିଲେ। ଯେଉଁଥିପାଇଁ ବୈଠକ ହୋଇପାରିନଥିଲା।

Advertisment
Kalyansingpurସୀମା ବିବାଦକୁ ନେଇ ଚାଲିଥିବା ଦୁଇ ରାଜ୍ୟର ଅଧିକାରୀ ସ୍ତରୀୟ ବୈଠକ। ଏଥିରେ ଗାଁ ଲୋକ ମଧ୍ୟ ଭାଗ ନେଇଛନ୍ତି।

ଆଜି ଓଡ଼ିଶା ଓ ଆନ୍ଧ୍ର ସରକାରୀ ଅଧିକାରୀଙ୍କ ବୈଠକ ବସିଥିଲା। ଓଡ଼ିଶା ସରକାରଙ୍କ ତରଫରୁ ରାୟଗଡା ତହସିଲଦାର ତାପସ ରାଉତ, ବ୍ଲକ ଅଧିକାରୀ, ଅତିରିକ୍ତ ବ୍ଲକ ଅଧିକାରୀ ଓ ଗାଁ ଲୋକମାନେ ଉପସ୍ଥିତ ରହିଥିଲେ। ଠିକ୍‌ ସେହିପରି ଆନ୍ଧ୍ର ସରକାରଙ୍କ ତରଫରୁ ତହସିଲଦାର ରାମୁଲୁଆମା ଓ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ଏହାଛଡ଼ା ପାଲମ୍‌ତୁଳସୀ ଓ ପଡ଼ୋଶୀ ଆନ୍ଧ୍ରର ଗାଁ ଲୋକେ ମଧ୍ୟ ଉପସ୍ଥିତ ରହିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଆଲୋଚନା ଭିତରେ ଦୁଇ ପକ୍ଷରୁ ଗଣ୍ଡଗୋଳ ଓ ଠେଲାପେଲା ହୋଇଥିଲା। ପରେ ବିବାଦ ସମାଧାନ ହୋଇଥିଲା। ଶେଷରେ ଗୁଲାଲେଙ୍କା ସୀମା, କିତାଡ଼ାମ୍ବୁ ଓ ୱାଡାଜିଙ୍ଗୁ ସୀମା ଏବଂ ଗୋଇପାକା ସୀମା ଚିହ୍ନଟ ହୋଇଥିଲା। ତା’ପରେ ସୀମାରେ ଖମ୍ୱ ପୋତି ଚିହ୍ନଟ କରାଯାଇଥିଲା।

ରାୟଗଡ଼ା ତହସିଲଦାର ତାପସ ରାଉତ କହିଛନ୍ତି, ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ଓଡ଼ିଶାର ପାଲମ୍‌ତୁଳସୀ ଗାଁ ଭିତରେ ଏକ ପ୍ରାଇଭେଟ୍‌ ଜାଗା ରାସ୍ତା ନିର୍ମାଣ କରାଯାଉଥିଲା। ଯାହାକୁ ଗାଁ ଲୋକେ ବିରୋଧ କରିଥିଲେ। ଆଜି ଆନ୍ଧ୍ରପ୍ରଦେଶର ତହସିଲଦାରଙ୍କ ଉପସ୍ଥିତିରେ ଷ୍ଟୋନ୍‌ ପଏଣ୍ଟ ଦେଖାଇ ସୀମା ଚିହ୍ନଟ କରିଥିଲୁ। ଉଭୟ ପକ୍ଷର ଲୋକଙ୍କୁ ଅନୁରୋଧ କରୁଛୁ, କୌଣସି ଅନ୍ତଦ୍ୱନ୍ଦ୍ୱ ନରଖି ସରକାରଙ୍କୁ ସହଯୋଗ କରନ୍ତୁ। ଓଡ଼ିଶା ଜାଗାରେ ଓଡ଼ିଶା ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଆନ୍ଧ୍ରରେ ସେଠାକାର ସରକାର ରାସ୍ତା ନିର୍ମାଣ କରିବ ବୋଲି ତହସିଲଦାର କହିଛନ୍ତି।

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Rayagada Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe