ମନ୍ତ୍ରୀମହଲରେ ଟେନସନ୍, ପାୱାର କରିଡରରେ ବଢୁଛି ହାର୍ଟବିଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନଙ୍କ ମନ୍ତ୍ରିମଣ୍ଡଳରେ ଖୁବ୍‌ଶୀଘ୍ର ହୋଇପାରେ ଅଦଳବଦଳ।  ପଞ୍ଚମ ଇନିଂସ୍‌ ପ୍ରଥମ ବର୍ଷ ପୂରିବା ପରେ ପାଓ୍ୱାର କରିଡରରେ ଏବେ ଏ ନେଇ  ଜୋରଦାର୍ ଚର୍ଚ୍ଚା । କେବଳ ମନ୍ତ୍ରିମଣ୍ଡଳ ନୁହେଁ, ସାଙ୍ଗଠନିକ ଓ ପ୍ରାଶାସନିକ ସ୍ତରରେ ବି ବ୍ୟାପକ ଅଦଳବଦଳ କରି ନୂଆ ଟିମ୍‌କୁ ଦାୟିତ୍ୱ ଦେବାକୁ ନବୀନ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଖାସ୍ କରି ବର୍ତ୍ତମାନର ପରିସ୍ଥିତି, ଏଥିପାଇଁ ଯେପରି ବିଜେଡି ସୁପ୍ରିମୋଙ୍କୁ ବାଧ୍ୟ କରିଛି  । ମାସ୍କ ଦୁର୍ନୀତି, କୋଭିଡ୍ […]

694033-naveen-patnaik-dna-750x430

Tapas Behera
  • Published: Tuesday, 07 July 2020
  • , Updated: 07 July 2020, 08:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନଙ୍କ ମନ୍ତ୍ରିମଣ୍ଡଳରେ ଖୁବ୍‌ଶୀଘ୍ର ହୋଇପାରେ ଅଦଳବଦଳ।  ପଞ୍ଚମ ଇନିଂସ୍‌ ପ୍ରଥମ ବର୍ଷ ପୂରିବା ପରେ ପାଓ୍ୱାର କରିଡରରେ ଏବେ ଏ ନେଇ  ଜୋରଦାର୍ ଚର୍ଚ୍ଚା । କେବଳ ମନ୍ତ୍ରିମଣ୍ଡଳ ନୁହେଁ, ସାଙ୍ଗଠନିକ ଓ ପ୍ରାଶାସନିକ ସ୍ତରରେ ବି ବ୍ୟାପକ ଅଦଳବଦଳ କରି ନୂଆ ଟିମ୍‌କୁ ଦାୟିତ୍ୱ ଦେବାକୁ ନବୀନ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଖାସ୍ କରି ବର୍ତ୍ତମାନର ପରିସ୍ଥିତି, ଏଥିପାଇଁ ଯେପରି ବିଜେଡି ସୁପ୍ରିମୋଙ୍କୁ ବାଧ୍ୟ କରିଛି  । ମାସ୍କ ଦୁର୍ନୀତି, କୋଭିଡ୍ ସ୍ଥିତି ପରିଚାଳନାରେ ସମସ୍ୟା ଓ ରଥଯାତ୍ରା ନକରିବା ପାଇଁ ହୋଇଥିବା ଷଡଯନ୍ତ୍ରର ଅପଖ୍ୟାତି ପରେ ଡ୍ୟାମେଜ କଣ୍ଟ୍ରୋଲ କରିବାକୁ ଏପରି ଯୋଜନା କରାଯାଉଥିବା କୁହାଯାଉଛି।

ମନ୍ତ୍ରୀମହଲରେ ଏବେ ବଢୁଛି ଟେନସନ୍। ବଢୁଛି ହାର୍ଟବିଟ୍ ପାଓ୍ୱାର୍ କରିଡରରେ ଗୋଟିଏ ଚର୍ଚ୍ଚା, ଆଗକୁ ବଦଳିପାରେ କ୍ୟାବିନେଟ ଚେହେରା । ବିଜେଡି ସରକାରର ପଂଚମ ଇନିଂସ୍‌ରେ ପ୍ରଥମ ବର୍ଷ ପୂର୍ତ୍ତି ପରେ ନବୀନ ଗଠନ କରିପାରନ୍ତି ନୂଆ ଟିମ୍ । ସାଙ୍ଗଠନିକ ସ୍ତରରୁ ଆରମ୍ଭ କରି ପ୍ରଶାସନିକ ଓ ମନ୍ତ୍ରିମଣ୍ଡଳରେ ବି ହୋଇପାରେ ଅଦଳବଦଳ । ଫୋକସରେ କିନ୍ତୁ ରହିଛି ମନ୍ତ୍ରିମଣ୍ଡଳ ପରିବର୍ତ୍ତନ। କିଏ ବାଦ୍ ପଡିବେ, କିଏ ସାମିଲ୍ ହେବେ ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ମନ୍ତ୍ରିମଣ୍ଡଳରେ ଏବେ ଗୋଟିଏ ପଦବୀ ଖାଲି ରହିଛି। ଚର୍ଚ୍ଚା ଅନୁସାରେ ନବୀନ, ୪ କ୍ୟାବିନେଟ୍ ସହଯୋଗୀଙ୍କୁ ଦେଖାଇପାରନ୍ତି ବାହାର ରାସ୍ତା । ଆଉ ସାମିଲ ହୋଇପାରନ୍ତି ୫ ଜଣ। ଏହାବ୍ୟତୀତ କିଛି ମନ୍ତ୍ରୀଙ୍କ ବିଭାଗ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏଥିପାଇଁ ଚାଲିଛି ଜୋରଦାର୍ କସରତ । ମନ୍ତ୍ରିମଣ୍ଡଳ ଅଦଳବଦଳ ବାଦ୍ ବିଜେଡିର ସାଙ୍ଗଠନିକ ସ୍ତରରେ ନୂଆ ମଙ୍ଗୁଆଳ ନିଯୁକ୍ତି ପାଇଁ ଚାଲିଛି ଅଙ୍କକଷା । କିଛିଦିନ ତଳେ ବରିଷ୍ଠ ଉପସଭାପତି, ଉପସଭାପତି ଓ ସାଧାରଣ ସଂପାଦକ ମୁଖ୍ୟାଳୟ ନିଯୁକ୍ତି ହେବା ପରେ ଅନ୍ୟ ପଦାଧିକାରୀ ଓ ଛାମୁଆ ସଂଗଠନ କାହା ହାତରେ ଦିଆଯିବ ସେଥିପାଇଁ ଚାଲିଛି କସରତ । ଆଗକୁ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ହେବ । ତାଛଡ଼ା ପୌର ଓ ପଞ୍ଚାୟତ ନିର୍ବାଚନ ବି ହେବାର ଅଛି। ଏସବୁର ବହୁ ପୂର୍ବରୁ ମନ୍ତ୍ରିମଣ୍ଡଳ ଓ ସାଙ୍ଗଗଠନିକ ଟିମ୍‌କୁ ମଜଭୁତ୍ କରିବାକୁ ନବୀନ ଯୋଜନା କରୁଥିବା କୁହାଯାଉଛି।

ପଂଚମ ପାଳି ସମ୍ଭାଳିବା ପରେ ଶ୍ରୀକ୍ଷେତ୍ର ପୁରୀ ଓ ଲିଙ୍ଗରାଜ ମନ୍ଦିରର ବିକାଶ, ଏସ୍‌ସିବି ମେଡିକାଲ୍ କଲେଜର ସଂପ୍ରସାରଣ, ମୋ ସରକାର ଭଳି ଅନେକ ପଦକ୍ଷେପ ନେଇ ଗୁଡ୍ ଗଭର୍ଣ୍ଣାନ୍ସ ବାର୍ତ୍ତା ଦେବାକୁ ଚାହିଁଥିଲେ ନବୀନ । ହେଲେ କୋଭିଡ୍ ମାଡ଼ରେ ଏସବୁ ଫିକା ପଡ଼ିଯାଇଛି । ମାସ୍କ ଦୁର୍ନୀତି, କୋଭିଡ୍ ପରିଚାଳନାରେ ତ୍ରୁଟି ସହ ରଥଯାତ୍ରା ନକରିବାକୁ ହୋଇଥିବା ଷଡ଼ଯନ୍ତ୍ର  ପ୍ରସଙ୍ଗରେ ସରକାର ବ୍ୟାକ୍‌ଫୁଟରେ ଥିବା ସହ ଛବି ବି ମଳିନ ହୋଇଛି । ଆଉ ଏହାକୁ ନେଇ ଦଳରେ ଅସନ୍ତୋଷ ଥିବାବେଳେ କିଛି ମନ୍ତ୍ରୀଙ୍କ ପ୍ରଦର୍ଶନ ବି ସେଭଳି ଆଖିଦୃଶିଆ ହୋଇନାହିଁ । ତେଣୁ ମନ୍ତ୍ରିମଣ୍ଡଳ ଅଦଳବଦଳ କରି ନବୀନ ମାହୋଲ୍ ବଦଳାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

କୋଭିଡ୍ ପରିଚାଳନାରେ ଏକପ୍ରକାର ଅନୁପସ୍ଥିତି ନବୀନ ସରକାରରେ ମନ୍ତ୍ରୀଙ୍କ ଗୁରୁତ୍ୱକୁ ନେଇ ପ୍ରଶ୍ନ ଉଠାଇଛି । ତେଣୁ ଆଗକୁ କିଛି ମନ୍ତ୍ରୀଙ୍କୁ ବଦଳାଇ ନବୀନ କିଭଳି ଗୁଡ୍ ଗଭରାନ୍ସର ବାର୍ତ୍ତା ଦେଉଛନ୍ତି ଓ ଖାସ୍ କରି କିଏ ଖସୁଛି ଆଉ କିଏ ସୁଯୋଗ ପାଉଛି। ଏବେ ତା ଉପରେ ନଜର ।

Related story