Advertisment

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଉରକେଲା ସ୍ଥିତ ମାଲଗୋଦାମ ଅଞ୍ଚଳର ଲୋକେ ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ କରୁଛନ୍ତି। ମୃତ ଯୁବକଙ୍କ ନାଁ ହରିଶ୍‌ କାଣ୍ଟିଆ (୨୨)। ତାଙ୍କ ଘର ମାଲଗୋଦାମ ଅଞ୍ଚଳରେ।  ଚିକିତ୍ସା ଅବହେଳାରୁ  ହରିଶଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାଅନୁସାରେ , […]

author-image
Jyoshna Pradhan
ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

rkl

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଉରକେଲା ସ୍ଥିତ ମାଲଗୋଦାମ ଅଞ୍ଚଳର ଲୋକେ ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ କରୁଛନ୍ତି। ମୃତ ଯୁବକଙ୍କ ନାଁ ହରିଶ୍‌ କାଣ୍ଟିଆ (୨୨)। ତାଙ୍କ ଘର ମାଲଗୋଦାମ ଅଞ୍ଚଳରେ।  ଚିକିତ୍ସା ଅବହେଳାରୁ  ହରିଶଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ସୂଚନାଅନୁସାରେ , ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ହରିଶଙ୍କ  ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା। ସେହି ସମୟରେ ଡାକ୍ତର ହରିଶଙ୍କୁ ଚିକିତ୍ସା କରିଥିଲେ। ହେଲେ ଅପରାହ୍ଣ ପ୍ରାୟ ୪ଟା ବେଳେ ହରିଶ ବାଥରୁମ୍ ଯାଇଥିଲେ।  ସେଠାରେ ସେ ବାନ୍ତି କରିଥିଲେ। ଏନେଇ ପରିବାର ଲୋକେ ଡାକ୍ତରଙ୍କୁ ଜଣାଇଥିଲେ। ହେଲେ ଡାକ୍ତର ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଚିକିତ୍ସା ଅବହେଳାରୁ ହରିଶଙ୍କ ମୃତ୍ୟୁ ଘଟିଥିବା ନେଇ ମାଲଗୋଦାମ ବସ୍ତି ଅଞ୍ଚଳର ବହୁ ଲୋକ ଡାକ୍ତରଖାନାରେ ପହଞ୍ଚି  ପାଟିତୁଣ୍ଡ କରିଥିଲେ। ଖବର ପାଇ ରଘୁନାଥପାଲି ଥାନା ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ମୃତକଙ୍କ ପରିବାର ଲୋକେ ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ ଏତଲା ଦେଇଥିଲେ।  ହେଲେ ଆଜି ପୁଣି ଥରେ  ମାଲଗୋଦାମ ଅଞ୍ଚଳର ଲୋକେ ଓ ମୃତକଙ୍କ ପରିବାର ଲୋକେ ଡାକ୍ତର ଏବଂ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ କରୁଛନ୍ତି।  ଉତ୍ତେଜନାକୁ ଦୃଷ୍ଟିରେ ରଖି ଜଣେ ଡିଏସ୍‌ପିଙ୍କ ସମେତ ଦୁଇ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ କରାଯାଇଛି।

Advertisment