Advertisment

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ବ୍ଲକ୍ ଅଫିସ୍‌ରେ ଭଙ୍ଗାରୁଜା

ଭଦ୍ରକ (ପାର୍ଥସାରଥୀ ନାୟକ): ଆବସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଆଜି କୁବେରା ପଞ୍ଚାୟତର ହିତାଧିକାରୀଙ୍କ ସହିତ ବିଜେପି କର୍ମୀ ମିଶି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କାର୍ଯ୍ୟାଳୟ ଭଙ୍ଗାରୁଜା କରିଛନ୍ତି। ଏହା ପରେ ସେମାନେ ସେଠାରେ ଧାରଣାରେ ବସିଛନ୍ତି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବାଦ୍ ଦିଆଯାଉଥିବା ପ୍ରତିବାଦରେ କୁବେରା ପଞ୍ଚାୟତର ହିତାଧିକାରୀ ଓ ବିଜେପି କର୍ମୀ ଏକ ରାଲିରେ ବ୍ଳକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସେମାନେ ସେଠାରେ […]

ଅଦ୍ୟତନ ହୋଇଛି
ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ବ୍ଲକ୍ ଅଫିସ୍‌ରେ ଭଙ୍ଗାରୁଜା

vandalism

Advertisment

ଭଦ୍ରକ (ପାର୍ଥସାରଥୀ ନାୟକ): ଆବସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଆଜି କୁବେରା ପଞ୍ଚାୟତର ହିତାଧିକାରୀଙ୍କ ସହିତ ବିଜେପି କର୍ମୀ ମିଶି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କାର୍ଯ୍ୟାଳୟ ଭଙ୍ଗାରୁଜା କରିଛନ୍ତି। ଏହା ପରେ ସେମାନେ ସେଠାରେ ଧାରଣାରେ ବସିଛନ୍ତି।

Advertisment

ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବାଦ୍ ଦିଆଯାଉଥିବା ପ୍ରତିବାଦରେ କୁବେରା ପଞ୍ଚାୟତର ହିତାଧିକାରୀ ଓ ବିଜେପି କର୍ମୀ ଏକ ରାଲିରେ ବ୍ଳକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସେମାନେ ସେଠାରେ ବିଡିଓଙ୍କୁ ଘେରାଉ କରିବା ସହିତ ଭଙ୍ଗାରୁଜା କରିଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ସ୍ଥିତି ଅଶାନ୍ତ ହୋଇଯାଇଥିଲା। ପୁଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ହିତାଧିକାରୀ ଓ ବିଜେପି କର୍ମୀ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି।

ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ ତିହିଡ଼ି ବ୍ଲକ୍‌ରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଇ ଅଯୋଗ୍ୟ ଲୋକଙ୍କୁ ଘର ଦିଆଯାଉଛି। ଏନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବ୍ଲକ୍ ପକ୍ଷରୁ କିଛି ପଦକ୍ଷେପ ନିଆଯାଉ ନାହିଁ।

Advertisment

ଅନ୍ୟପକ୍ଷରେ ବିଡିଓ ବସନ୍ତ ସାହାଣୀ କହିଛନ୍ତି ଯେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି।

Sabotage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe