Advertisment

ନିର୍ବାଚନୀ ତାତି; ବିଜେଡି-ବିଜେପି ହାତାହାତି, ବାଲାଟ ପେପର ଚିରିଲେ ଦୁର୍ବୃତ୍ତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଗାଁ ରାଜନୀତି । ଏପରିକି ମୁହାଁମୁହିଁ ହେବାକୁ ପଛାଉ ନାହାନ୍ତି ରାଜନୈତିକ ଦଳ । ରାସ୍ତା ଉପରେ  କେଉଁଠି  ଖୁଲମଖୁଲା ୨ ଗୋଷ୍ଠି ହାତାହାତି ହେଉଛନ୍ତି ତ କେଉଁଠି ବୁଥ୍‌ରେ ପଶି ବାଲାଟ ପେପର ଚିରି ଦେଉଛନ୍ତି ଦୁର୍ବୃତ୍ତ। ପୁଲିସ୍‌ ସବୁ ଦେଖି ବି  ନୀରବଦ୍ରଷ୍ଟା ସାଜି କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।  ଏପରି ଅଭାବନୀୟ ଘଟଣା ଗତକାଲି ଗଞ୍ଜାମ ଜିଲ୍ଲା ପାତ୍ରପୁର ଥାନା […]

author-image
Niharika Rout
ଅଦ୍ୟତନ ହୋଇଛି
ନିର୍ବାଚନୀ ତାତି; ବିଜେଡି-ବିଜେପି ହାତାହାତି, ବାଲାଟ ପେପର ଚିରିଲେ ଦୁର୍ବୃତ୍ତ

attack

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଗାଁ ରାଜନୀତି । ଏପରିକି ମୁହାଁମୁହିଁ ହେବାକୁ ପଛାଉ ନାହାନ୍ତି ରାଜନୈତିକ ଦଳ । ରାସ୍ତା ଉପରେ  କେଉଁଠି  ଖୁଲମଖୁଲା ୨ ଗୋଷ୍ଠି ହାତାହାତି ହେଉଛନ୍ତି ତ କେଉଁଠି ବୁଥ୍‌ରେ ପଶି ବାଲାଟ ପେପର ଚିରି ଦେଉଛନ୍ତି ଦୁର୍ବୃତ୍ତ। ପୁଲିସ୍‌ ସବୁ ଦେଖି ବି  ନୀରବଦ୍ରଷ୍ଟା ସାଜି କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।  ଏପରି ଅଭାବନୀୟ ଘଟଣା ଗତକାଲି ଗଞ୍ଜାମ ଜିଲ୍ଲା ପାତ୍ରପୁର ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ତାଳପଡା ଓ ନୂଆଗାଁ ମଝିରେ ଘଟିଛି।

Advertisment

ଗଞ୍ଜାମଜିଲ୍ଲାର ୫ଟି ବ୍ଲକରେ ଆଜି ଭୋଟିଂ  ହେଉଥିବା ବେଳେ ପାତ୍ରପୁର ଥାନା ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ପଡ଼ିବ ଭୋଟ ।  ହେଲେ ନିର୍ବାଚନ ପୂର୍ବରୁ ପାତ୍ରପୁର ଥାନା ଅଞ୍ଚଳରେ ଘଟି ଯାଇଛି ରାଜନୈତିକ ହିଂସାକାଣ୍ଡ । ଏପରିକି ରାସ୍ତା ଉପରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି।  ଏପରିକି ଏହି ରାଜନୈତିକ ହିଂସାକାଣ୍ଡର ଭିଡିଓ ଉତ୍ତୋଳନ କରୁଥିବା ୱେବ ସାମ୍ବାଦିକ ବି ଆକ୍ରମଣରୁ ବର୍ତ୍ତିପାରି ନାହାନ୍ତି।  ଏ ନେଇ ଜରଡ଼ା ଥାନାରେ ୨ଟି ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ପାତ୍ରପୁର ଥାନା ଖାରିଆଗୁଡା ଫାଣ୍ଡି ଅଞ୍ଚଳରେ ଗତକାଲି  ବିଜେଡ଼ି କର୍ମୀ ପ୍ରଚାର କରୁଥିଲେ।  ଏହି ସମୟରେ ଜଗଦେବପୁର ଗ୍ରାମରେ ପ୍ରଚାର ସାରି ବିଜେପିର କିଛି କର୍ମୀ  ଫେରୁଥିଲେ। ତାଳପଡା ଓ ନୂଆଗାଁ ମଝିରେ ଉଭୟ ପକ୍ଷ ମୁହାଁମୁହିଁ ହେଲେ। ଏହି ସମୟରେ ବିଜେଡି  କର୍ମୀମାନେ ବିଜେପି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ।

Advertisment

ଘଟଣାସ୍ଥଳରେ ଉପସ୍ଥିତ ଜଣେ ୱେବ ସାମ୍ବାଦିକ ଭିଡ଼ିଓ ଉତ୍ତୋଳନ କରିବାକୁ ତାଙ୍କ ମୋବାଇଲ ଭାଙ୍ଗିବା ସହ ଧମକ ଚମକ ଦେଲେ ଉତ୍ତ୍ୟକ୍ତ ଲୋକେ । ଏହି ଘଟଣାରେ ଜଗଦେବପୁର ଗ୍ରାମର ରାମଚନ୍ଦ୍ର ଚଣ୍ଡ, ମଙ୍ଗଳା ସେଠି ଆହତ ହୋଇଛନ୍ତି। ଏନେଇ ବିଜେପି ସମେତ ୱେବ ସାମ୍ବାଦିକଜଣକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି

ଏହାବାଦ ଚିକିଟି ବ୍ଲକ କୁତୁରୁ ପଞ୍ଚାୟତ ରାମେୟାପାଟଣା ବୁଥ୍‌ରେ ପଶି ୩୨ ବାଲାଟ ପେପର ଚିରିଦେଲେ ଦୁର୍ବୃତ୍ତ ।

Odisha Panchayat Election 2022 Panchayat Election Violence