Advertisment

ପ୍ରେମ ବିବାହକୁ ବିରୋଧ କରି ମାରପିଟ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଶଗଡ଼ାସାହି  ଗାଁରେ ପ୍ରେମ ବିବାହକୁ ବିରୋଧ କରି ଗଣ୍ଡଗୋଳ ହୋଇଛି । ଏଥିରେ  ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିସହ ଦୁଇ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଅନୁସାରେ, ଶଗଡ଼ା ସାହି ଗାଁର ଭବଶଙ୍କର ପ୍ରଧାନ ତାଙ୍କ ଗାଁର ଜ୍ଞାନ ଦାସଙ୍କ ଝିଅକୁ ୩ ମାସ ତଳେ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ଉଭୟ ପରିବାର ଲୋକେ ସମର୍ଥନ କରିଥିଲେ। […]

ଅଦ୍ୟତନ ହୋଇଛି
ପ୍ରେମ ବିବାହକୁ ବିରୋଧ କରି ମାରପିଟ

bls

Advertisment

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଶଗଡ଼ାସାହି  ଗାଁରେ ପ୍ରେମ ବିବାହକୁ ବିରୋଧ କରି ଗଣ୍ଡଗୋଳ ହୋଇଛି । ଏଥିରେ  ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିସହ ଦୁଇ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାଅନୁସାରେ, ଶଗଡ଼ା ସାହି ଗାଁର ଭବଶଙ୍କର ପ୍ରଧାନ ତାଙ୍କ ଗାଁର ଜ୍ଞାନ ଦାସଙ୍କ ଝିଅକୁ ୩ ମାସ ତଳେ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ଉଭୟ ପରିବାର ଲୋକେ ସମର୍ଥନ କରିଥିଲେ। ଏହାପରେ ସେମାନେ ହାଇଦ୍ରାବାଦ ଚାଲି ଯାଇଥିଲେ। ହେଲେ ଗତକାଲି ସେମାନେ ଗାଁକୁ ଆସିବା ପରେ ଭବଶଙ୍କରଙ୍କ ପଡ଼ୋଶୀମାନେ ବିରୋଧ କରିଥିଲେ। ଭବଶଙ୍କରଙ୍କ ପରିବାର ଲୋକଙ୍କ ସହ ସେମାନେ ପାଟିତୁଣ୍ଡ କରିବା ସହ ମାରପିଟ୍‌ କରିଥିଲେ। ଏଥିରେ ଭବଶଙ୍କରଙ୍କ ପରିବାରର ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆଉ ଜଣେ ପଡ଼ୋଶୀ ଆହତ ହୋଇଛନ୍ତି।  ଖବର ପାଇ କମର୍ଦ୍ଦା  ଥାନା ଏସ୍‌ଆଇ  ଓ ହୋମଗାର୍ଡ ସେଠାକୁ ଯାଇଥିଲେ। ହେଲେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପୁଲିସ୍ ଏସ୍‌ଆଇଙ୍କ ହାତରେ ଆଘାତ ଲାଗିଥିବା ବେଳେ ହୋମଗାର୍ଡଙ୍କ ମୁଣ୍ଡ ଫାଟି ଯାଇଛି। ଏହି ଘଟଣା ସମ୍ପର୍କରେ ଥାନାରେ ଦୁଇଟି ପୃଥକ୍ ପୃଥକ୍‌ ଏତଲା ଦିଆଯାଇଥିବା ସୂଚନା ମିଳିଛି।

ଏନେଇ ଭବଶଙ୍କର ପ୍ରଧାନ କହିଛନ୍ତି,“ଆମେ ୩ ମାସ ତଳେ ପ୍ରେମ ବିବାହ କରି ହାଇଦ୍ରାବାଦ ପଳାଇ ଯାଇଥିଲୁ। ଏହି ବାହାଘରରେ ଝିଅ ଘର ଓ ଆମ ପରିବାର ଲୋକେ ରାଜି ଥିଲେ।

Advertisment

ହେଲେ ଆମ ପଡୋଶୀ ୫ ଘର ଏଥିରେ ରାଜି ନଥିଲେ। ପୂର୍ବରୁ ସେମାନେ ଗଣ୍ଡଗୋଳ କରିଥିଲେ। ହେଲେ କିଛି ଫଇସଲା ହୋଇପାରି ନଥିଲା। ଆମେ ଗାଁକୁ ଗଲେ ଫଇସଲା କରାଯିବ ବୋଲି କୁହାଯାଇଥିଲା।

ଆମେ ଗତକାଲି ରାତି ପ୍ରାୟ ସାଢ଼େ ନଅଟା ବେଳେ ଗାଁରେ ପହଞ୍ଚିଥିଲୁ। ଏହାପରେ ମିଟିଂ କରାଯିବ କହି ମୋ ବାପା ଓ ଭାଇଙ୍କୁ ପଡୋଶୀମାନେ ଡାକି ସେମାନଙ୍କୁ ବାଡେଇଲେ। ପରେ ଆମ ଘରକୁ ଆସି ମୋ ସ୍ତ୍ରୀକୁ ଟାଣି ନେଇ ଗୋଇଠା ମାରିଲେ। ମୋତେ ବି ବାଡ଼େଇଛନ୍ତି। ଏହି ସମୟରେ ପୁଲିସ୍ ପହଞ୍ଚି ମୋତେ ଉଦ୍ଧାର କଲେ। ନହେଲେ ମୋତେ ମାରି ଦେଇଥାଆନ୍ତେ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe