Advertisment

ଖରସ୍ରୋତା ବଞ୍ଚିଲେ, ଆମେ ବଞ୍ଚିବୁ- ପୁଲିସ୍‌-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ରଣକ୍ଷେତ୍ରରେ ପରିଣତ ହେଲେ ପ୍ରକଳ୍ପ ସ୍ଥାନ। ଗର୍ଜିଲେ ସ୍ଥାନୀୟ ଲୋକ। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ପ୍ରକଳ୍ପ ସ୍ଥଳକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କଲେ।ବିକ୍ଷୋଭ ସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଓ ଉତ୍ତ୍ୟକ୍ତ ଲୋକଙ୍କୁ ମୁକାବିଲା କରିବାକୁ ନିୟୋଜିତ ହୋଇଥିବା ୧୬ ପ୍ଲାଟୁନ୍‌ ଫୋର୍ସ ଏକ ପ୍ରକାର ହାତ ଟେକି ଦେଇଛନ୍ତି। ପୁଲିସ୍‌ ଉପସ୍ଥିତିରେ ଉତ୍ତ୍ୟକ୍ତ ଲୋକେ ବ୍ୟାରିକେଡ ଭାଙ୍ଗି ଫୋପାଡ଼ିବା ସହ ପୁଲିସ୍‌ କର୍ମୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନାହାନ୍ତି। […]

author-image
Niharika Rout
ଅଦ୍ୟତନ ହୋଇଛି
ଖରସ୍ରୋତା ବଞ୍ଚିଲେ, ଆମେ ବଞ୍ଚିବୁ- ପୁଲିସ୍‌-ଜନତା ମୁହାଁମୁହିଁ

tension situation

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ରଣକ୍ଷେତ୍ରରେ ପରିଣତ ହେଲେ ପ୍ରକଳ୍ପ ସ୍ଥାନ। ଗର୍ଜିଲେ ସ୍ଥାନୀୟ ଲୋକ। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ପ୍ରକଳ୍ପ ସ୍ଥଳକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କଲେ।ବିକ୍ଷୋଭ ସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଓ ଉତ୍ତ୍ୟକ୍ତ ଲୋକଙ୍କୁ ମୁକାବିଲା କରିବାକୁ ନିୟୋଜିତ ହୋଇଥିବା ୧୬ ପ୍ଲାଟୁନ୍‌ ଫୋର୍ସ ଏକ ପ୍ରକାର ହାତ ଟେକି ଦେଇଛନ୍ତି। ପୁଲିସ୍‌ ଉପସ୍ଥିତିରେ ଉତ୍ତ୍ୟକ୍ତ ଲୋକେ ବ୍ୟାରିକେଡ ଭାଙ୍ଗି ଫୋପାଡ଼ିବା ସହ ପୁଲିସ୍‌ କର୍ମୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନାହାନ୍ତି।

Advertisment

କମ୍ପାନୀର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଏପରିକି ଛିଡ଼ା ହୋଇଥିବା ଆମ୍ବୁଲାନ୍ସକୁ ବି ଭାଙ୍ଗି ଚୁରମାର କରି ଦେଇଛନ୍ତି।  ପୁଲିସ୍‌ ଓ ଜନତା ମଧ୍ୟରେ ଏପରି ଖଣ୍ଡ ଯୁଦ୍ଧ ଆଜି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାରିଗଦାଠାରେ ଦେଖିବାକୁ ମିଳିଥିବା ବେଳେ ପ୍ରକଳ୍ପ ସ୍ଥଳ ପାଲଟିଛି ରଣକ୍ଷେତ୍ର।

[caption id="attachment_666311" align="aligncenter" width="650"]tension situation ଘଟଣାସ୍ଥଳରେ ମୁତୟନ ପୁଲିସ୍‌।[/caption]

Advertisment

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାରିଗଦାଠାରେ ଖରସ୍ରୋତା ନଦୀରେ ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପ ବିରୋଧରେ ସ୍ଥାନୀୟ  ଅଧିବାସୀଙ୍କ ଆନ୍ଦୋଳନ ଆଜି ଉଗ୍ର ରୂପ ଧାରଣ କରିଛି।  ଦୀର୍ଘ ଦିନ ହେବ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଏହି ପ୍ରକଳ୍ପକୁ ବିରୋଧ କରି ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ  ୨ ଦିନ ପୂର୍ବେ ହଠାତ୍‌ ୧୪୪ ଧାରା ଜାରି କରାଯାଇଥିଲା। ଏଥିସହ  ରାଜକନିକା  ନିକଟସ୍ଥ ଭାରିଗଦା,ବାଳକାଟି ଓ ବରୁଣାଡିଆ ଆଦି ତିନୋଟି ପଂଚାୟତରେ ୧୪୪ ଧାରା ଜାରି କରାଯାଇଛି।

ଏହାସତ୍ତ୍ୱେ  ଆନ୍ଦୋଳନ ତେଜିବାରେ ଲାଗିଥିବା ବେଳେ ରକ୍ତ ଦେବୁ ପଛେ ପ୍ରକଳ୍ପ କରାଇ ଦେବୁ ନାହିଁ ଜିଦ୍‌ରେ ଅଡ଼ି ବସିଛନ୍ତି ସ୍ଥାନୀୟ ଲୋକ ।  ପ୍ରକଳ୍ପକୁ ବିରୋଧ କରି ଆଜିଠାରୁ ମହାସଂଗ୍ରାମ କରୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ।  ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ଏସ୍‌ପି, ୨ ଏସ୍‌ଡିପିଓ ଉପସ୍ଥିତ  ଥିବା ବେଳେ ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହାସତ୍ତ୍ୱେ ହଜାର ହଜାର ଲୋକଙ୍କୁ ନିୟନ୍ତ୍ରଣକୁ ଆଣିବାକୁ କାଠିକର ପାଠ ହେବାରୁ ପୁଲିସ୍‌ ଏକ ପ୍ରକାର ହାତ ଟେକି ଦେଇଛି।  ମହିଳା, ୟୁବତୀଙ୍କ ସମେତ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏପରି ଆକ୍ରମଣକାରୀମାନେ କମ୍ପାନୀ ସାମଗ୍ରୀଙ୍କୁ ଚୂରମାର କରିବା ସହ ଟ୍ରକ୍‌, ଅଟୋ, ଆମ୍ବୁଲାନ୍ସକୁ ଭାଙ୍ଗିରୁଜି ପକାଇଛନ୍ତି।

[caption id="attachment_666312" align="aligncenter" width="650"]tension situation ପୁଲିସ୍‌- ଆନ୍ଦୋଳନକାରୀ ଧସ୍ତାଧସଗ୍ତି।[/caption]

ଏପରିକି ଶାନ୍ତିପୂର୍ଣ୍ଣ ଉପାୟରେ ଆଲୋଚନା ପାଇଁ ଉପଜିଲ୍ଲାପାଳ ସମିତି ସଭ୍ୟ ତଥା ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରୁଥିଲେ ବି ସେମାନେ ନ ଛୋଡ଼ ବନ୍ଧା। ଯେକୌଣସି ପରିସ୍ଥିତିରେ ବି ପ୍ରକଳ୍ପ କରାଇ ଦେବେ ନାହିଁ ବୋଲି ଜିଦ୍‌ରେ ଅଡ଼ି ବସିଛନ୍ତି। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ସମେତ ଏସ୍‌ଡିପିଓ ଆହତ ହୋଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ଅଧିକ ଫୋର୍ସ ମଗାଯାଇଥିବା ଜଣାଯାଇଚି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭରିଗଦାରେ ୮୦୦ କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ମିଳିଛି ଅନୁମତି ।  ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ।

କିନ୍ତୁ ସ୍ଥାନୀୟ ଅଞ୍ଚଳରେ ନଦୀ ପାଣି ଲୁଣା ହୋଇଯିବ। ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଜୈବ ବିବିଧତା ଉପରେ ଏହାର ଘୋର ପ୍ରଭାବ ପଡ଼ିବ ବୋଲି କୁହାଯାଇ ସମିତି ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଏପରିକି ଗତ ୨ ବର୍ଷ ହେବ ସଭା, ସମିତି, ଧାରଣା ତଥା ମାନବଶୃଙ୍ଖଳ ଜରିଆରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଥିବା ବେଳେ ପ୍ରଶାସନ ସହ ବାରମ୍ବାର ଆଲୋଚନା ବି ଫେଲ୍‌ ମାରିଛି।

କୃଷି, କୃଷକ, ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ସମିତି ଚେତାବନୀ ଦେଇଛି । ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟରେଜ ନିର୍ମାଣ କରି ପାନୀୟଜଳ ପ୍ରକଳ୍ପ ନିର୍ମାଣ  କରିବା ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି । ସମିତିର ବିରୋଧ ପରେ ଆଳି, ରାଜକନିକା  ପାଇଁ ଆଉ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏହାକୁ ସ୍ଥାନୀୟ ଲୋକେ ସହଜେ ଗ୍ରହଣ କରିପାରୁ ନାହାନ୍ତି।